ଭୁବନେଶ୍ବର: ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ ୨୦୨୨ ଅୟୋଜିତ । ଜୟଦେବ ଭବନ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମକୁ ତୁଷାର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଶିବିର କୁମାର ପରିଡା ଓ ସଭାପତି ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ । ଯାତ୍ରା ଜଗତରେ ନିଜର ପ୍ରତିଭା ପ୍ରଦର୍ଶନ ମାଧ୍ୟମରେ ପାରଦର୍ଶିତା ଅର୍ଜନ କରିଥିବା କଳାକାରଙ୍କୁ ଏଥିରେ ସମ୍ମାନୀତ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ସମ୍ମାନିତ ଅତିଥି ଭାବେ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଯାତ୍ରା ପ୍ରଯୋଜକ, ନିର୍ଦ୍ଦେଶକ ଓ ଯାତ୍ରା କଳାକାର କଲ୍ୟାଣ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମ ଯାତ୍ରା କଳାକାରଙ୍କୁ ଉତ୍ସାହିତ କରିବା ସହ ଆଗକୁ ଯିବାକୁ ପ୍ରେରଣା ଦେବ ବୋଲି ଅତିଥି ମାନେ ପ୍ରତିକ୍ରିୟା ରଖିଥିଲେ ।