ଓଡିଶା

odisha

ETV Bharat / city

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଶୀତ ଲହରୀ ନେଇ ୟେଲୋ ୱାର୍ନିଙ୍ଗ - ୟେଲୋ ୱାର୍ନିଙ୍ଗ ଜାରି

ପ୍ରବଳ ଶୀତ ଲହରୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣଇପାଗ ବିଭାଗ। ଶୀତ ଲହରୀ ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ଗୁଡିକ ପାଇଁ ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପ୍ରବଳ ଶୀତ ଲହରୀ ଆଶଙ୍କା
ପ୍ରବଳ ଶୀତ ଲହରୀ ଆଶଙ୍କା

By

Published : Feb 8, 2021, 10:51 PM IST

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୮ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି । ପ୍ରବଳ ଶୀତ ଲହରୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଶୀତ ଲହରୀ ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ଗୁଡିକ ପାଇଁ ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ସୂଚନା

ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା, ମଙ୍ଗଳବାର ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼,ଦେବଗଡ଼,କେନ୍ଦୁଝର, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଥଣ୍ଡା ହେବ।

ପ୍ରବଳ ଶୀତ ଲହରୀ ଆଶଙ୍କା

ଏହାର ପ୍ରଭାବରେ ଶୀତଜନିତ ରୋଗ ବୃଦ୍ଧି ହେବାର ସମ୍ଭାବନା ରହିଛି। ରାତ୍ରି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ ,ଶୀତ ବସ୍ତ୍ର ପରିଧାନ କରନ୍ତୁ। ଗୃହ ପାଳିତ ପଶୁ ମାନଙ୍କ ରହିବା ପାଇଁ ଖୋଲା ସ୍ଥାନ ଅପେକ୍ଷା ଘର ବ୍ୟବସ୍ଥା କରନ୍ତୁ ବୋଲି ସୂଚନା ଦେଇଛନ୍ତି ପାଣିପାଗ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details