ଓଡିଶା

odisha

ବାଲେଶ୍ବରରୁ ଅଢେଇ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ

By

Published : Aug 16, 2021, 1:25 PM IST

Updated : Aug 16, 2021, 4:36 PM IST

ଜଳେଶ୍ବର ଟାଉନରୁ ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ STF ଟିମ ୩ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବାଲେଶ୍ବରରୁ ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ,  ୩ ଗିରଫ
ବାଲେଶ୍ବରରୁ ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ବର:ଜଳେଶ୍ବର ଟାଉନରେ ବ୍ରାଉନ ସୁଗାର ଡିଲ । ହାଇଫାଇ ଡିଲ ବେଳେ ମାଡ଼ି ବସିଲା STF ଟିମ୍ । ଫିଲ୍ମ ଷ୍ଟାଇଲରେ ୩ ଜଣ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ (Special Task Force) । ଅଭିଯୁକ୍ତଙ୍କ ନିକଟରୁ ୨ କେଜି ୪୦୨ ଗ୍ରାମ ବ୍ରାଉନସୁଗାର ଜଵତ କରିଛି STF ଟିମ୍ ।

ବାଲେଶ୍ବରରୁ ଅଢେଇ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ

ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨.୫ କୋଟି ଟଙ୍କା ହେଵା ନେଇ ଅନୁମାନ କରିଛି STF । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଗାଡ଼ି ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ହେଲେ ଜଳେଶ୍ବରର ମମତାଜ ଖାନ, ଜଗତସିଂହପୁର ଉଜୟନାଥ ଭଟ୍ଟ, କଟକର ପ୍ରଦୀପ କୁମାର ଦାସ ।

ବାଲେଶ୍ବରରୁ ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ, ୩ ଗିରଫ

ତେବେ ଗିରଫ ହୋଇଥିବା ବ୍ରାଉନ ସୁଗାର ବେପାରୀଙ୍କ ସହ ଏକ ପୋଲିସ ଲିଙ୍କ ଥିଵା ଜାଣିବାକୁ ପାଇଛି STF ଟିମ୍ । ୨୦୨୦ରୁ ଏପର୍ଯ୍ୟନ୍ତ ବ୍ରାଉନସୁଗାର ଅପରେସନରେ ୩୮ କେଜି ବ୍ରାଉନସୁଗାର ସହ ୮୪ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହାସହ ୧୦୩ ଜଣ ନିଶା ଵେପାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, କଟକରୁ ପ୍ରଭୁକଲ୍ୟାଣ ପାଲ, ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 16, 2021, 4:36 PM IST

ABOUT THE AUTHOR

...view details