ଭୁବନେଶ୍ବର:ରବିନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି ବିଶ୍ୱ ସଙ୍ଗୀତ ଦିବସ ।ଏହି ଅବସରରେ ଭୁବନେଶ୍ବର ମ୍ୟୁଜିକାଲ ସର୍କଲ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତ ଗାନ କରାଯାଇଛି । ଓଡିଶୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଡକ୍ଟର ସନ୍ଦୀପ କୁମାର ରାଉତ ଓ ସଙ୍ଗୀତ ରାଉତଙ୍କ ଦ୍ବାରା ଯୁଗଳବନ୍ଦୀ ଓ ସୋଲ ସଙ୍ଗୀତ ଗାନ କରଯାଇଥିଲା । ଅବିରତ ସଙ୍ଗୀତର ଧାରାରେ ଦର୍ଶକ ମୁଗ୍ଧମୟ ହୋଇଥିଲେ।
ସେହିପରି ସଙ୍ଗୀତ ଦିବସ ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶୀ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶୀ ସୁଗମ ତଥା ବାଦ୍ୟ ସଙ୍ଗୀତର ମୁରଚନାରେ ରଙ୍ଗମଞ୍ଚ ପ୍ରକମ୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ବାଦ୍ୟକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।