ଓଡିଶା

odisha

ETV Bharat / city

ବିଶ୍ବ ବରିଷ୍ଠ ନାଗରିକ ଦିବସ: ଉଦ୍ଦେଶ୍ୟ ‘ବୟୋଜ୍ୟେଷ୍ଠଙ୍କୁ ଉଚିତ ସମ୍ମାନ’ - ଓଲିଉଡ ଷ୍ଟାରଙ୍କ ସହ ବରିଷ୍ଠ ଦିବସ ପାଳନ

ବିଶ୍ବ ପାଳନ କରୁଛି ବରିଷ୍ଠ ନାଗରିକ ଦିବସ । ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରେ ଓଲିଉଡ ଷ୍ଟାରଙ୍କ ସହ ଦିିବସ ପାଳନ କରିଛନ୍ତି ବରିଷ୍ଠ ନାଗରିକ ।

ଡିଜାଇନ ଫଟୋ

By

Published : Oct 1, 2019, 10:44 AM IST

Updated : Oct 1, 2019, 12:45 PM IST

ଭୁବନେଶ୍ବର: ଆଜି ବିଶ୍ବ ପାଳନ କରୁଛି ବରିଷ୍ଠ ନାଗରିକ ଦିବସ । ଆପଣ ଭାବୁଥିବେ ଯେ ଆଜି ତ ବିଶ୍ବ ବରିଷ୍ଠ ନାଗରିକ ଦିବସ ନୁହେଁ ! ତେବେ ଏହି ପାଳନ କ'ଣ ପାଇଁ ? 1990ରେ ମିଳିତ ଜାତିସଂଘରେ ଏହି ପ୍ରସଙ୍ଗକୁ ସମ୍ମାନ ଦିଆଯାଇ ଅଗଷ୍ଟ 21କୁ ବରିଷ୍ଠ ନାଗରିକ ଦିବସ ଭାବରେ ଗ୍ରହଣ କରାଗଲା, ମାତ୍ର ଏହି ଦିବସ ପ୍ରଥମଥର ପାଇଁ ପାଳନ କରାଯାଇଥିଲା 1991 ଅକ୍ଟୋବର 1ରେ। ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଓ ସେମାନଙ୍କ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା ବିଶ୍ବ ବରିଷ୍ଠ ନାଗରିକ ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଏହି ଦିବସର ଇତିହାସ ପୃଷ୍ଠା ଦେଖିଲେ, 1988 ମସିହାରେ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଦ୍ବାରା ଅଗଷ୍ଟ 19ରେ ଏହି ବିଲ୍କୁ ଆଗତ କରାଯାଇଥିଲା । ପରେ ଅଗଷ୍ଟ 21ରେ ଏହକୁ National third age day ଭାବରେ ପାଳନ କରାଗଲା । ଯେଉଁ ଦିନ କନିଷ୍ଠମାନେ ନିଜ ପରିବାରର ବୟୋବୃଦ୍ଧଙ୍କୁ ଧନ୍ୟବାଦ ଜଣାଇବେ । ପରେ ଏହି ପ୍ରସଙ୍ଗକୁ ଜାତିସଂଘ ସମ୍ମାନ ଜଣାଇ ବିଶ୍ବସ୍ତରୀୟ ମାନ୍ୟତା ଦେଇଥିଲେ ।

ତେବେ ଚଳିତ ବର୍ଷ ମଧ୍ୟ ଅକ୍ଟୋବର1ରେ ବିଶ୍ବରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି ଓ ଏଥିରୁ ବାଦ ପଡିନି ଭୁବନେଶ୍ବର । ଇନ୍ଦିରା ଗାନ୍ଧୀ ପାର୍କରେ ସକାଳୁ ଶହ ଶହ ସଂଖ୍ୟକ ବରିଷ୍ଠ ନାଗରିକ ଏକାଠି ହୋଇ ଯୋଗାଭ୍ୟାସ କରିଥିଲେ । ଅନ୍ୟପକ୍ଷେ ଏମାନଙ୍କ ଉପରେ ହେଉଥିବା ଘରୋଇ ହିଂସାକୁ କିଭଳି ରୋକାଯାଇପାରିବ, ତାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ସେମାନଙ୍କ ସହ ଓଲିଉଡ ଷ୍ଟାର ସବ୍ୟସାଚୀ ମିଶ୍ର ଓ ମଣ୍ଟୁ ମଧ୍ୟ ଯୋଗ ଦେଇ ଭରପୂର ଉପଭୋଗ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Oct 1, 2019, 12:45 PM IST

ABOUT THE AUTHOR

...view details