ଓଡିଶା

odisha

ETV Bharat / city

WORLD HEART DAY: ହୃଦଘାତ ଯୋଗୁଁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାରକାରଣ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ

ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ’(use heart for every heart)। ଅଧିକ ପଢନ୍ତୁ

WORLD HEART DAY: ହୃଦଘାତ ଯୋଗୁଁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ
WORLD HEART DAY: ହୃଦଘାତ ଯୋଗୁଁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ

By

Published : Sep 29, 2022, 9:59 PM IST

ଭୁବନେଶ୍ବର:ଆଜି ହେଉଛି ବିଶ୍ବ ହୃଦୟ ରୋଗ ଦିବସ(world heart day) । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ତେବେ ଏନେଇ ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ'(use heart for every heart) । ଏବେ ହୃଦଘାତ ଯୋଗୁଁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଏହି ହାର୍ଟ ଜନିତ ବେମାରୀ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । ଏହା କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ ବରଂ ୨୦ ବର୍ଷର ଯୁବକଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖାଯାଉଛି । କେବଳ ବୟସ୍କ ନୁହେଁ, ଯୁବକ ଅବସ୍ଥାରେ ବି ହୃଦଘାତ ହେଉଛି । ସେଥିପାଇଁ ବହୁତ ଜାଗାରେ ଆଜି ସଚେତନା କାର୍ଯ୍ୟକ୍ରମ କରାଯାଉ ଅଛି ।

WORLD HEART DAY: ହୃଦଘାତ ଯୋଗୁଁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ

ତେବେ କଣ କଲେ ହୃଦୟ ରୋଗ ରକ୍ଷା ପାଇବା । ଜୀବନ ଶୈଳୀରେ ପରିବର୍ତ୍ତନ ହିଁ ହୃଦୟ ରୋଗରୁ ରକ୍ଷା ପାଇବା ମୁଖ୍ୟ କାରଣ । ନିତିଦିନ ବ୍ୟାୟାମ ଓ ସୁଷମ ଖାଦ୍ୟ ନା ଖାଇଲେ ଦେହରେ ଓବିଶିଟି ଓ ସୁଗାର ବ୍ଲଡ଼ ପ୍ରେସର ରୋଗରେ ପୀଡିତ ହେବେ । ଯାହାକି ହୃଦୟ ରୋଗର ମୁଖ୍ୟ କାରଣ । ଏହାଛଡା ଅଧିକ ମଦ ପିଇବା ଧୁମ ପାନ କରିବା ତା ସହିତ ଦେହରେ ଅଧିକ କଲେଷ୍ଟ୍ରାଲ ହେଲେ ସାଧାରଣରେ ହୃଦୟ ରୋଗ ହୋଇଥାଏ । ତେଣୁ ଏ ସବୁ ଦିଗକୁ ଧ୍ୟାନ ଦେଲେ ନିହାତି ହୃଦୟ ରୋଗରୁ ରକ୍ଷା ପାଇ ପାରିବା ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ

ଅନେକ ଲୋକଙ୍କର ଭାବନା ଏହା ଯେ 50 ବର୍ଷରୁ ଅଧିକ ବୟସର ଲୋକଙ୍କୁ ହୃଦରୋଗ ହୋଇଥାଏ । କିନ୍ତୁ ସତ ଏହା ଯେ ଶିଶୁବସ୍ଥା ଠାରୁ କୋଡ଼ିଏ ବର୍ଷ ବୟସ ଭିତରେ ଯେ କୌଣସି ସମୟରେ ଏହା ହୋଇପାରେ । ତେଣୁ 20 ବର୍ଷ ବୟସ ହେବା ପରେ ପ୍ରତି 5 ବର୍ଷର ନିଜ କୋଲେଷ୍ଟ୍ରଲ ସ୍ତର ଯାଞ୍ଚ କରିବା ଜରୁରୀ ଅଟେ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details