ମେଷ-ଆପଣ ବେଶ୍ ଉତ୍ସାହର ସହ ବର୍ଷର ଆରମ୍ଭ କରିବେ | ପେଶାଦାର ଜୀବନରେ ବଡ଼ ସଫଳତାର ଆଶା କରିପାରନ୍ତି । ଆପଣଙ୍କ ଧ୍ୟାନ ନିଜ ଭବିଷ୍ୟରେ ଅଧିକ ରହିବ ଓ ସେନେଇ ଯୋଜନା ମଧ୍ୟ ପ୍ରସ୍ତୁତ କରନ୍ତୁ | ଏହି ବର୍ଷ ଆପଣଙ୍କ କାର୍ଯ୍ୟ ଗୁଡ଼ିକରେ ସ୍ଥିରତା ଆସିବାର ସମ୍ଭାବନା ରହିଛି | ଯଦି କାମରେ କୌଣସି ଦ୍ବନ୍ଦ୍ବ ରହିଛି ଅର୍ଥାତ କୌଣସି ସରକାରୀ ବା ଆଇନଗତ ମାମଲା ଦୀର୍ଘକାଳୀନ ଚାଲିଛି, ତେବେ ଆପଣ ଏହାକୁ ନିଜର ପ୍ରାଥମିକ ଆଧାରରେ ସମାଧାନ କରିବେ | ନିଜ ପେଶାଦାର ଏବଂ ବ୍ୟକ୍ତିଗତ ଲାଭ ଗୁଡ଼ିକ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରିବେ | ଏହି ବର୍ଷ ଆପଣଙ୍କ ସମ୍ପର୍କ ସମୃଦ୍ଧ ହେବ | ବନ୍ଧୁଙ୍କ ସହିତ ସମ୍ପର୍କ କମିପାରେ, ମାତ୍ର ନିଜ ପ୍ରିୟଜନଙ୍କ ସହିତ ଘନିଷ୍ଠତା ବୃଦ୍ଧି ହୋଇପାରେ | ଏପ୍ରିଲ ରୁ ଜୁଲାଇ ମଧ୍ୟରେ, ଆପଣଙ୍କ ଯୋଗାଯୋଗ କୌଶଳ ବିପରୀତ ଲିଙ୍ଗର ଲୋକଙ୍କୁ ପ୍ରଭାବିତ କରିବାରେ ବେଶ୍ ସାହାଯ୍ୟ କରିପାରେ | ଆପଣ ଏହି ବର୍ଷ ସମ୍ପର୍କର ମହତ୍ବକୁ ବୁଝିବେ| ଏପରି ସମ୍ଭାବନା ରହିଛି କି ଆପଣଙ୍କ ଆୟ ସେପ୍ଟେମ୍ବର ପରେ ଅନିଶ୍ଚିତ ହୋଇପାରେ, ଯେଉଁଥିପାଇଁ ଆପଣ ଖର୍ଚ୍ଚ ବିଷୟରେ ସତର୍କ ରହିବା ଉଚିତ | 2020ରେ ଆପଣ ସରକାରୀ ବା ବରିଷ୍ଠଙ୍କଠାରୁ ଲାଭବାନ ହେବାର ଆଶା କରି ପାରନ୍ତି | ପୂର୍ବ ପୁରୁଷଙ୍କ ସମ୍ପତ୍ତି ସମ୍ପର୍କିତ ମାମଲାରେ ଆପଣଙ୍କ ଗୁରୁଜନ ମାନଙ୍କ ଅଂଶଗ୍ରହଣ ଦ୍ବାରା ସମାଧାନ ହୋଇପାରେ | ବର୍ଷର ଶେଷଭାଗରେ ଆପଣଙ୍କଠାରେ କାଶ ବା ଥଣ୍ଡା ଜନିତ ସମସ୍ୟା ଦେଖା ଦେଇପାରେ |
ବୃଷ-ବର୍ଷର ଆରମ୍ଭ ଆପଣଙ୍କ ପାଇଁ ବେଶ୍ ସାମାନ୍ୟ ରହିବ, ମାତ୍ର ସମୟ ସହିତ ଆପଣ ନିଜେ ନିଜକୁ ଖାପ ଖୁଆଇ ନେବେ | ବର୍ଷର ପ୍ରାରମ୍ଭରେ ନିଜ ବ୍ୟକ୍ତିଗତ ଏବଂ ପେଶାଦାର ଜୀବନ ପାଇଁ ଉର୍ଜାବାନ ଅନୁଭବ କରିପାରନ୍ତି, ମାତ୍ର ଆପଣଙ୍କ ଉତ୍ତେଜନା ଅନ୍ୟମାନଙ୍କ ପାଇଁ ଯେପରି ସମସ୍ୟା ନହେବ ସେନେଇ ସତର୍କ ରୁହନ୍ତୁ | ଆପଣ ଜୀବନର ବାସ୍ତବିକ ମର୍ମକୁ ବୁଝିବେ ଏବଂ ଆପଣଙ୍କର ତମାମ ବର୍ଷ ବଡ଼ କରୁଣା ଏବଂ ଆନନ୍ଦର ସହିତ ଅତିବାହିତ ହେବ | ସକାରାତ୍ମକ ଚିନ୍ତାଧାରା ଦ୍ବାରା ଆପଣ ନିଜ ସମ୍ପର୍କ ଗୁଡ଼ିକର ଆନନ୍ଦ ଉଠାଇବେ । ଆପଣ ଏହା ବୁଝିବା ଉଚିତ କି ଜୀବନ ଉନ୍ନତି-ଅବନତିକୁ ନେଇ ରହିଥାଏ, ମାତ୍ର ଆପଣଙ୍କୁ ପ୍ରତ୍ୟେକ ମୂହୁର୍ତ୍ତ ସେହି ଉତ୍ସାହର ସହିତ ବଞ୍ଚିବା ଏବଂ ଆନନ୍ଦ ନେବାର ଅଛି | ଯଦି ଆପଣଙ୍କର ଭାଗିଦାରୀ ବ୍ୟବସାୟ ରହିଛି, ତେବେ ଆପଣଙ୍କୁ ସତର୍କ ରହିବାକୁ ହେବ | ଆସନ୍ତା ତିନି ମାସରେ, ଆପଣ କୌଣସି ବି ଚୁକ୍ତିରେ ଦସ୍ତଖତ କରନ୍ତୁ ନାହିଁ | କୌଣସି ବି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ, ନିଜ ଜୀବନସାଥୀଙ୍କ ସହିତ ଆଲୋଚନା କରନ୍ତୁ ଏବଂ ତାଙ୍କ ଦୃଷ୍ଟିକୋଣ ମଧ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ | ଏପ୍ରିଲରୁ ଜୁଲାଇ ସମୟରେ ଆପଣ ନିଜର ଜୀବନସାଥୀଙ୍କ ନିକଟତର ହେବେ | ଆଉ ପତ୍ନୀଙ୍କ ପାଇଁ କପଡ଼ା ଏବଂ ଗହଣା କିଣିବାରେ ଖର୍ଚ୍ଚାନ୍ତ ବି ହୋଇପାରନ୍ତି | ଆପଣ ନିଜ ଆର୍ଥିକ ଯୋଜନା ପୂର୍ବରୁ ପ୍ରସ୍ତୁତ କରନ୍ତୁ ଏବଂ ଭବିଷ୍ୟରେ ଲାଭ ହାସଲ କରିବା ପାଇଁ ସୁନା ବା ରୂପାରେ କିଛି ନିବେଶ କରିବା ଉଚିତ | ମାର୍ଚ୍ଚ-ଏପ୍ରିଲରେ, ଆପଣଙ୍କ ଉତ୍ସରେ କିଛି ପରିବର୍ତ୍ତନ ଦେଖି ପାରନ୍ତି | ପ୍ରଥମ ଚାରି ମାସରେ ବିଦ୍ୟାର୍ଥୀଙ୍କୁ ନିଜ ପାଠପଢ଼ାରେ ବାସ୍ତବରେ ଧ୍ୟାନ ଦେବାକୁ ହେବ | ଯଦି ଆପଣ ପେଶାଦାର ବା ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ବିଦେଶ ଯିବାକୁ ଚେଷ୍ଟା କରୁଛନ୍ତି, ତେବେ ଏହି ବର୍ଷର ଶେଷ ସମୟ ପର୍ଯ୍ୟନ୍ତ ବିଳମ୍ବ ହେବାର ସମ୍ଭାବନା ଅଧିକ ରହିଛି | ଏହି ବର୍ଷର ପ୍ରଥମ ଛଅ ମାସରେ ଆପଣ ନିଜ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ହେବ | ଏହି ବର୍ଷର ଅଗଷ୍ଟ ମାସ ପର୍ଯ୍ୟନ୍ତ ନାକ, କାନ ଏବଂ ଗଳା ସମ୍ପର୍କିତ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି | ଏହା ଆପଣଙ୍କ ପାଇଁ ଉଚିତ ହେବ କି ଏହି ବର୍ଷର ଶେଷ ମାସ ସମୟରେ ନିଜର ଯୋଗାଯୋଗରେ ପାରଦର୍ଶିତା ଲାଭ କରନ୍ତୁ | ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆପଣ ନିଜ ଶତ୍ରୁଙ୍କଠୁ ସତର୍କ ଅବଲମ୍ବନ କରନ୍ତୁ ।
ମିଥୁନ- ବର୍ଷଟି ଆପଣଙ୍କ ପାଇଁ ଆଶାତୀତ ସାବ୍ୟସ୍ତ ହେବ ନାହିଁ । ଆପଣ ନିଜ ଆର୍ଥିକ, ଭବିଷ୍ୟ ଏବଂ ସମ୍ପର୍କ ଗୁଡ଼ିକ ସମ୍ବନ୍ଧିତ ଏକ ବାସ୍ତବିକତା ଯାଞ୍ଚ କରିବାକୁ ମିଳିବ | ନିଜ ବ୍ୟବହାରରେ ଅଧିକ ସ୍ପଷ୍ଟତା ଏବଂ ପାରଦର୍ଶିତା ଆଣିବାକୁ ହେବ | ସୁଯୋଗ ଆପଣଙ୍କ ହାତମୁଠାରୁ ଚାଲିଯାଉଛି ପରି ଅନୁଭବ କରିବାର ସମ୍ଭାବନା ରହିଛି । ମାତ୍ର ସେଭଳି କଠିନ ସମୟରେ ଆପଣ ମନେ ରଖିବା ଉଚିତ ଯେ ଏହି ଜୀବନରେ ଆପଣଙ୍କୁ ଅଧିକ ଉତ୍ସାହ, ଆଶା ଏବଂ ଯୋଜନାବଦ୍ଧ ରଣନୀତି ସହିତ କଠିନ ପରିଶ୍ରମ କରିବାକୁ ହେବ | ଏହା ଦୀର୍ଘକାଳୀନ ସମୟରେ ଆପଣଙ୍କ ଜୀବନକୁ ବଦଳାଇ ଦେବ ଏବଂ ଆପଣଙ୍କୁ ମଜଭୂତ ମଧ୍ୟ କରିବ | ଭାଗିଦାରୀ ବ୍ୟବସାୟ ଆପଣଙ୍କ ପାଇଁ ସକରାତ୍ମକ ସାବ୍ୟସ୍ତ ହେବ ନାହିଁ; କୌଣସି ବି ଆର୍ଥିକ ଦେଣ-ନେଣ କରିବା ପୂର୍ବରୁ ଆପଣଙ୍କୁ ସତର୍କ ରହିବାକୁ ହେବ | ଏହି ବର୍ଷର ଶେଷ ଭାଗ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇପାରେ | ଏହା ଆପଣଙ୍କ ପାଇଁ ଉଚିତ ହେବ କି ଏହି ବର୍ଷର ଶେଷ ଦୁଇ ମାସରେ କୌଣସି ଋଣ କରନ୍ତୁ ନାହିଁ କାରଣ ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ମନରେ ଋଣ କରିବାର ବିଚାର ଆଣିପାରେ | ଆପଣ ନିଜ ବରିଷ୍ଠ ବା ସହକାରୀ କର୍ମଚାରୀଙ୍କ ସହିତ କୌଣସି ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ | ନିଜ ପରିବାର ସଦସ୍ୟଙ୍କ ନିକଟତର ହେବେ | ବିଦ୍ୟାର୍ଥୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ; ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ସେମାନଙ୍କୁ ଆଶାତୀତ ପରିଣାମ ହାସଲ କରିବାରେ ସାହାଯ୍ୟ କରିପାରେ | ବର୍ଷର ମଧ୍ୟ ଭାଗରେ, ଆରାମଦାୟକ ଜୀବନଶୈଳୀ ପାଇଁ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇପାରେ, ତେଣୁ ଆପଣଙ୍କୁ ନିଜ ଅର୍ଥ ଉପରେ ନିୟନ୍ତ୍ରଣ ରଖିବାକୁ ହେବ | ଆପଣ ଏହି ବର୍ଷର କିଛି ସାଧାରଣ ସ୍ବାସ୍ଥ୍ୟ ଜଟିଳତା ପାଇଁ ନିଜ ଉର୍ଜା ହରାଇ ପାରନ୍ତି,ତେଣୁ ଯତ୍ନବାନ୍ ହେବା ଉଚିତ ।
କର୍କଟ-ଚଳିତ ବର୍ଷ ଆପଣଙ୍କୁ ଉଭୟ ସଂଘର୍ଷ ଏବଂ ସୁନ୍ଦର ସ୍ମୃତି ଦେଇପାରେ | ଆପଣ ନିଜ ଜୀବନରେ ସକରାତ୍ମକତାର ସହିତ ଆଗକୁ ବଢ଼ିବାକୁ ହେବ | ଏହି ବର୍ଷ ଆପଣଙ୍କ ଭାବନା ଗୁଡ଼ିକ କମ୍ ହୋଇପାରେ ଏବଂ ପରିଣାମସ୍ବରୂପ ଆପଣ ନିଜ ପ୍ରିୟଜନଙ୍କ ସହିତ ଦୂରତା ରଖିବା ପରି ବ୍ୟବହାର କରି ପାରନ୍ତି | ଏପରି ପରିସ୍ଥିତିରେ, ଆପଣ ନିଜ ପ୍ରିୟଜନଙ୍କ ଦୃଷ୍ଟିକୋଣରୁ ମଧ୍ୟ ଚିନ୍ତା କରିବା ଉଚିତ | କର୍ମଚାରୀ ନିଜ କାର୍ଯ୍ୟସ୍ଥଳରେ କିଛି ପରିବର୍ତ୍ତନ ଦେଖି ପାରନ୍ତି, ଯାହା ଦୀର୍ଘ ସମୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ | ଆପଣଙ୍କୁ ବହୁ ପରିମାଣରେ କାର୍ଯ୍ୟଭାର ମିଳିପାରେ, ମାତ୍ର ନିଜ ସହକର୍ମୀଙ୍କ ସହିତ କଳହରୁ ବର୍ତ୍ତିବା ପାଇଁ ଆପଣଙ୍କୁ ସତର୍କ ରହିବାକୁ ହେବ | ଫେବ୍ରୁଆରୀ ପରେ ଭାଗିଦାରୀ ବ୍ୟବସାୟ ବା କାମରେ ବିଳମ୍ବତା ହୋଇପାରେ, ଏପରି ସ୍ଥଳେ ଏଗୁଡ଼ିକୁ ତୁରନ୍ତ ସାରିବା ପାଇଁ ତତ୍ପର ହୁଅନ୍ତୁ | ବର୍ଷର ମଧ୍ୟ ଭାଗ ଆପଣଙ୍କ ପ୍ରେମ ଜୀବନ ପାଇଁ ସବୁଠାରୁ ଅନୁକୂଳ ଅଟେ | ଆପଣ କିଛି ନୂଆ କରିବାକୁ ଚେଷ୍ଟା କରିପାରନ୍ତି ଏବଂ ନିଜ ପ୍ରେମ ଜୀବନକୁ ଉନ୍ନତ କରିବା ପାଇଁ ଚେଷ୍ଟା କରିବାକୁ ପଡିବ| ଆପଣ ଏବଂ ଆପଣଙ୍କ ସାଥୀ ପରସ୍ପରକୁ ଖୁସୀ କରିବା ପାଇଁ ଉପହାର ଆଦାନ-ପ୍ରଦାନ ମଧ୍ୟ କରିପାରନ୍ତି | ସେପ୍ଟେମ୍ବର ପର୍ଯ୍ୟନ୍ତ କାହାକୁ ଋଣ ଆକାରରେ ଅର୍ଥ ଦିଅନ୍ତୁ ନାହିଁ | ଏହି ବର୍ଷର ଶେଷ ଭାଗରେ ଆପଣଙ୍କୁ ଅଜଣା ଲୋକଙ୍କଠାରୁ କିଛି ଲାଭ ମିଳିବାର ସମ୍ଭାବନା ରହିଛି | ଯଦି ଆପଣ ସେୟାର ବଜାର ବା ଜୁଆରେ ଲିପ୍ତ ରହିଛନ୍ତି, ତେବେ ଆପଣ ସେପ୍ଟେମ୍ବର ପରେ ବାସ୍ତବରେ ସତର୍କ ରହିବା ଉଚିତ କାରଣ ଅର୍ଥହାନୀ ହେବାର ଅଧିକ ସମ୍ଭାବନା ରହିଛି | ବିଦ୍ୟାର୍ଥୀଙ୍କ ପାଇଁ ଏବର୍ଷ ବାସ୍ତବରେ ଆଶ୍ଚର୍ଯ୍ୟଜନକ ଲାଗିପାରେ । ଯଦି ସେମାନେ କୌଣସି ବି ପ୍ରତିଯୋଗୀ ପରୀକ୍ଷାରେ ଭାଗ ନେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଅଧିକ ଚେଷ୍ଟା କରିବାକୁ ହେବ | ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ଦାୟିତ୍ବ ନେଉ ନଥିବା କାରଣରୁ ଅସୁବିଧା ଭୋଗି ପାରନ୍ତି| ସେପ୍ଟେମ୍ବର ମାସ ପରେ, ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ କାରଣ କେବେ କେବେ ଛୋଟ ମୋଟ ରୋଗ ମଧ୍ୟ ମରଣାନ୍ତକ ହୋଇପାରେ | ଏହି ବର୍ଷ ଆପଣଙ୍କୁ ମଧୁମେହ ଏବଂ ମୋଟାପଣ ସମ୍ପର୍କିତ ସମସ୍ୟା ଗୁଡ଼ିକର ସାମ୍ନା କରିବାକୁ ପଡ଼ିପାରେ |
ସିଂହ-ବର୍ଷଟି ଆପଣଙ୍କ ପାଇଁ ବହୁତ ଉତ୍ସାହ ଏବଂ ଉର୍ଜା ନେଇ ଆସିବ | ଆପଣ ନିଜ ସମ୍ପର୍କରେ ଅନିଶ୍ଚିତତାର ସାମ୍ନା କରୁଛନ୍ତି, ଯାହା ଜାନୁଆରୀ ଶେଷ ସୁଦ୍ଧା ପରିଷ୍କାର ହୋଇଯିବ ଏବଂ ଆପଣ ସୁନିଶ୍ଚିତ ହୋଇଯିବେ | ଆପଣ ନିଜ ଜୀବନରେ ନୂଆ ଜିନିଷ ଶିଖିବା ସହ ସେହି ଜିନିଷ ଗୁଡ଼ିକରେ ଖର୍ଚ୍ଚ କରିବାର ସମ୍ଭାବନା ରହିଛି ଯାହା ଆପଣଙ୍କୁ ଏକ ଏକ ଆରାମଦାୟକ ଜୀବନଶୈଳୀ ପ୍ରଦାନ କରିଥାଏ | ଆପଣ ଏହି ବର୍ଷରେ ଏକ ନୂଆ ସମ୍ପର୍କ ଆରମ୍ଭ କରିପାରନ୍ତି ଏବଂ ପୁରୁଣାକୁ ଭାଙ୍ଗିପାରନ୍ତି | ଏହା ଆପଣଙ୍କ ପାଇଁ ଉଚିତ ହେବ କି ମାନ୍ୟତାର ପରିସୀମା ଭିତରେ ଚାଲିବା ବଦଳରେ ନିର୍ଣ୍ଣୟକୁ ବ୍ୟବହାରିକତା ସହିତ ନିଅନ୍ତୁ | ଆପଣ ନୂଆ ସମ୍ପର୍କ ଆରମ୍ଭ କରିବା ଏବଂ ନୂଆ ସାଥୀ ସନ୍ଧାନ କରିବା ସମୟରେ ଆବେଗରୁ ବର୍ତ୍ତିବା ଉଚିତ | ବିବାହ ସମ୍ବନ୍ଧୀୟ ନିର୍ଣ୍ଣୟ ନେବା ପାଇଁ, ଆପଣଙ୍କୁ ସେପ୍ଟେମ୍ବର ପରେ ସକରାତ୍ମକ ସମୟ ମିଳିପାରେ | ଆପଣ ଏହି ବର୍ଷର ଅନ୍ତିମ ଭାଗରେ ନିଜ ପରିବାରର ସଦସ୍ୟଙ୍କ ସହିତ ଯୋଗାଯୋଗରେ ସତର୍କତା ଅବଲମ୍ବନ କରିବା ଉଚିତ | ଆପଣ ପେଶାଦାର ଉଦ୍ଦେଶ୍ୟ ପାଇଁ ନୂଆ ସମ୍ପତ୍ତି କିଣି ପାରନ୍ତି | ଯଦି ଆପଣ ବ୍ୟବସାୟ ସଂପ୍ରସାରଣ ପାଇଁ ନୂଆ ସମ୍ପତ୍ତି କିଣୁଛନ୍ତି, ତେବେ ଏହି ବର୍ଷର ପ୍ରଥମ ଭାଗ ଆପଣଙ୍କ ପକ୍ଷରେ ଯାଇପାରେ | ଏପ୍ରିଲରୁ ଜୁଲାଇ ମଧ୍ୟରେ ଥିବା ସମୟ ଆପଣଙ୍କ ପାଇଁ ବାସ୍ତବରେ ବହୁତ ଭଲ ରହିବ | ଆପଣ ସେହି ଜିନିଷ ଗୁଡ଼ିକରେ ସାମିଲ ହେବାରୁ ବର୍ତ୍ତିବା ଉଚିତ ଯାହା ଜୁଲାଇ ଏବଂ ଅଗଷ୍ଟ ସମୟରେ ଆପଣଙ୍କ ପ୍ରତିଷ୍ଠାକୁ ଖରାପ କରିପାରେ | ଆପଣ ବର୍ଷର ମଧ୍ୟ ଭାଗରେ ନିଜ କାମରେ ନୂଆ ଚିନ୍ତାଧାରା ଲାଗୁ କରିବାରେ ସଫଳତା ମିଳିବ | ଆପଣଙ୍କ ଶୈକ୍ଷିକ ପ୍ରଗତି ବେଶ୍ ଧୀର ରହିବ, ମାତ୍ର ଫେବ୍ରୁଆରୀରୁ ଆପଣଙ୍କୁ କିଛି ଆଶ୍ବାସନା ମିଳିପାରେ । ସେପ୍ଟେମ୍ବର ପରେ ଆପଣଙ୍କ ସ୍ଥିତିରେ ସୁଧାର ଆସିପାରେ | ଜାନୁଆରୀ ଶେଷରେ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି | ଅତ୍ୟାଧିକ କାର୍ଯ୍ୟଚାପ ଯୋଗୁଁ ଆପଣ ମାନ୍ଦାଳିଆ ମଧ୍ୟ ଅନୁଭବ କରିପାରନ୍ତି |
କନ୍ୟା-ଏହି ବର୍ଷ ଆପଣଙ୍କ ପାଇଁ ସଫଳତାର ନୂଆ ଅବସର ଏବଂ ଆଶା ନେଇ ଆସିପାରେ | ଆପଣ ଆର୍ଥିକ ଭାବେ ପ୍ରଗତି କରିବେ, ମାତ୍ର ନିଜ ପରିବାର ପାଇଁ ଆପଣଙ୍କୁ ସତର୍କ ରହିବାକୁ ହେବ | ସେମାନଙ୍କ ସହିତ କଥା ହେବା ସମୟରେ ଆପଣ ନିଜର ଯୋଗାଯୋଗରେ ସ୍ପଷ୍ଟ ହେବାକୁ ପଡ଼ିବ । ଫେବ୍ରୁଆରୀ ପରେ ପାରିବାରିକ ମାମଲା ଭଲ ହୋଇପାରେ | ନିଜ ପ୍ରେମ ଜୀବନରେ ସଫଳତା ପାଇଁ ଆହୁରି ଅଧିକ ଚେଷ୍ଟା କରିବାକୁ ହେବ | ଯଦି ଆପଣ ଏକ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ପ୍ରସଙ୍ଗର ସାମ୍ନା କରିବାକୁ ପଡ଼ିପାରେ | ଏହି ବର୍ଷ ବିବାହିତ ଯୋଡ଼ିଙ୍କ ପକ୍ଷରେ ଯାଇପାରେ | ନିଜ ବ୍ୟବସାୟ ପାଇଁ, ଆପଣଙ୍କୁ ଭଲ ପ୍ରତିଯୋଗିତାର ସାମ୍ନା କରିବାକୁ ପଡ଼ିପାରେ | ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହେବ, ମାତ୍ର ଆପଣ ନିଜ ପରିବାର ପାଇଁ କରିଥିବା କାର୍ଯ୍ୟରେ ଆଶା କରିଥିବା ମାନ୍ୟତା ମିଳିବ ନାହିଁ | ଆପଣଙ୍କ ପିଲା ମାନଙ୍କର ଆର୍ଥିକ ସ୍ବଚ୍ଛଳତା ଫେବ୍ରୁଆରୀରୁ କମ୍ ହୋଇପାରେ | ବିଦ୍ୟାର୍ଥୀ ଏହି ବର୍ଷର ପ୍ରାରମ୍ଭ ବଡ଼ ସକାରତ୍ମକତାର ସହିତ ଆରମ୍ଭ କରିପାରନ୍ତି | ଫେବ୍ରୁଆରୀ ଶେଷରୁ ବାସ୍ତବରେ କଠିନ ପରିଶ୍ରମ କରିବାକୁ ହେବ | ଆପଣ ସେପ୍ଟେମ୍ବରରୁ ନିଜ ବନ୍ଧୁଙ୍କ ସହିତ ସମୟ ଅପଚୟ କରିବାରୁ ବର୍ତ୍ତିବା ଉଚିତ | ଯଦି ଆପଣ ବିଦେଶରେ ଶିକ୍ଷା ପାଇଁ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ବର୍ଷର ଶେଷରେ ସଫଳତା ମିଳିବ | ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଚଳିତବର୍ଷ ବେଶ୍ ଅନୁକୂଳ ସାବ୍ୟସ୍ତ ହେବ | ଆପଣ ସନ୍ତୁଳିତ ଆହାର ସହ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ କରାଯାଉଛି | ଆପଣ ସୁସ୍ଥ ରହିବା ପାଇଁ ଯୋଗ ଏବଂ ବ୍ୟାୟାମ ମଧ୍ୟ କରିପାରନ୍ତି |
ତୁଳା-ଚଳିତବର୍ଷ ଆପଣ କରିଥିବା କଠିନ ପରିଶ୍ରମର ଫଳ ପାଇବେ | ଆଜି ପର୍ଯ୍ୟନ୍ତ ଆପଣଙ୍କ ଭବିଷ୍ୟ, ଅଧ୍ୟୟନ, ଆର୍ଥିକ ଏବଂ ସମ୍ପର୍କକୁ ସମୃଦ୍ଧ କରିବାରେ ଆପଣଙ୍କ ପ୍ରୟାସକୁ ନେଇ ଚଳିତବର୍ଷ ଆଣିଦେବ ଢେରସାରା ଆକର୍ଷଣୀୟ ଫଳାଫଳ । ବର୍ଷର ପ୍ରାରମ୍ଭରେ ଯାତ୍ରା ସମୟରେ ଆପଣଙ୍କୁ କିଛି ସମସ୍ୟା ହୋଇପାରେ କିନ୍ତୁ ଫେବ୍ରୁଆରୀ ପରେ ଏଥିରେ ସୁଧାର ଆସିବ | ଏହି ବର୍ଷର ପ୍ରଥମ ଭାଗରେ ପୂର୍ବଜଙ୍କ ସମ୍ପତ୍ତି ସମ୍ପର୍କିତ ମାମଲା ଆପଣଙ୍କ ପକ୍ଷରେ ଯିବ | ଆପଣ ନିଜ ପିତାଙ୍କଠାରୁ କିଛି ଫାଇଦା ଆଶା କରି ପାରନ୍ତି | ଆପଣଙ୍କ ଆର୍ଥିକ ସ୍ଥିତି ବେଶ୍ ଭଲ ହେବାର ସମ୍ଭାବନା ରହିଛି । କାରଣ ଆପଣ ନିଜର ଆୟ ଉତ୍ସକୁ ବୃଦ୍ଧି କରି ସଫଳତା ହାସଲ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି | କିନ୍ତୁ ସେପ୍ଟେମ୍ବର ପରେ ଆପଣଙ୍କ ଆୟରେ କିଛି ଅନିଶ୍ଚିତତା ଦେଖାଦେଇପାରେ | ଆପଣ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ଉଚିତ, ଯାହାଦ୍ବାରା ଆର୍ଥିକ ବାଧା ଗୁଡ଼ିକ ଆପଣଙ୍କ ଜୀବନଶୈଳୀ ପ୍ରଭାବିତ କରିନପାରିବ । ଆପଣ ନିଜ ବନ୍ଧୁଙ୍କ ସହିତ ଅଧିକ ସାକ୍ଷାତ କରିପାରିବେ ନାହିଁ ତେଣୁ ସେମାନେ ଆପଣଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି | କିନ୍ତୁ ଏହା କାହା ଭୂଲ ନୁହେଁ ବରଂ ସମୟର ଖେଳ ଅଟେ ବୋଲି ବୁଝିବାକୁ ହେବ | ଏପ୍ରିଲ ପରେ ସ୍ଥିତିରେ ସୁଧାର ଆସିପାରେ | ଏପ୍ରିଲରୁ ଜୁଲାଇ ସମୟରେ, ଆପଣ ନିଜ ପ୍ରିୟ ବ୍ୟକ୍ତିଙ୍କ ପାଇଁ ଚିନ୍ତିତ ହେବେ, ମାତ୍ର ଏହା ବ୍ୟତୀତ ଆପଣ ନିଜ ପ୍ରେମ ଜୀବନର ଆନନ୍ଦ ନେଇପାରିବେ | ଆପଣ ନିଜ ଜୀବନସାଥୀଙ୍କ ସହିତ ସମ୍ପର୍କକୁ ବେଶ ବିକଶିତ କରିବେ | ବିଦ୍ୟାର୍ଥୀଙ୍କ ପାଇଁ ବର୍ଷଟି ବେଶ ଅନୁକୂଳ । ଏହି ସମୟରେ ସେମାନେ ଖରାପ ବନ୍ଧୁଙ୍କଠାରୁ ଦୂରେଇ ରହିବା ଉଚିତ ସାବ୍ୟସ୍ତ ହେବ | ଏହି ବର୍ଷରେ ଆପଣଙ୍କ ବିଦେଶୀ ଶିକ୍ଷାର ଇଚ୍ଛା ପୂରଣ ହୋଇପାରେ | ଆପଣ ଏହି ବର୍ଷର ରହସ୍ୟମୟ ବିଷୟ ଗୁଡ଼ିକରେ ରୁଚି ଅନୁଭବ କରିପାରନ୍ତି | ଆପଣ ଏହି ବର୍ଷ ସ୍ବାସ୍ଥ୍ୟବାନ ଓ ଦୃଢ଼ ରହିବେ, ଯଦିଓ କୌଣସି ବି ସାହସିକ ଗତିବିଧି ଗୁଡ଼ିକ ପୂର୍ବରୁ ଓ ଯାତ୍ରା ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି ।
ବିଛା-ସମସ୍ତ ଦୀର୍ଘକାଳୀନ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ଆପଣଙ୍କୁ ସଫଳତା ଆଣିଦେବ 2020 | ଆପଣଙ୍କ ଚତୁଃପାର୍ଶ୍ବର ଲୋକଙ୍କ ସହିତ ଆପଣଙ୍କ ଯୋଗାଯୋଗ କମ୍ ହୋଇପାରେ; ଯଦିଓ ଫେବ୍ରୁଆରୀ ପରେ ଆପଣ ନୂଆ ଲୋକଙ୍କ ସହିତ ସାକ୍ଷାତ କରିପାରନ୍ତି । ଆପଣ ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ହେବେ | ଆପଣ ଯୋଗାଯୋଗରେ ସ୍ପଷ୍ଟ ହେବା ଉଚିତ ଯାହାଦ୍ବାରା ଆପଣ ନିଜ କଥାକୁ ଭୂଲ ଭାବେ ବୁଝାଇବାରୁ ବର୍ତ୍ତି ପାରିବେ | ଆପଣ ଦାମୀ ଏବଂ ଭଲ ଜିନିଷ କିଣିବାର ସମ୍ଭାବନା ରହିଛି | ଆପଣ ନକାରାତ୍ମକ ବିଚାର ଗୁଡ଼ିକ ପଛରେ ଛାଡ଼ି ଆଲୋକର ଦିଗରେ ଆଗକୁ ବଢ଼ିବା ଦ୍ବାରା ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ | ଆପଣ ନିଜର ସମସ୍ତ ଦାମୀ ସୌକ ପୁରା କରିବାରେ ଅଭାବ ରହିବ ନାହିଁ, ମାତ୍ର ଆପଣଙ୍କୁ ନିଜ ଆୟର ଉତ୍ସକୁ ଧ୍ୟାନରେ ରଖି ଖର୍ଚ୍ଚ କରିବାକୁ ହେବ | ନିଜ ପେଶାଦାର ଜୀବନରେ ଆଶ୍ଚର୍ଯ୍ୟଜନକ ପରିଣାମ ପାଇବେ | ଯଦି ଆପଣଙ୍କର ଭାଗିଦାରୀ ବ୍ୟବସାୟ ରହିଛି, ତେବେ ଏହି ବର୍ଷର ଶେଷ ତିନି ମାସରେ ଆପଣ ସତର୍କ ରହିବାର ଆବଶ୍ୟକତା ରହିଛି | ଆପଣ ଏହିବର୍ଷ ସମ୍ପର୍କଗୁଡ଼ିକ ପାଇଁ ଭାଗ୍ୟଶାଳୀ ଅନୁଭବ କରି ପାରନ୍ତି; ଆପଣଙ୍କ ପ୍ରିୟ ବ୍ୟକ୍ତି ପେଶାଦାର ଜୀବନରେ ମଧ୍ୟ ଆପଣଙ୍କୁ ସହଯୋଗ କରିପାରନ୍ତି | ଆପଣ ଏବଂ ଆପଣଙ୍କ ଜୀବନସାଥୀ ବେଶ୍ ଭଲ ବୁଝାମଣା ଏବଂ ବନ୍ଧନର ସାକ୍ଷୀ ହୋଇପାରନ୍ତି | ଏପ୍ରିଲ ରୁ ଜୁଲାଇ ପର୍ଯ୍ୟନ୍ତ ସମୟ ଆପଣ ପ୍ରେମ ଜୀବନ ପାଇଁ ଉନ୍ନତ ସାବ୍ୟସ୍ତ ହୋଇପାରେ | ଏହି ବର୍ଷର ଦ୍ବିତୀୟ ଭାଗରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ମାତ୍ର ଯଦି ଆପଣ ନିଜ ଅନାବଶ୍ୟକ ଖର୍ଚ୍ଚ ଗୁଡ଼ିକ ଉପରେ ନିୟନ୍ତ୍ରଣ ନ ରଖିବେ, ତେବେ ଅନ୍ୟ ମାନଙ୍କଠାରୁ ଆର୍ଥିକ ସହାୟତା ମାଗିବାକୁ ହେବ | ଆୟରେ ଅନିଶ୍ଚିତତା କାରଣରୁ, ଆପଣ ନିଜ ଆର୍ଥିକ ଯୋଜନା ପୂର୍ବରୁ ପ୍ରସ୍ତୁତ କରିଦେବା ଉଚିତ | ବିଦ୍ୟାର୍ଥୀଙ୍କ ପାଇଁ ଏହି ବର୍ଷ ବାସ୍ତବରେ ସକାରତ୍ମକତା ନେଇ ଆସିବ । ଯଦିଓ ଭବିଷ୍ୟ ଚୟନ କରିବା ପାଇଁ, ଜଣେ ପରାମର୍ଶଦାତାଙ୍କ ପରାମର୍ଶ ନେବା ଉଚିତ ହେବ । ଜଣେ ବିଦ୍ୟାର୍ଥୀ ଭାବେ, ଆପଣ ସେପ୍ଟେମ୍ବର ପରେ ନିଜ ଅଧ୍ୟୟନରେ ସଂଘର୍ଷର ସାମ୍ନା କରିବାକୁ ପଡ଼ିପାରେ । ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ; ମାତ୍ର ଆପଣଙ୍କୁ ନାକ, କାନ ଏବଂ ଗଳା ସମ୍ବନ୍ଧୀୟ ସମସ୍ୟା ଦେଖାଦେବାର ସମ୍ଭାବନା ଅଧିକ ରହିଛି |
ଧନୁ-ଏହି ବର୍ଷ ଆପଣଙ୍କୁ ସାମାନ୍ୟ ପରିଣାମ ପ୍ରଦାନ କରିପାରେ | ଆପଣ ଗୋଟିଏ ସମୟରେ ହିଁ ଖୁସି ଏବଂ ଅଭିଯୋଗର ସାମ୍ନା କରିପାରନ୍ତି | ଆପଣଙ୍କୁ ଲାଗିପାରେ କି ଆପଣଙ୍କ ଜୀବନ ଧୀର ଗତିରେ ଆଗକୁ ବଢ଼ୁଛି, ମାତ୍ର ଫେବ୍ରୁଆରୀ ପରେ ସ୍ଥିତି ଆହୁରି ଭଲ ହୋଇଯିବ | ଆପଣ ନିଜ ଜୀବନ ପ୍ରତି ଅଧିକ ସକାରାତ୍ମକ ହୋଇଯିବେ | ଆପଣଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ | ଆପଣ କଠିନ ପରିସ୍ଥିତି ସହିତ ମୁକାବିଲା କରିବା ପାଇଁ ନିଜର ମାନସିକତାକୁ ଦୃଢ଼ କରିବାକୁ ପରାମର୍ଶ ଦିଆଯାଉଛି | ଆପଣ ନିଜ ସାଥୀଙ୍କ ଉପରେ ଭରସା କରିବାକୁ ହେବ ଏବଂ ଏକ ଭଲ ସମ୍ପର୍କ ବନାଇ ରଖିବା ପାଇଁ ବୁଝାବଣା କରିବାକୁ ପଡ଼ିପାରେ | ଆପଣ ନିଜ ଜୀବନସାଥୀଙ୍କୁ ପର୍ଯ୍ୟାପ୍ତ ସ୍ଥାନ ଦେବା ଏବଂ ତାଙ୍କ ହୃଦୟ ଏବଂ ବିଶ୍ବାସ ଜିତିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ | ସେପ୍ଟେମ୍ବର ପରେ ଆପଣ ନିଜ ସମ୍ପର୍କର ଆନନ୍ଦ ଉଠାଇବେ | ଏହି ବର୍ଷର ପ୍ରାରମ୍ଭରେ, ଆପଣ ମନୋରଞ୍ଜନରେ ଖର୍ଚ୍ଚ କରିପାରନ୍ତି | ଏହା ସମ୍ଭାବନା ରହିଛି କି ଆପଣଙ୍କ ପେଶାଦାର ପରିଯୋଜନା ଗୁଡ଼ିକ ଧୀରେ-ଧୀରେ ଆଗକୁ ବୃଦ୍ଧି ହୋଇପାରେ; ଏପରିକି ଚୁକ୍ତିରେ ଦସ୍ତଖତ କରିବାରେ ବିଳମ୍ବ ହୋଇପାରେ | ଫେବ୍ରୁଆରୀ ମଧ୍ୟ ଭାଗ ପରେ ଆପଣଙ୍କ ଆୟ ଅନିଶ୍ଚିତ ହୋଇପାରେ | ତେଣୁ ଏହା ପୂର୍ବରୁ ଯୋଜନା କରିବା ଉଚିତ | କର୍ମଚାରୀ ମାନଙ୍କୁ ବାସ୍ତବରେ କଠିନ ପରିଶ୍ରମ କରିବାକୁ ହେବ | ଆପଣଙ୍କୁ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିଜ ପ୍ରେରଣା ଏବଂ ଉତ୍ସାହ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବାକୁ ହେବ | ବ୍ୟବସାୟୀ ମାନଙ୍କୁ ଅନ୍ୟ ଉପରେ ଭରସା ନ କରିବାକୁ ପରାମର୍ଶ ରହିଛି | ଆପଣ ସାମାଜିକ ବା ଧାର୍ମିକ ମାମଲାରେ ଅଧିକ ଧ୍ୟାନ ଦେବେ | ବିଦ୍ୟାର୍ଥୀଙ୍କ ପାଇଁ ଏହି ବର୍ଷ କଷ୍ଟକର ହୋଇପାରେ ଏବଂ ସେମାନଙ୍କୁ ନିଜ ପାଠପଢ଼ାର ଯୋଜନା ପୂର୍ବରୁ ପ୍ରସ୍ତୁତ କରାଇବା ଉଚିତ | ଏହି ବର୍ଷ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ରହିବ |
ମକର-ଚଳିତବର୍ଷ ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣଙ୍କ ଉନ୍ନତି ପାଇଁ ଆକର୍ଷଣୀୟ ସୁଯୋଗ ମିଳିବ | ଆପଣ ନିଜର କାର୍ଯ୍ୟକ୍ଷେତ୍ରର ଲକ୍ଷ୍ୟକୁ ହାସଲ କରିବେ | ଏହି ବର୍ଷ ଆପଣଙ୍କ ଲକ୍ଷ୍ୟକୁ ହାସଲ କରିବା ପାଇଁ ନୂଆ ରଣନୀତି ଗୁଡ଼ିକର ଯୋଜନା ବନାଇବାରେ ଆପଣଙ୍କ ସହାୟତା କରିପାରେ | ଆପଣ ନିଜ କାମରେ ରଚନାତ୍ମକତାକୁ ଲାଗୁ କରିବାର ସମ୍ଭାବନା ରହିଛି | ଫେବ୍ରୁଆରୀ ମାସରେ ନିଜ କାମରେ ସାମାନ୍ୟ ଅଳସୁଆମୀ ଅନୁଭବ କରି ପାରନ୍ତି, ଯଦିଓ ଆପଣଙ୍କ ଉତ୍ସାହ ଏବେ ବି ଆପଣଙ୍କ ପାଇଁ ଚମତ୍କାର ଆଣିପାରେ | କର୍ମଚାରୀମାନେ ନିଜ ବରିଷ୍ଠ ଅଧିକାରୀ ବା ବସ୍ଙ୍କ ଠାରୁ ପ୍ରଶଂସା ଏବଂ ସମର୍ଥନ ପାଇବାର ସମ୍ଭାବନା ରହିଛି | ଏହି ବର୍ଷ ଆପଣଙ୍କ ପାଇଁ ସବୁଠାରୁ ଭଲ ସାବ୍ୟସ୍ତ ହୋଇପାରେ, ମାତ୍ର ଆପଣଙ୍କୁ ଆତ୍ମ-ପ୍ରେରକ ହୋଇ ରହିବାକୁ ହେବ | ଏହି ବର୍ଷ ଆପଣ କିଛି ନୂଆ ଆରମ୍ଭ କରିପାରନ୍ତି, ମାତ୍ର ନିଜର ଉପସ୍ଥିତ ଜ୍ଞାନ କୌଶଳକୁ ବୃଦ୍ଧି କରିବାରେ ଧ୍ୟାନ କେନ୍ଦ୍ରୀତ କରିଲେ ଭବିଷ୍ୟରେ ଆପଣଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇପାରେ | ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ଉନ୍ନତି-ଅବନତିର ସମ୍ଭାବନା ରହିଛି, ମାତ୍ର ସମଯୋଜନ ଏଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିପାରେ | ଆପଣ ନିଜ ସାଥୀଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବେ | ପ୍ରେମ ଜୀବନ ବା ବିବାହିତ ଜୀବନ ପାଇଁ, ଏପ୍ରିଲ ରୁ ଜୁଲାଇ ପର୍ଯ୍ୟନ୍ତ ସମୟ ବାସ୍ତବରେ ଆଶ୍ଚର୍ଯ୍ୟଜନକ ସାବ୍ୟସ୍ତ ହୋଇପାରେ | ଆପଣ ନିଜ ସମ୍ପର୍କକୁ ଏକ ନୂଆ ସ୍ତର ବା ପର୍ଯ୍ୟାୟକୁ ନେବା ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନେଇ ପାରନ୍ତି | ଆପଣଙ୍କ ଜୀବନରେ କିଛି ଘଟଣା ଘଟିପାରେ ଯାହା ଆପଣଙ୍କୁ ଅର୍ଥର ମହତ୍ତ୍ବ ଶିଖାଇବ | ମାର୍ଚ୍ଚରୁ ମେ ମାସ ମଧ୍ୟରେ ଆପଣଙ୍କୁ ନିଜ ଭବିଷ୍ୟର କିଛି ଆଶ୍ଚର୍ଯ୍ୟଜନକ ସୁଯୋଗ ମିଳିବାର ସମ୍ଭାବନା ରହିଛି | ବିଦ୍ୟାର୍ଥୀ ଏହି ବର୍ଷ ପ୍ରତିଭା ସମ୍ପନ୍ନ ହୋଇପାରେ, ମାତ୍ର ଦ୍ବିତୀୟ ଭାଗରେ ଅଧିକ ଏକାଗ୍ରତା ପାଇଁ କଷ୍ଟ କରିବାକୁ ପଡ଼ିପାରେ | ସେପ୍ଟେମ୍ବର ମାସ ବିଦ୍ୟାର୍ଥୀଙ୍କ ପାଇଁ ନୂଆ ଆହ୍ବାନ ନେଇ ଆସିପାରେ | ଋତୁକାଳୀନ ପରିବର୍ତ୍ତନ ଆପଣଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ କିନ୍ତୁ ନିୟମିତ ବ୍ୟାୟାମ ଏହଂ ସ୍ବାସ୍ଥ୍ୟକର ଭୋଜନ ଦ୍ବାରା ସହଜରେ ଏଡାଇପାରିବେ ସମସ୍ତ ସମସ୍ୟା ।
କୁମ୍ଭ-ଏହି ବର୍ଷ ଆପଣଙ୍କୁ ଉଭୟ ସଂଘର୍ଷ ଏବଂ ସଫଳତାର ସ୍ବାଦ ଚଖାଇବ । ପୁରାବର୍ଷ ଆପଣ ନିଜ ସମ୍ପର୍କକୁ ନେଇ ସତର୍କ ରହିବାକୁ ହେବ | ଅନ୍ୟ ଲୋକଙ୍କ ତୁଳନାରେ ଆସନ୍ତା ତିନି ମାସ ଆପଣଙ୍କ ପାଇଁ ସାମାନ୍ୟ ଅନୁକୂଳ ସାବ୍ୟସ୍ତ ହୋଇପାରେ; ଯଦିଓ ଆପଣ ନିଜ ସମ୍ପର୍କ ପାଇଁ ନିଜ ପରିବାର ସଦସ୍ୟଙ୍କଠାରୁ ସତର୍କ ରହିବାକୁ ହେବ | ସେପ୍ଟେମ୍ବର ପର୍ଯ୍ୟନ୍ତ କୌଣସି ବି ନିର୍ଣ୍ଣୟ ନେବା ପୂର୍ବରୁ ଆପଣଙ୍କୁ ନିଜ ପ୍ରେମ ଜୀବନରେ ଅଧିକ ବ୍ୟବହାରିକ ହେବାକୁ ହେବ | ଏପରିକି ଜୀବନସାଥୀ ଚୟନ କରିବା ମଧ୍ୟ ଏହି ସମୟରେ ଖରାପ ନିର୍ଣ୍ଣୟ ହୋଇପାରେ | ଯଦି ଆପଣ ପ୍ରଥମରୁ ସମ୍ପର୍କରେ ଅଛନ୍ତି, ତେବେ ଆପଣ ନିଜ ଜୀବନସାଥୀଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ | ସ୍ବାସ୍ଥ୍ୟ ପାଇଁ ଦାୟିତ୍ବବାନ ହୁଅନ୍ତୁ । ଆଇନଗତ ଏବଂ ସରକାରୀ ସମ୍ବନ୍ଧୀୟ ଜଟିଳତାରୁ ନିଜକୁ ସ୍ପଷ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ପ୍ରତିଷ୍ଠା ଏବଂ ଅର୍ଥହାନୀ ହେବାକୁ ଅଧିକ ସମୟ ଲାଗିବ ନାହିଁ | ଜ୍ଞାନକୌଶଳ କ୍ଷେତ୍ରରେ ଏହି ବର୍ଷର ପ୍ରାରମ୍ଭରେ ଆପଣ ଭଲ ଅର୍ଥ ଅର୍ଜନ କରିପାରନ୍ତି, ମାତ୍ର ଫେବ୍ରୁଆରୀ ପରେ ଏଥିରେ ବାଧା ଆସିପାରେ | ଆପଣଙ୍କ ଲାଭ ଆପଣଙ୍କ ପାଖରେ ପହଁଚିବା ପାଇଁ ଅଧିକ ସମୟ ଲାଗିପାରେ, ଯଦିଓ ଏହି ବର୍ଷ ଦ୍ବିତୀୟ ଭାଗରେ ଆପଣଙ୍କ ସ୍ଥିତିରେ ସୁଧାର ଆସିପାରେ | ଯଦି ଆପଣ ନିଜ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି, ତେବେ ଏହି ବର୍ଷ ଆପଣଙ୍କ ପାଇଁ ଅନୁକୂଳ ହେବ | ନିଜ ପେଶାଦାର ନେଟୱାର୍କକୁ ବୃଦ୍ଧି କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରନ୍ତୁ | ନୂଆ ଲୋକଙ୍କୁ ଭେଟିବା ସହ ସମ୍ମିଳନୀରେ ଭାଗ ନେବା ଦ୍ବାରା ଆପଣଙ୍କୁ କିଛି ସାହାଯ୍ୟ ମିଳିପାରେ | ଦୀର୍ଘକାଳୀନ ନିବେଶ ଆପଣଙ୍କ ପାଇଁ ସକରାତ୍ମକ ସାବ୍ୟସ୍ତ ହେବ |
ମୀନ-ଏହି ବର୍ଷ ଆପଣଙ୍କ ପାଇଁ ଅନେକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ | ଆପଣ ନିଜ ଚାକିରି ବା ବ୍ୟବସାୟରେ ଭଲ ସମୟ ପାଇବେ, ମାତ୍ର ତାପରେ ମଧ୍ୟ ଆପଣ ଜିନିଷ ଗୁଡ଼ିକୁ ପରିବର୍ତ୍ତନ କରିପାରନ୍ତି | ସେପ୍ଟେମ୍ବର ପର୍ଯ୍ୟନ୍ତ କିଛି ଆରମ୍ଭ କରିବା ବା ପରିବର୍ତ୍ତନ ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ | କାହା ଉପରେ ଭରସା କରନ୍ତୁ ନାହିଁ | ଯଦି ଆପଣ ଏକ ବ୍ୟବସାୟ ବା ଲୁହା, ସିମେଣ୍ଟ, ଓଜନିଆ ପ୍ରାଯୁକ୍ତିକ ଉପକରଣ ବା ଭାରି ବାହନ ସହିତ ସଂଶ୍ଳିଷ୍ଟ ଥାଆନ୍ତି, ତେବେ ଏହି ବର୍ଷ ଆପଣଙ୍କୁ ଏହା ଖୁବ ଭଲ ପରିଣାମ ଦେବ | ଆପଣ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ନିଜର ସଂପୂର୍ଣ୍ଣ ସାଥ୍ ଦେବେ | ସଂଘର୍ଷ ଏବଂ ଭୂଲ ବୁଝାମଣାର ସମ୍ଭାବନା ରହିଛି । ନିଜ ଯୋଗାଯୋଗରେ ସ୍ପଷ୍ଟତା ଏବଂ ମିଠା ଅନୁଭୂତି ରଖିବାକୁ ପରାମର୍ଶ ରହିଛି । ଆପଣଙ୍କ ପ୍ରେମ ଜୀବନ ଖୁବ ସୁଖମୟ ରହିଛି, ଯଦିଓ ପ୍ରଥମ ଦୁଇ ମାସ ପରେ ଆପଣ ପ୍ରେମକୁ ଧୀମା ଅନୁଭବ କରିବେ | ଫେବ୍ରୁଆରୀ ମଧ୍ୟ ଭାଗ ପରେ ବିବାହ ସମ୍ପର୍କିତ ନିର୍ଣ୍ଣୟ ନେବା ଦ୍ବାରା ଆପଣଙ୍କୁ ସକରାତ୍ମକ ଫଳାଫଳ ମିଳିବ | ନିଜ ପ୍ରିୟଜନଙ୍କ ସହିତ ଆପଣଙ୍କ ସମ୍ପର୍କ ଏହି ବର୍ଷ ଶେଷ ପର୍ଯ୍ୟନ୍ତ ଦୃଢ଼ ରହିବ | ଆପଣ ନିଜ ପରିବାରର ଖୁସି ପାଇଁ ଅନେକ ଖର୍ଚ୍ଚ କରିବେ | ଯଦି ଆପଣଙ୍କର ପରିବାର ସଦସ୍ୟଙ୍କ ସହିତ କୌଣସି ସମସ୍ୟା ରହିଛି, ତେବେ ଏହା ମଧ୍ୟ ସମାଧାନ ହୋଇପାରେ | ଏପ୍ରିଲରୁ ଜୁଲାଇ ମଧ୍ୟରେ ଆପଣଙ୍କ ମିତ୍ର ମଣ୍ଡଳ ବୃଦ୍ଧି ପାଇପାରେ | ବିଦ୍ୟାର୍ଥୀ ଏହି ବର୍ଷ ଏକ ଭଲ ପ୍ରାରମ୍ଭ କରିପାରନ୍ତି, ମାତ୍ର ମାର୍ଚ୍ଚରୁ ସେମାନଙ୍କୁ ବିଶେଷ ଭାବେ କଷ୍ଟ ବିଷୟ ଗୁଡ଼ିକ ପାଇଁ ଅଧିକ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି | ଏହି ବର୍ଷ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅନେକ ଉତଥାନ-ପତନ ଦେଖା ଦେଇପାରେ |