ଓଡିଶା

odisha

ETV Bharat / city

ଅବସାଦର ଅନ୍ୟ ନାମ ଆତ୍ମହତ୍ୟା; ଜାଲରେ ଯୁବପୀଢି - ପୂର୍ବତନ ପୋଲିସ ଡିଜି

ଡିପ୍ରେସନ ଶିକାର ହୋଇ ଆତ୍ମହତ୍ୟା ଭଳି ରାସ୍ତା ବାଛୁଛନ୍ତି 15ରୁ 20 ବର୍ଷର ଯୁବପୀଢି । ଆତ୍ମହତ୍ୟା ସଂଖ୍ୟା ନିୟନ୍ତ୍ରଣ ପାଇଁ ଆଜି ବିଶ୍ବରେ ପାଳିତ ହୋଇଛି ଆତ୍ମହତ୍ୟା ନିରୋଧ ଦିବସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 10, 2019, 11:12 PM IST

ଭୁବନେଶ୍ବର: ଆଜିର ସମୟରେ ଏକ ମୁଖ୍ୟ ସମସ୍ୟା ପାଲଟିଛି ଆତ୍ମହତ୍ୟା । ବଢୁଥିବା ଆତ୍ମହତ୍ୟା ସଂଖ୍ୟା ସମାଜ ଲାଗି ନିଶ୍ଚିତ ଚିନ୍ତାର ବିଷୟ । ବିଶେଷ କରି ଯୁବପୀଢି ଅଧିକ ପରିମାଣରେ ଆତ୍ମହତ୍ୟା କରିବା ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏହି ସମସ୍ୟାର ପ୍ରତିକାର କରିବା ଉଦ୍ଦେଶ୍ୟରେ ଆଜି ତଥା ସେପ୍ଟେମ୍ବର 10କୁ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ରୂପେ ପାଳନ କରୁଛି । ରାଜଧାନୀରେ ମଧ୍ୟ କିଛି ମନସ୍ତତ୍ବଃବିତ ପାଳିଛନ୍ତି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆତ୍ମହତ୍ୟା ଏପରି ଏକ ପ୍ରକ୍ରିୟା ଯାହା ଜାଣିଶୁଣି ନିଜକୁ ମୃତ୍ୟୁମୁଖରେ ପକାଇଥାଏ । ଏଥିପାଇଁ କୌଣସି ବ୍ୟକ୍ତିବିଶେଷ କିମ୍ବା ପରିସ୍ଥିତି ଦାୟୀ ନଥାଏ । ସେମାନଙ୍କର ସମ୍ପୃକ୍ତି ପରୋକ୍ଷ ଭାବେ ହୋଇପାରିଥାଏ କିନ୍ତୁ ସମ୍ପୃକ୍ତ ବ୍ୟକ୍ତିର ଚିନ୍ତାଧାରା ଓ କାର୍ଯ୍ୟକଳାପ ପ୍ରତ୍ୟକ୍ଷ ଭାବେ ଏହି ପ୍ରକ୍ରିୟାକୁ ପରିଚାଳିତ କରିଥାଏ । ମାନସିକ ଚିନ୍ତା, ଅବସାଦ, ମାନସିକ ଅସନ୍ତୁଳନ, ମାନସିକ ବିକୃତ, ପାରିବାରିକ କଳହ, ଗମ୍ଭୀର ରୋଗ, ଆର୍ଥିକ ଦୁର୍ବଳତା, ପରୀକ୍ଷାରେ ଅସଫଳ ହେବା ଆତ୍ମହତ୍ୟାର କାରଣ ସାଜିଥାଏ । ଆର୍ଥିକ ସମସ୍ୟା ମଧ୍ୟ ଆତ୍ମହତ୍ୟାର କାରଣ ସାଜିଥାଏ । ସାମାଜିକ ସମ୍ମାନ ହରାଇବା ଯୁବପିଢିଙ୍କୁ ଆଦୌ ପସନ୍ଦ ନୁହେଁ । ଯାହାଦ୍ବାରା ଅପମାନିତ ହୋଇ ଆତ୍ମହତ୍ୟାର ରାସ୍ତା ବାଛି ନିଅନ୍ତି ।

ପ୍ରତି ୪୦ ସେକେଣ୍ଡରେ ଆତ୍ମହତ୍ୟା ହେଉଛି । ୪୦ରୁ ୪୫ ବର୍ଷର ମହିଳା ଆତ୍ମହତ୍ୟା କରନ୍ତି କିନ୍ତୁ ମହିଳା ଓ ପୁରୁଷ ତୁଳନାରେ, ମହିଳାମାନେ ଅଧିକ ଆତ୍ମହତ୍ୟା ଉଦ୍ୟମ କରନ୍ତି କିନ୍ତୁ ପୁରୁଷ ଅଧିକ ପ୍ରାଣ ହରାନ୍ତି । ୯୦ ପ୍ରତିଶତ ବଞ୍ଚିବାକୁ ଚାହାନ୍ତି କିନ୍ତୁ ଡିପ୍ରେସନର ଶିକାର ହୋଇ ସେମାନେ ଆତ୍ମହତ୍ୟା ଉଦ୍ୟମ କରନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଣାଶୁଣା ମନସ୍ତତ୍ବଃବିତ ଅମ୍ରିତ ପାଟଯୋଶୀ ।

ସେହିପରି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ରଙ୍କ କହିବା ଅନୁଯାୟୀ କେବଳ ଭାରତରେ ନୁହେଁ ବରଂ ଉନ୍ନତ ଦେଶରେ ମଧ୍ୟ ଅଧିକାଂଶ ଆତ୍ମହତ୍ୟା ହେଉଛି । ଆଜିର ଯୁବପୀଢୀ ପ୍ରେମରେ ଧୋକା ସହି ପାରୁନାହାନ୍ତି । ଯାହାଦ୍ବାରା ଅଧିକାଂଶ ଯୁବକ, ଯୁବତୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମିତି ଦେଖିବାକୁ ଗଲେ ଅଧିକାଂଶ ଆତ୍ମହତ୍ୟାର ମୁଖ୍ୟ ପ୍ରସଙ୍ଗ ପାଲଟିଥାଏ ପ୍ରେମରେ ବିଫଳ ।

ଆତ୍ମହତ୍ୟାର ଆଉ ଏକ ମୁଖ୍ୟ କାରଣ ହେଲା ବେକାରୀ ସମସ୍ୟା । ଚାକିରୀ ହରାଇବା ଏବଂ ପରିବାର ପୋଷିବାରେ ଅସମର୍ଥ ହେବା କାରଣରୁ ମଧ୍ୟ ଯୁବପୀଢି ଆତ୍ମହତ୍ୟା କରିଥାନ୍ତି । ଏପରିକି ଚାକିରୀ କରୁଥିବା ସମୟରେ ଉପରିସ୍ଥ ଅଧିକାରୀ କିମ୍ବା ଉପରିସ୍ଥ ଅଧିକାରୀଙ୍କ ମାନସିକ ଅତ୍ୟାଚାର ଏବଂ କର୍ମଚାପରେ ମଧ୍ୟ ଆତ୍ମହତ୍ୟା ଭଳି ରାସ୍ତାକୁ ଆପଣାଇ ନିଅନ୍ତି ଯୁବପୀଢି । ବେଳେବେଳେ ଅଫିସରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସବୁବେଳେ ଟାର୍ଗେଟ କରାଯିବା ଦ୍ବାରା ସେ ଅବସାଦର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି ।

ଆତ୍ମହତ୍ୟା ଏକ ଅପରାଧ ନୁହେଁ, ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧ, ଦାରିଦ୍ର୍ୟତା ଯୋଗୁଁ ଆତ୍ମହତ୍ୟା ହୁଏନାହିଁ । ଧନୀ ରାଷ୍ଟ୍ରରେ ଅଧିକ ସୁଇସାଇଡ ହୋଇଥାଏ । ଏହା ଏଭଳି ଏକ ଅପରାଧ ଯାହାପାଇଁ କେହି ଦଣ୍ଡିତ ହୋଇପାରେ ନାହିଁ । କିନ୍ତୁ ହଁ ଯିଏ ଆତ୍ମହତ୍ୟା କରିବାକୁ ଉଦ୍ୟମ କରେ ତାକୁ ଦଣ୍ଡିତ କରାଯାଇପାରିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details