ଓଡିଶା

odisha

ETV Bharat / city

ବିଶ୍ବ ପର୍ଯ୍ୟଟନ ଦିବସ: ରାଜଧାନୀ ରାସ୍ତାରେ କଳା ଓ ସଂସ୍କୃତି ପ୍ରଦର୍ଶନ - ବିଶ୍ବ ପର୍ଯ୍ୟଟନ ଦିବସ

ବିଶ୍ବ ପର୍ଯ୍ୟଟନ ଦିବସରେ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀର ରାଜରାସ୍ତା । ଚଳିତ ବର୍ଷ ଓଡିଶାର କଳା ଓ ସଂସ୍କୃତିକୁ ଲୋକଙ୍କ ଅଧିକ ନିକଟତର କରିବା ସହ ଏହାର ସୁରକ୍ଷାକୁ ଗୁରୁତ୍ବ ଦେଇ ମାଷ୍ଟରକ୍ୟାଣ୍ଟିନଠାରୁ ଏକାମ୍ର ହାଟ ପର୍ଯ୍ୟନ୍ତ ବାହାରିଥିଲା ଏକ ରାଲି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 27, 2019, 10:40 AM IST

ଭୁବନେଶ୍ବର: ବିଶ୍ବ ପର୍ଯ୍ୟଟନ ଦିବସରେ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀର ରାଜରାସ୍ତା । ପାରମ୍ପରିକ ବାଦ୍ୟର ତାଳେ ତାଳେ ପାରମ୍ପରିକ ନୃତ୍ୟ । ଆଉ ତା’ ସହିତ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ସୁରକ୍ଷିତ ରଖିବା ପାଇଁ ସୁନ୍ଦର ସୁନ୍ଦର ବାର୍ତ୍ତା । ପ୍ରତିବର୍ଷ ସେପ୍ଟେମ୍ବର 27ରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳନ ହେଉଥିବା ବେଳେ ରାଜଧାନୀରେ ପ୍ରତିବର୍ଷ ରାଜଧାନୀରେ ଏହି ଅବସରରେ ଦେଖିବାକୁ ମିଳେ କିଛି ଭିନ୍ନ ।

ଚଳିତ ବର୍ଷ ଓଡିଶାର କଳା ଓ ସଂସ୍କୃତିକୁ ଲୋକଙ୍କ ଅଧିକ ନିକଟତର କରିବା ସହ ଏହାର ସୁରକ୍ଷାକୁ ଗୁରୁତ୍ବ ଦେଇ ମାଷ୍ଟରକ୍ୟାଣ୍ଟିନଠାରୁ ଏକାମ୍ର ହାଟ ପର୍ଯ୍ୟନ୍ତ ବାହାରିଥିଲା ଏକ ରାଲି । ଯେଉଁଥିରେ ଯୋଗ ଦେଇଥିଲେ ରାଜଧାନୀର ବିଭିନ୍ନ ଟୁରିଜିମ୍‌ କଲେଜ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ରାଜ୍ୟର ପ୍ରଖ୍ୟାତ ଘୋଡାନାଚ, ବାଘନାଚ, ସମ୍ବଲପୁରୀ ନାଚ ଓ ଆଦିବାସୀଙ୍କ ଢେମସା ନାଚ ଆଦି ପରିବେଷଣ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି କି ଅନେକ ଲୋକେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details