ଓଡିଶା

odisha

By

Published : Dec 29, 2021, 4:52 PM IST

Updated : Dec 29, 2021, 6:05 PM IST

ETV Bharat / city

World First Pangolin Reproduction: ନନ୍ଦନକାନନରେ ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନକୁ ସଫଳତା

ନନ୍ଦନକାନନରେ ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନକୁ ସଫଳତା (Pangolin Reproduction in Nandankanan) ମିଳିଛି । ନିଜସ୍ଵ ଉଦ୍ୟମରେ ବଜ୍ରକାପ୍ତାର ପ୍ରଜନନ କରାଇବାରେ ସଫଳ ହୋଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

World First Pangolin Reproduction; ନନ୍ଦନକାନନରେ ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନକୁ ସଫଳତା
World First Pangolin Reproduction; ନନ୍ଦନକାନନରେ ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନକୁ ସଫଳତା

ଭୁବନେଶ୍ବର:ନନ୍ଦନକାନନରେ ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନକୁ ସଫଳତା (Pangolin Reproduction in Nandankanan) ମିଳିଛି । 2009 ରୁ ଆରମ୍ଭ ହୋଇଥିବା ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ସଫଳତା ମିଳିଛି (worlds first Successful Breeding of Pangolin) । ନିଜସ୍ଵ ଉଦ୍ୟମରେ ବଜ୍ରକାପ୍ତାର ପ୍ରଜନନ କରାଇବାରେ ସଫଳ ହୋଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

World First Pangolin Reproduction: ନନ୍ଦନକାନନରେ ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନକୁ ସଫଳତା

ନନ୍ଦନକାନନରେ ବଜ୍ରକାପ୍ତାର ପ୍ରଜନନ କରାଯାଇଛି । ନିଜସ୍ଵ ଉଦ୍ୟମ ଓ ବଜ୍ରକାପ୍ତାକୁ ନନ୍ଦନକାନନ ମଧ୍ୟରେ ପ୍ରାକୃତିକ ପରିବେଶ ଯୋଗାଇ ଦେଇ ପ୍ରଜନନ କରିବାରେ ସଫଳ ହୋଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଏପରି ବ୍ୟବସ୍ଥାରେ ବଜ୍ରକାପ୍ତାର ପ୍ରଜନନ କରାଇବାରେ ନନ୍ଦନକାନନ ବିଶ୍ବରେ ପ୍ରଥମ (World First Pangolin Reproduction) । ବର୍ତ୍ତମାନ ସୁଦ୍ଧା 10ଟି ବଜ୍ରକାପ୍ତାର ପ୍ରଜନନ କରାଇବାରେ ସଫଳ ହୋଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବିଶ୍ଵର କୌଣସି ଚିଡିଆଖାନାରେ ଏପରି ବଜ୍ରକାପ୍ତାର ପ୍ରଜନନ କରାଇବାର ନଜିର ନାହିଁ ।

ଏହା ମଧ୍ୟ ପଢନ୍ତୁ: ଖର୍ଚ୍ଚ ହେବ 600 କୋଟି: ବଦଳିବ Nandankanan କଳେବର, ଆସିବେ ନୂଆ ଜୀବଜନ୍ତୁ

2009 ରୁ ନନ୍ଦନକାନନରେ ଆରମ୍ଭ ହୋଇଛି ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନ । ନନ୍ଦନକାନନରେ ବର୍ତ୍ତମାନ 22 ଟି ବଜ୍ରକାପ୍ତା ରହିଛନ୍ତି । କିଛିଦିନ ପୂର୍ବରୁ ଉଦ୍ଧାର ହୋଇଥିବା ଏକ ବଜ୍ରକାପ୍ତାକୁ ନନ୍ଦନକାନନରେ ଛଡା ଯାଇଛି । ତାହା ଦେହରେ VHF (Very High Frequency) ରେଡ଼ିଓ ଟ୍ରାନ୍ସମିଟର ଲଗାଯାଇ ଛଡ଼ାଯାଇଛି । ଆଉ ଏହାର ଗତିବିଧି ଉପରେ ନଜର ରଖାଯାଇଛି । ଦେଶରେ ବିଶେଷ କରି ଓଡ଼ିଶାରୁ ବିଦେଶକୁ ବିପୁଳ ମାତ୍ରାରେ ବଜ୍ରକାପ୍ତା ଚାଲାଣ ହେଉଛି । ବଜ୍ରକାପ୍ତା ଚାଲାଣ ପଛର ପ୍ରକୃତ କାରଣ କଣ ଜାଣିବା ଲାଗି ଅନୁସନ୍ଧାନ ଜାରୀ ରହିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Dec 29, 2021, 6:05 PM IST

ABOUT THE AUTHOR

...view details