ଓଡିଶା

odisha

ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି - ଓଡ଼ିଶା ପାଣିପାଗ ଖବର

ବଢ଼ିବ ବନ୍ୟା ଚିନ୍ତା । କାରଣ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରବଳ ବର୍ଷାକୁ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଅଧିକ ଫଢ଼ନ୍ତୁ

ଆସୁଛି ଆଉ ଏକ ଲଘୁଚାପ, ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଆସୁଛି ଆଉ ଏକ ଲଘୁଚାପ, ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି

By

Published : Aug 16, 2022, 11:01 PM IST

ଭୁବନେଶ୍ବର:୧୯ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ୧୮ ତାରିଖରୁ ପୁଣି ଆରମ୍ଭ ହେବ ବର୍ଷା । ୧୮ ତାରିଖରେ ପ୍ରବଳ ବର୍ଷାକୁ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସୁଛି ଆଉ ଏକ ଲଘୁଚାପ, ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଳାଗୁଡ଼ିକ ହେଳା ଉତ୍ତର ଓ ଉପକୂଳ ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଦେବଗଡ, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା ଏବଂ ଢେଙ୍କାନାଳ । ୧୯ ଓ ୨୦ ତାରିଖରେ ସର୍ବାଧିକ ଲଘୁଚାପର ପ୍ରଭାବ ପଡ଼ିବ ଏବଂ ବର୍ଷାର ପରିମାଣ ବଢିବ। ଅତିପ୍ରବଳ ବର୍ଷା ହୋଇ ଗୋଟିଏ କି ଦୁଇଟି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅଗଷ୍ଟ ୧୯ ତାରିଖରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ତାଲିକାରେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ଦେବଗଡ, ସନ୍ଦରଗଡ଼, ଝାରସୁଗୁଡା ଆଦି ଜିଲ୍ଳା ସାମିଲ ରହିଛି । ସେହିପରି ୨୦ ତାରିଖରେ ୮ ଜିଲ୍ଲା ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୋନପୁରରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୯ ଜିଲ୍ଳା କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଅନୁଗୁଳ, ଦେବଗଡ, କେଁଦୁଝର ଏବଂ ଢେଙ୍କାନାଳକୁ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୯ରେ ଉତ୍ତର ଏବଂ ୨୦ରେ ଆଭ୍ୟନ୍ତରୀଣ ଜିଲ୍ଳା ଗୁଡ଼ିକରେ ଅଧିକ ପ୍ରଭାବ ରହିବା ନେଇ ଅନୁମାନ କରାଯାଉଥିବା ବେଳେ ଅଗଷ୍ଟ ୨୦ ତାରିଖରୁ ବର୍ଷା କମିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details