ଓଡିଶା

odisha

ETV Bharat / city

Year Ender Story: କୋରୋନା କଳାନଜରରେ ଶିକ୍ଷାବର୍ଷ, ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡିଶା

2021 ଶିକ୍ଷା ବର୍ଷରେ ମଧ୍ୟ କଳା ନଜର ପକାଇଥିଲା କୋରୋନା । ପୂର୍ବ ବର୍ଷର ପ୍ରଦର୍ଶନ ଆଧରରେ ଛାତ୍ରଛାତ୍ରୀଙ୍କୁ ନମ୍ବର କାହାକୁ ସନ୍ତୁଷ୍ଟ କରିଥିଲା ତ ଆଉ କାହାକୁ ଆନ୍ଦୋଳନମୁଖା କରିଥିଲା । କିନ୍ତୁ ବର୍ଷ ଶେଷରେ 6 ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇ ଶିକ୍ଷକ ମହଲରେ ଖୁସିର ବାତାବରଣ ଖେଳାଇଦେଇଥିଲା (Odisha Education Department New Rule In 2021) । 2021 ଶିକ୍ଷାବର୍ଷରେ ବିଭିନ୍ନ ପରିବର୍ତ୍ତନରେ ପକାନ୍ତୁ ନଜର ।

By

Published : Dec 27, 2021, 8:48 AM IST

ପୂର୍ବ ମୂଲ୍ୟାୟନକୁ ବିରୋଧ କଲେ, ଅନଲାଇନ ପରୀକ୍ଷା ଜିଦ ଧରିଲେ
ପୂର୍ବ ମୂଲ୍ୟାୟନକୁ ବିରୋଧ କଲେ, ଅନଲାଇନ ପରୀକ୍ଷା ଜିଦ ଧରିଲେ

ଭୁବନେଶ୍ବର: 2021 ଶିକ୍ଷା ବର୍ଷରେ ମଧ୍ୟ କଳା ନଜର ପକାଇଥିଲା କୋରୋନା । ମାର୍ଚ୍ଚ ଶେଷ ବେଳକୁ ଆରମ୍ଭ ହୋଇଥିବା କୋରୋନାର ଦ୍ୱିତୀୟ ଲହର ସବୁକିଛି ଓଲଟ ପାଲଟ କରି ଦେଇଥିଲା । ଯେତେବେଳେ ଜୀବନ ଜୀବିକା ପାଇଁ ସଂଘର୍ଷ ଚାଲିଥିଲା ସେତେବେଳେ ସବୁ ପ୍ରକାରର ଆକଳନ ଏକ ପ୍ରକାର ଫେଲ ମାରିଥିଲା । ପ୍ରାୟ 6 ମାସ ଧରି କଲବଲ କରିଥିଲା କୋରୋନା ମହାମାରୀ । ଫଳରେ ଏହାର କୁପ୍ରଭାବ ମଧ୍ୟ ପଡିଥିଲା ଶିକ୍ଷା କ୍ଷେତ୍ରରେ(Odisha Education Department New Rule In 2021) ।

ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ଯାଇଥିଲା । ବିନା ପରୀକ୍ଷାରେ ହୋଇଥିଲା ବିକଳ୍ପ ମୁଲ୍ୟାୟନ । ତେବେ ସମସ୍ୟା ମଧ୍ୟରେ ବର୍ଷର ଶେଷ ସମୟରେ ଶିକ୍ଷା କ୍ଷେତ୍ରରେ ଅନେକଗୁଡିଏ ଯୋଜନା ସହ ଐତିହାସିକ ପଦକ୍ଷପ ନେଇଥିଲେ ରାଜ୍ୟ ସରକାର । ଏକା ସାଙ୍ଗରେ 6 ହଜାର ଶିକ୍ଷକଙ୍କୁ ଦେଇଥିଲେ ନିଯୁକ୍ତି ।

. କୋରୋନା ସମୟରେ 100 ଦିନର ପାଠପଢ଼ା ଥିଲା ବଡ ଚାଲେଞ୍ଜ

କୋରୋନା ସମୟରେ କଟକଣା ମଧ୍ୟରେ ଖୋଲିଥିଲା ସ୍କୁଲ ଓ କଲେଜ । 2020 ବର୍ଷର ପାଠପଢା ହୋଇ ଥିବାବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜକୁ ଆସିଥିଲେ । 100 ଦିନ ପାଠପଢ଼ା ସମସ୍ତଙ୍କ ପାଇଁ ଏକ ବଡ ଚାଲେଞ୍ଜ ରହିଥିଲା । ଏହା ସହ ଛାତ୍ରଛାତ୍ରୀଙ୍କୁ ମିଳିଥିଲା ପରୀକ୍ଷା ଦର୍ପଣ । କୋରୋନା ସମୟରେ ସମସ୍ତ କଲେଜ ହଷ୍ଟେଲ ବନ୍ଦ ରହି ଥିବାବେଳେ ରାଜ୍ୟ ସରକାର ବୈଷୟିକ କଲେଜଗୁଡିକର ହଷ୍ଟେଲ ଫି ଛାଡ଼ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 17012 ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଫି ଆନୁମାନିକ 5 କୋଟି 10 ଲକ୍ଷ ଟଙ୍କା ଛାଡ଼ କରାଯାଇଥିଲା ।

. ବିବାଦରେ ପରୀକ୍ଷା ଫଳ

କୋରୋନା ସମୟରେ ଅନଲାଇନରେ ହୋଇଥିଲା ପାଠପଢ଼ା । ପରୀକ୍ଷା ଫଳ ପ୍ରକାଶ ପାଇଁ ଚିନ୍ତାରେ ଥିଲା ଶିକ୍ଷା ବିଭାଗ । ଶେଷରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମିଳିବ ପରୀକ୍ଷା ଫଳ । ନବମ ଓ ଦଶମ ଶ୍ରେଣୀର ମାର୍କକୁ ନେଇ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯାହା ବିକଳ୍ପ ମୂଲ୍ୟାୟନ ହୋଇଥିଲା । ସେହିପରି ଦ୍ଵାଦଶ ମୂଲ୍ୟାୟନ ମଧ୍ୟ ବିକଳ୍ପ ଆଧାରରେ ହୋଇଥିଲା । କିନ୍ତୁ ଏହି ମୂଲ୍ୟାୟନ ହୋଇନଥିଲା ସନ୍ତୋଷଜନକ । ବିକଳ୍ପ ମୂଲ୍ୟାୟନକୁ ନେଇ ଗୋଟିଏ ପରେ ଗୋଟିଏ ସ୍କୁଲ କଲେଜ ମୁଖ୍ୟ ଫାଟକ ସମ୍ମୁଖ ରାଜରାସ୍ତା ଅବରୋଧ କରିଥିଲେ ଛାତ୍ରଛାତ୍ରୀ । ଏପରିକି ଅଭିଭାବକ ଏବଂ କିଛି ସ୍କୁଲର ଶିକ୍ଷକମନେ ମଧ୍ୟ ଏହି ମୂଲ୍ୟାୟନକୁ ବିରୋଧ କରିଥିଲେ । ସେହିପରି ଅଫଲାଇନ ପରୀକ୍ଷାକୁ ବିରୋଧ କରି ଯୁକ୍ତି 2 ଛାତ୍ରଛାତ୍ରୀ ଭଙ୍ଗାରୁଜା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନଲାଇନରେ ପାଠପଢି ଅଫଲାଇନରେ ପରୀକ୍ଷା ଦେବୁନାହିଁ ବୋଲି ଜିଦ୍ ଧରିଥିଲେ UG ଓ PG ପରୀକ୍ଷାର୍ଥୀ । ତେବେ ବିନା ପରୀକ୍ଷାରେ ବି ଯୁକ୍ତ ଦୁଇରେ ପାଖାପାଖି 4 ହଜାର ଛାତ୍ରଛାତ୍ରୀ ଫେଲ ହୋଇଥିଲେ । ଯେଉଁମାନଙ୍କର ପରୀକ୍ଷାରେ ଫେଲ ହୋଇଛନ୍ତି ବା ବିକଳ୍ପ ପରୀକ୍ଷାରେ ସନ୍ତୋଷଜନକ ନାହାନ୍ତି ସେମାନେ ପୁନର୍ବାର ଅଫଳାଇନରେ ପରୀକ୍ଷା ଦେଇଥିଲେ ।

. ମୋ କଲେଜ ଅଭିଯାନ ଆରମ୍ଭ

ମୋ ସ୍କୁଲ ଅଭିଯାନ ପରେ ଆରମ୍ଭ ହୋଇଥିଲା ମୋ କଲେଜ ଅଭିଯାନ । ମାର୍ଚ୍ଚ 21 ତାରିଖରେ ଆରମ୍ଭ ହୋଇଥିଲା ଏହି ଅଭିଯାନ । ଏଥିରେ ପାଖାପାଖି 755 ଟି କଲେଜ ଯୋଡି ହୋଇଛନ୍ତି । 51 ସରକାରୀ ମହାବିଦ୍ୟାଳୟ, 558 ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, 13 ଟି ବିଶ୍ୱବିଦ୍ୟାଳୟ, 16 ଟି Bed କଲେଜ, 9 ଟି ଆଇନ କଲେଜ, 44 ଟି ଦକ୍ଷତା ବିକାଶ ଓ ବୈଷୟିକ କଲେଜ ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଅଧୀନରେ ଥିବା 46 ଟି କଲେଜ ମୋ କଲେଜ ଅଭିଯାନରେ ସାମିଲ ହୋଇଛି ।

. ନୂଆ ଢାଞ୍ଚାରେ ପରୀକ୍ଷା

ନବମ ଓ ଦଶମ ଶ୍ରେଣୀ ପାଇଁ ଶିକ୍ଷା ପରିଷଦ ବୋର୍ଡ ଆରମ୍ଭ କଲା ଏକ ନୂଆ ଢାଞ୍ଚା । ଯାହା 4 ଟି ଫର୍ମାଟିଭ ଆସେସମେଣ୍ଟ ଦୁଇଟି ସମେଟିଭ ଆସେସମେଣ୍ଟ । ସେହିପରି ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଆରମ୍ଭ କଲା ନୂଆ ପରୀକ୍ଷା ଢାଞ୍ଚା । ଯେଉଁଥିରେ ବର୍ଷକୁ 3 ଟି କ୍ୱାଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ବର୍ଷର 3 ଟି ପରୀକ୍ଷା କଲେଜ କତ୍ତୃପକ୍ଷ ପରିଚାଳନା କରିବେ ଏବଂ ଶେଷ ବର୍ଷ ଅର୍ଥାତ ଦ୍ୱିତୀୟ ବର୍ଷରେ ମଧ୍ୟ 3 ଟି ପରୀକ୍ଷାରୁ 2 ଟି ପରୀକ୍ଷା କଲେଜ କତ୍ତୃପକ୍ଷ କରିବେ ଶେଷ ପରୀକ୍ଷା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିବ । ଯଦି କୌଣସି ସ୍ଥିତିରେ ପରୀକ୍ଷା ବାତିଲ ହୁଏ ତେବେ ଏହି ସବୁ ଟର୍ମକୁ ଆପଣାଇବ ବିଭାଗ । ଯାହାକୁ ନେଇ ଚୂଡାନ୍ତ ଫଳ ପ୍ରକାଶ କରାଯିବ ।

. ଛାତ୍ରଛାତ୍ରୀଙ୍କ ପାଇଁ ଯୋଡି ହେଲା ନୂଆ କୋର୍ସ

UG ରେ ଯୋଡି ହୋଇଛି ଆଉ ଏକ ନୂଆ ବିଷୟ । ଯାହାର ନାମ ଥିଲା ନୀତି ଓ ନୈତିକ ଶିକ୍ଷା । ଯାହା ଓଡିଶା ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ନୀତିଶାସ୍ତ୍ର ଓ ମୂଲ୍ୟବୋଧ ବା 'ଏଥିକ୍ସ ଆଣ୍ଡ ଭାଲ୍ୟୁଜ'(Ethics & Values) । ଏହି ବିଷୟ ଏକ ବାଧ୍ୟତାମୂଳକ ବିଷୟକୁ ଯୋଡ଼ା ଯାଇଛି । ଏହି ବିଷୟରେ 6 ଟି ୟୁନିଟ ରହିଛି । 6 ଟି ସେମିଷ୍ଟାର ପରୀକ୍ଷାରେ 25 ମାର୍କର ପରୀକ୍ଷା କରାଯିବ । ପୁସ୍ତକ, ଡିଜିଟାଲ ଏବଂ ୱେବ ସାଇଟରେ ଏହି ବହି ଉପଲବ୍ଧ ରହିବ ।


ଉଚିତ ଚରିତ୍ର ଗଠନ ଲାଗି କଲେଜରେ ପଢ଼ାଯିବ ଯୁବ ସଂସ୍କାର । ଏହାକୁ କ୍ଳାସ ରୁମରେ ପାଠ ପଢ଼ାଯିବ । ଏହାକୁ ନେଇ କୌଣସି ପରୀକ୍ଷା ହେବ ନାହିଁ କି ମୂଲ୍ୟାୟନ ହେବ ନାହିଁ । ମାସକୁ ଅତି କମରେ ଥରେ କ୍ଳାସ କରାଯିବ । କ୍ଳାସ ରୁମରେ ଚରିତ୍ର ଉପରେ ଆଧାରିତ ଫିଲ୍ମ ପଦର୍ଶନ କରାଯିବ । ଏହାର ମୂଳ ଲକ୍ଷ୍ୟ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ କୌଶଳ ଓ ଜ୍ଞାନ ସହିତ ସମୃଦ୍ଧ କରିବା ନିଜର ଚରିତ୍ରକୁ ସୁଧାରିବା ପରି ପାଠ୍ୟକ୍ରମ ରଖାଯାଇଛି।

. ସରକାରୀ ସ୍କୁଲକୁ ନୂଆ ରୂପ

ରାଜ୍ୟରେ ଥିବା ସରକାରୀ ସ୍କୁଲକୁ 5ଟି ଅଭିଯାନରେ ସାମିଲ କରିବା ସହ ସରକାରୀ ସ୍କୁଲଗୁଡିକ ମଧ୍ୟ ରୂପାନ୍ତରିତ କରାଯାଇଥିଲା । ସ୍କୁଲ ପିଲାଙ୍କୁ ପ୍ରତିଯୋଗିତା ପୂର୍ଣ୍ଣ ପରିବେଶ ପ୍ରଦାନ ସହିତ ଅଧିନିକ ଜ୍ଞାନ କୌଶଳ ଉପଲଧ କରିବା ଲକ୍ଷରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମ। ଏହାରି ମାଧ୍ୟମରେ ରାଜ୍ୟର 4 ହଜାର ହାଇସ୍କୁଲ ରୁପାନ୍ତରଣ ବା ଟ୍ରାନ୍ସଫରାମେସନ ହେଉଛି। ଯେଉଁଥିରେ ସ୍ମାର୍ଟ କ୍ଳାସ ରୁମ, ଲାବରଟାରୀ, ଇ ଲାଇବ୍ରେରୀ, ଭିତ୍ତିଭୂମି କୁ ସୁଦୃଢ କରାଯାଉଛି। ଚଳିତ ବର୍ଷ ଅଗଷ୍ଟ ମାସରେ ହିଂଜିଲିକାଟୁରୁ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 1075 ଟି ସ୍କୁଲ ରୂପାନ୍ତର ହୋଇଥିଲା। ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ, ବାଲେଶ୍ୱର ଓ କେନ୍ଦୁଝରରେ ସ୍କୁଲକୁ ରୁପାନ୍ତରଣ କରାଯାଇଥିଲା।

. ଶିକ୍ଷକଙ୍କୁ ପଦୋନ୍ନତି ଏବଂ ନିଯୁକ୍ତି

ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର 40 ହଜାର 52 ଜଣ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି। ସେଥି ମଧ୍ୟରୁ ଲେବୁଲ 5 ରେ 17 ହଜାର 229 ଜଣ ଲେବୁଲ 4 ରେ 22 ହଜାର 168 ଜଣ ଏବଂ ଲେବୁଲ 3 ରେ 655 ଜଣ ଶିକ୍ଷକଙ୍କ ପଦୋନ୍ନତି ହୋଇଛି । ଏପଟେ ରାଜ୍ୟରେ ଐତିହାସିକ ରେକର୍ଡ କରିଛି ଶିକ୍ଷକ ନିଯୁକ୍ତି। ଏକା ସାଙ୍ଗରେ ନିଯୁକ୍ତି ହେଲା 6 ହଜାର 131 ଜଣ ଶିକ୍ଷକ ଶିକ୍ଷୟତ୍ରୀ। କଳିଙ୍ଗ ହକି ଷ୍ଟାଡିୟମରେ ହୋଇଥିଲା ଓରିଏଣ୍ଟେସନ କାର୍ଯ୍ୟକ୍ରମ । ସମସ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ବସ ଯୋଗେ ଅଣାଯାଇଥିଲା । କଟକ ଜିଲ୍ଲାରୁ ସର୍ବାଧିକ 438 ଜଣ ଶିକ୍ଷକ ରହିଥିବା ବେଳେ ଗଂଜାମ ଓ ସୁନ୍ଦରଗଡରେ 391, ମୟୁରଭଞ୍ଜରେ 382 ପରି ସମସ୍ତ ଜିଲ୍ଲାରୁ ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ। ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ମୋଟ 16 ହଜାର ଶିକ୍ଷକ ନିଯୁକ୍ତି ରୁ 11 ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଯେଉଁଥିରେ 6 ହଜାର ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ବାକି ବଳକା ନିଯୁକ୍ତି ପାଇଁ ଖୁବ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି ।

. ଭାରତର ଶ୍ରେଷ୍ଠ ସ୍କୁଲ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ସ୍ଥାନ

ଦେଶର ଶ୍ରେଷ୍ଠ 10 ସ୍କୁଲ ମଧ୍ୟରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଥିଲା। ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ 5ମ ସ୍ଥାନରେ ରହିଥିବା ବେଳେ ଆବାସିକ ବର୍ଗରେ ବଲାଙ୍ଗୀର ଜିଲ୍ଲାର ପଥର ଚେପା 10ମ ସ୍ଥାନ ପାଇଛି । ଅନ୍ୟପଟେ ଦେଶରେ ଶ୍ରେଷ୍ଠ 100 ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ସେଥିମଧ୍ୟରୁ 87 ରାଙ୍କରେ ସ୍ଥାନ ପାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ। ରାଙ୍କ 20 ରେ ରହିଥିଲା ସୋଆ, 21 ରାଙ୍କ ରେ ରହିଥିଲା କିଟ ବିଶ୍ୱବିଦ୍ୟାଳୟ। ସେହିପରି ଇଞ୍ଜିନିରିଂ ରେ ଓଡିଶା ରୁ 5 ଟି କଲେଜ ରହିଥିଲା । 20 ରାଙ୍କ ରେ ରହିଥିଲା ରାଉରକେଲା ଏନ ଆଇ ଟି, 28 ରାଙ୍କ ରେ ରହିଥିଲା ନିଟ ଭୁବନେଶ୍ୱର, 32 ରାଙ୍କ ରେ ରହିଥିଲା ସୋଆ, 39 ରାଙ୍କ ରେ ରହିଥିଲା କିଟ ଏବଂ 100 ରାଙ୍କ ରେ ରହିଥିଲା ଆଇ ଏମ ଆଇ ଭୁବନେଶ୍ୱର। ସେହି ପରି ମ୍ୟାନେଜମେଣ୍ଟ ରେ ଓଡିଶା ରେ 31 ରାଙ୍କ ରେ କିଟ, 34 ରାଙ୍କ ରେ ଜାଭିୟର, 61 ରାଙ୍କ ରେ ଆଇ ଆଇ ଏମ ସମ୍ବଳପୁର, 62 ରାଙ୍କ ରେ ଆଇ ଏମ ଆଇ ଭୁବନେଶ୍ୱର । ସେହିପରି ଭାବରେ ମେଡିକାଲ କଲେଜ ରେ 21 ରାଙ୍କ ରେ ସୋଆ, 31 ରାଙ୍କ ରେ ଏମ୍ସ ଭୁବନେଶ୍ୱର, 36 ରାଙ୍କ ରେ କିଟ, 39 ରାଙ୍କ ରେ ଏସସିବି କଟକ। ଏବଂ ରିସର୍ଚରେ ଭୁବନେଶ୍ୱର ଆଇଆଇଟି 43 ରାଙ୍କରେ ସ୍ଥାନ ପାଇଛି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details