ଓଡିଶା

odisha

IPS Reshuffle: ଯତୀନ୍ଦ୍ର କୋୟଲ ହେଲେ ଆଇଜି ପ୍ରୋଭିଜନିଙ୍ଗ

By

Published : Aug 4, 2022, 2:53 PM IST

ତିନି ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ବ । ଆଇଜି ପ୍ରୋଭିଜନିଙ୍ଗ ହେଲେ ଯତୀନ୍ଦ୍ର କୋୟଲ । ଅଧିକ ପଢନ୍ତୁ

ଯତୀନ୍ଦ୍ର କୋୟଲ ହେଲେ ଆଇଜି ପ୍ରୋଭିଜନିଙ୍ଗ
ଯତୀନ୍ଦ୍ର କୋୟଲ ହେଲେ ଆଇଜି ପ୍ରୋଭିଜନିଙ୍ଗ

ଭୁବନେଶ୍ବର: ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ସରକାର । ରାଜ୍ୟ ସରକାର ୩ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ (IPS) ନୂଆ ଦାୟିତ୍ବ ଦେଇଛନ୍ତି । ଡେପୁଟେସନରୁ ଫେରିଥିବା ଯତୀନ୍ଦ୍ର କୋୟଲ ହୋଇଛନ୍ତି ଆଇଜି ପ୍ରୋଭିଜନିଙ୍ଗ(Yatindra Koyal Posted as IGP Provisioning) । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୦ ବ୍ୟାଚ୍‌ର IPS ଯତୀନ୍ଦ୍ର କୋୟଲ ଡେପୁଟେସନରୁ ଫେରିବା ପରେ ସରକାର ତାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ।

ସେହିପରି ଆଇଜି ପର୍ସନେଲ ଥିବା ୨୦୦୨ ବ୍ୟାଚ୍‌ର ପ୍ରବୀଣ କୁମାରଙ୍କ ଆଇନଶୃଙ୍ଖଳା IG ଭାବେ ବଦଳି ହୋଇଛି । ଅନ୍ୟପଟେ ୨୦୦୩ ବ୍ୟାଚ୍‌ର ସଫିନ ଅହମଦଙ୍କୁ କ୍ରାଇମବ୍ରାଞ୍ଚ IG ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ସେ ବର୍ତ୍ତମାନ HRPC ଦାୟିତ୍ବରେ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details