ଓଡିଶା

odisha

By

Published : Sep 29, 2021, 6:30 AM IST

Updated : Sep 29, 2021, 6:47 AM IST

ETV Bharat / city

WORLD HEART DAY; ହୃଦଘାତରୁ ବର୍ତ୍ତିବା ପାଇଁ ମାନନ୍ତୁ ଡାକ୍ତରଙ୍କ ଏହି ପରାମର୍ଶ...

ଆଜି WORLD HEART DAY ବା ବିଶ୍ବ ହୃତପିଣ୍ଡ ଦିବସ । ଆଜିର ସମୟରେ ଅନେକ ଲୋକ ହାର୍ଟ ଆଟାର୍କର ଶିକାର ହେଉଛନ୍ତି । ହୃଦଘାତରୁ ବର୍ତ୍ତିବା ପାଇଁ କଣ କରିବେ । କିପରି ଲାଇଫ ଷ୍ଟାଇଲ ବଞ୍ଚିବେ । ଜାଣନ୍ତୁ ଏନେଇ କଣ କହୁଛନ୍ତି ହୃଦରୋଗ ବିଶେଷଜ୍ଞ ।

WORLD HEART DAY, ହାର୍ଟ ଚିକିତ୍ସା ପାଇଁ ଭୟଭୀତ ନହୋଇ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ
WORLD HEART DAY, ହାର୍ଟ ଚିକିତ୍ସା ପାଇଁ ଭୟଭୀତ ନହୋଇ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ

ଭୁବନେଶ୍ବର: ହାର୍ଟ ଚିକିତ୍ସା ପାଇଁ ଭୟଭୀତ ନହୋଇ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ହାର୍ଟ ରୋଗ ବାହାରିଥାଏ । ତେବେ ଆଜିର ଦିନରେ ପାଳିତ ହୁଏ ୱାର୍ଲଡ ହାର୍ଟ ଡେ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଏହି ହାର୍ଟ ଜନିତ ବେମାରୀ ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି । ଏହି ହାର୍ଟ ରୋଗରୁ କିଭଳି ମୁକ୍ତ ପାଇବେ । କଣ କରିବା ଉଚିତ ? କଣ ନକରିବା ଉଚିତ୍‌ ? ଏନେଇ ପରାମର୍ଶ ଦେଇଛନ୍ତି ହୃଦରୋଗ ବିଶେଷଜ୍ଞ ।

WORLD HEART DAY, ହାର୍ଟ ଚିକିତ୍ସା ପାଇଁ ଭୟଭୀତ ନହୋଇ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ

ଅନେକ ଲୋକଙ୍କର ଭାବନା ଏହା ଯେ କେବଳ 50 ବର୍ଷରୁ ଅଧିକ ବୟସର ଲୋକଙ୍କୁ ହୃଦରୋଗ ହୋଇଥାଏ । କିନ୍ତୁ ସତ ଏହା ଯେ ଶିଶୁବସ୍ଥା ଠାରୁ କୋଡ଼ିଏ ବର୍ଷ ବୟସ ଭିତରେ ଯେକୌଣସି ସମୟରେ ଏହା ହୋଇପାରେ । ତେଣୁ 20 ବର୍ଷ ବୟସ ହେବା ପରେ ପ୍ରତି 5 ବର୍ଷର ନିଜ କୋଲେଷ୍ଟ୍ରଲ ସ୍ତର ଯାଞ୍ଚ କରିବା ଲାଗି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ହୃଦରୋଗ ବିଶେଷଜ୍ଞ କହିଛନ୍ତି,କୋଭିଡ ସମୟରେ ହାର୍ଟ ସ୍ଵାସ୍ଥ୍ୟର ଗୁରୁତ୍ବ ବୃଦ୍ଧି ପାଇଛି । କାରଣ ହଠାତ୍ ହୃଦଘାତ ମାମଲା ମଧ୍ୟ ବୃଦ୍ଧି ପାଇଛି । ଏଭଳି କି 40-50 ବର୍ଷ ବୟସର ଲୋକମାନେ ଏହା ଦ୍ୱାରା ଅଧିକ ଆକ୍ରାନ୍ତ ହେଉଛନ୍ତି । ତୃଟିପୂର୍ଣ୍ଣ ଜୀବନଶୈଳୀ, ଅସ୍ଵାସ୍ଥ୍ୟକର ଖାଦ୍ୟ, ଧୂମପାନ ଯୋଗୁଁ ଯୁବାବସ୍ଥାରେ ସମସ୍ୟା ବୃଦ୍ଧି ପାଉଛି ବୋଲି ଡାକ୍ତର ମହେଶ ପ୍ରସାଦ ଅଗ୍ରଓ୍ବାଲ କହିଛନ୍ତି ।

ରାଜଧାନୀର ଏକ ଘରୋଇ ପ୍ରମୁଖ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ତଥା ୟୁନିଟ୍ ମୁଖ୍ୟ ସୁଶ୍ରୀ ନିରଞ୍ଜନା ମୁଖାର୍ଜୀ କହିଛନ୍ତି ଯେ, ଅନେକ ଲୋକ ଗତିହୀନ ଜୀବନ ବଞ୍ଚୁଛନ୍ତି ଫଳରେ ରକ୍ତଚାପ, ଡାଇବେଟିସ୍ ଆଦି ସମସ୍ୟା ଭୋଗୁଛନ୍ତି ଯେଉଁମାନେ ଶାରିରୀକ ବ୍ୟାୟାମର ଅଭାବ, ଚାପ ଏବଂ ତମାଖୁର ଅତ୍ୟଧିକ ବ୍ୟବହାର ହେଉଛି ହୃଦରୋଗର ପ୍ରମୁଖ କାରଣ । ଏହା ମଧ୍ୟ ଅନ୍ୟ ରୋଗର କାରଣ ହୋଇଥାଏ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 29, 2021, 6:47 AM IST

ABOUT THE AUTHOR

...view details