ଓଡିଶା

odisha

ETV Bharat / city

ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ଦେହାନ୍ତ, ନବୀନଙ୍କୁ ଶିଖାଇଥିଲେ ଓଡ଼ିଆ - ରାଜକିଶୋର ମିଶ୍ରଙ୍କ ଦେହାନ୍ତ

ଓଡ଼ିଆ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ଦେହାନ୍ତ । ଅଧିକ ପଢନ୍ତୁ...

ସାହିତ୍ୟକ ରାଜକିଶୋର ମିଶ୍ରଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଶିଖାଇଥିଲେ ଓଡ଼ିଆ
ସାହିତ୍ୟକ ରାଜକିଶୋର ମିଶ୍ରଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଶିଖାଇଥିଲେ ଓଡ଼ିଆ

By

Published : Oct 1, 2021, 12:33 PM IST

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ, 'ଉତ୍କଳ ପ୍ରସଙ୍ଗ' ଓ 'ଓଡ଼ିଶା ରିଭିଉ'ର ପୂର୍ବତନ ସଂପାଦକ, ପ୍ରଫେସର ରାଜକିଶୋର ମିଶ୍ରଙ୍କର ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା । ତାଙ୍କ ରାଜଧାନୀ ଭୁବନେଶ୍ବର ସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ରାଜକିଶୋର ।

ରାଜକିଶୋର ଶାରଳା ପୁରସ୍କାର ଚୟନ କମିଟିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ରେଭେନ୍ସା ମହାବିଦ୍ୟାଳୟରେ ଜଣେ ଇଂରାଜୀ ଅଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ଏହାସହିତ ସେ ଜ୍ୟୋତିଷାଶାସ୍ତ୍ରରେ ମଧ୍ୟ ରୁଚି ରଖୁଥିଲେ । ତେବେ ସେ ୧୯୪୨ ମସିହା ଜାନୁଆରୀ ୧୫ ତାରିଖରେ ଜଗତସିଂହପୁରର ଆଳି ପିଙ୍ଗଳ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ।

ଏହାସହିତ ସେ ଓଡ଼ିଆ ଭାଷାକୋଷ ସମେତ ମଧୁବାବୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଜିଲ୍ଲା ଗେଜେଟିୟର ଆଦି ରଚନା କରିଥିଲେ । ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଅନେକ ଅନୁଦାନ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details