ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃକ୍ଷ ରୋପଣ କରି ପାଳିତ ହୋଇଛି ‘ ବିଶ୍ୱ ପରିବେଶ ଦିବସ’ । କୋଭିଡ-19 ମହାମାରୀର ପ୍ରତିବନ୍ଧକ ମଧ୍ୟରେ ପାଳନ ହୋଇଛି ବିଶ୍ୱ ପରିବେଶ ଦିବସ। ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ଏହି ଅବସରରେ ନନ୍ଦକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ବୃକ୍ଷରୋପଣ କରାଯାଇଛି।
World Environment Day: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଲା ବୃକ୍ଷରୋପଣ - ବିଶ୍ୱ ପରିବେଶ ଦିବସ 2021
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃକ୍ଷ ରୋପଣ କରି ପାଳିତ ହୋଇଛି ବିଶ୍ୱ ପରିବେଶ ଦିବସ । କୋଭିଡ ପ୍ରୋଟୋକଲ ମଧ୍ୟରେ ହେଲା ବୃକ୍ଷରୋପଣ । ଅଧିକ ପଢନ୍ତୁ....
![World Environment Day: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଲା ବୃକ୍ଷରୋପଣ World Environment Day: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଲା ବୃକ୍ଷ ରୋପୋଣ](https://etvbharatimages.akamaized.net/etvbharat/prod-images/768-512-12029161-968-12029161-1622899387709.jpg)
ବିଶ୍ୱ ପରିବେଶ ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ଦିବସ ପାଳନ କରାଯାଇଛି। ତେବେ କରୋନା ସଂକ୍ରମଣାକୁ ଦୃଷ୍ଟିରେ ଗାଇଡଲାଇନକୁ ଅନୁପାଳନ ପୂର୍ବକ ପାଳନ କରାଯାଇଛି ବିଶ୍ବ ପରିବେଶ ଦିବସ । ଆଜି ପ୍ରାଣୀ ଉଦ୍ୟାନକୁ ସମ୍ପୂର୍ଣ୍ଣ ପରିଷ୍କାର କରିବା ସହିତ ପ୍ରାଣୀ ଉଦ୍ୟାନର ଅଧିକାରୀ ଏବଂ କର୍ମଚାରୀ ବୃକ୍ଷରୋପଣ କରାଯାଇଛି। ଏକ ଅନଲାଇନ ପେଣ୍ଟିଂ ଏବଂ ଫଟୋଗ୍ରାଫି ପ୍ରତିଯୋଗିତା ମଧ୍ୟ କରାଯାଇଛି। ଯାହାର ଥିମ୍ "ଇକୋସିଷ୍ଟମ୍ ପୁନରୁଦ୍ଧାର" ସହିତ ଆୟୋଜିତ ହୋଇଥିଲା । ଯେଉଁଠାରେ 56 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହାର ଫଳାଫଳ ସୋମବାର ଘୋଷଣା କରାଯିବା ନେଇ ସମୟ ସ୍ଥିର କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ