ଭୁବନେଶ୍ବର: ତାତିରୁ ନାହିଁ ତ୍ରାହି । ସାରା ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ହିଟ୍ ୱେଭ୍ ନେଇ ୪୮ ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୩ ରୁ ୫ ଡିଗ୍ରୀ ବଢିବ ପାରଦ । ରାଜ୍ୟରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଉଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
ତାତିରୁ ନାହିଁ ତ୍ରାହି, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ତାତିରୁ ନାହିଁ ତ୍ରାହି
ତାତିରୁ ନାହିଁ ତ୍ରାହି । ହିଟ ୱେଭ ନେଇ ୪୮ ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୩ ରୁ ୫ ଡିଗ୍ରୀ ବଢିବ ପାରଦ । ଅଧିକ ପଢନ୍ତୁ
ତାତିରୁ ନାହିଁ ତ୍ରାହି
ବିଶେଷ କରି ୫ ଜିଲ୍ଲା ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଉଚ୍ଚ ରହିବ । ଏହାପରେ ଦୁଇ ଦିନ ମଧ୍ୟରେ ଅଭ୍ୟନ୍ତରୀଣ ଓଡିଶାରେ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ