ଓଡିଶା

odisha

ETV Bharat / city

28 ରୁ ଘଡଘଡି ସହ ବର୍ଷା, ବଢିବ ତାପମାତ୍ରା - ବୁଧବାର ପର୍ଯ୍ୟନ୍ତ ଲାଗିରହିପାରେ ବର୍ଷା

ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିପାରେ ବର୍ଷା । ସୋନପୁରର ଲଗାତାର ଭାବେ ରାଜ୍ୟର ଥଣ୍ଡା ସହର ଭାବେ ପରିଣତ ହୋଇଛି । କିଛି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ । କେଉଁ ଜିଲ୍ଲାପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଙ୍ଗ ପଢନ୍ତୁ ସଂପୂର୍ଣ୍ଣ ଖବର ...

HR BISWAS
HR BISWAS

By

Published : Jan 28, 2020, 12:02 AM IST

Updated : Jan 28, 2020, 3:30 AM IST

ଭୁବନେଶ୍ବର: ବର୍ଷାରେ ଭିଜିବ ସାରା ଓଡିଶା। ୨୮ ତାରିଖ ଠାରୁ ରାଜ୍ୟରେ ଦୁଇ ଦିନ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଙ୍ଗଳବାର ମଧ୍ୟାହ୍ନରୁ ଉତ୍ତର ଏବଂ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବୁଧବାର ପର୍ଯ୍ୟନ୍ତ ଲାଗିରହିପାରେ ବର୍ଷା; ସତର୍କ କଲା ପାଣିପାଗ ବିଭାଗ

୨୯ ଜାନୁଆରୀରୁ ଉତ୍ତର ଓଡିଶାର ଗୋଟିଏ ଦୁଇଟି ସ୍ଥାନ ସହ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ ଏବଂ କଟକରେ ଘଡଘଡି ସହ ବର୍ଷା ହେବ । ଏନେଇ ସଂପୃକ୍ତ ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨ରୁ ୩ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ୩୦ ତାରିଖରୁ ବିଭିନ୍ନ ସ୍ଥାନରେ କୁହୁଡି ଲାଗି ରହିବ। ଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 28, 2020, 3:30 AM IST

ABOUT THE AUTHOR

...view details