ଓଡିଶା

odisha

ETV Bharat / city

୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା, ଗଡିଲା ସଚେତନ ରଥ - World child rights day

ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଠାରୁ ଗଡିଛି ସଚେତନ ରଥ। ଯେଉଁଥିରେ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କିତ ବାର୍ତ୍ତା ସହ ବାଲ୍ୟ ବିବାହ ସମାପ୍ତକୁ ସୁନିଶ୍ଚିତ କରିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସଚେତନ କରାଯାଇଛି । ଅଧିକ ଖବର ପଢନ୍ତୁ...

୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା, ଗଡିଲା ସଚେତନ ରଥ
୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା, ଗଡିଲା ସଚେତନ ରଥ

By

Published : Nov 20, 2020, 6:43 PM IST

ଭୁବନେଶ୍ବର: ଖୁବ୍ ଶୀଘ୍ର ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା। ଏନେଇ ଅଣ୍ଟା ଭିଡିଛନ୍ତି ସରକାର। ଏଥିପାଇଁ ନେଇଛନ୍ତି ଅନେକ ପଦକ୍ଷେପ। ଯାହାର କ୍ରମରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଠାରୁ ଗଡିଛି ସଚେତନ ରଥ। ଯେଉଁଥିରେ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କିତ ବାର୍ତ୍ତା ସହ ବାଲ୍ୟ ବିବାହ ସମାପ୍ତକୁ ସୁନିଶ୍ଚିତ କରିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ନେଇ ଦିଆଯାଇଛି ବାର୍ତ୍ତା।

୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା, ଗଡିଲା ସଚେତନ ରଥ

ତେବେ ସାରା ଭାରତ ବର୍ଷରେ ୨୭ ପ୍ରତିଶତ ବାଲ୍ୟ ବିବାହ ହେଉଥିବା ବେଳେ ରାଜ୍ୟର ବାଲ୍ୟ ବିବାହ ହାର ରହିଛି ୨୧ ପ୍ରତିଶତ। ଏଥିମଧ୍ୟରୁ ୧୩ ଟି ଜିଲ୍ଲାରେ ଏବେବି ବାଲ୍ୟ ବିବାହ ଜାରି ରହିଛି। ସେସବୁ ଜିଲ୍ଲା ଗୁଡିକ ହେଲା କୋରାପୁଟ,ମାଲକାନଗିରି,ନୂଆପଡା,କଳାହାଣ୍ଡି,ଗଞ୍ଜାମ,ବୌଦ୍ଧ,କନ୍ଧମାଳ,ବଲାଙ୍ଗିର,ରାୟଗଡା,ନବରଙ୍ଗପୁର ଓ କେଉଁଝର ,ମୟୁରଭଞ୍ଜ ଭଳି ଜିଲ୍ଲା ।

୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା, ଗଡିଲା ସଚେତନ ରଥ

ତେବେ ସେସବୁ ଜିଲ୍ଲାରେ ଶିଶୁ ବିକାଶ, ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଶିଶୁ ସଂଯୋଗ ବା ସମାନତା ଦିଗରେ ପ୍ରଧାନ୍ୟ ଦିଆଯାଉଛି। ଏହା ସହିତ ସମସ୍ତ ଜିଲ୍ଲାରେ ଶିଶୁ ସୁରକ୍ଷା ଆୟୋଗର କର୍ମକର୍ତ୍ତା ଓ ବିଭିନ୍ନ ସଂଗଠନ ସହ ଚାଇଲ୍ଡ ଲାଇନ ଦ୍ବାରା ବିଭିନ୍ନ କାର୍ଯକ୍ରମ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି।

ବିଶେଷ କରି ଲକଡାଉନ ପିରିୟଡରେ ଘରେ ପିଲା ରହିଥିବାରୁ ସଚେତନତା ରଥ ସେମାନଙ୍କ ନିକଟରେ ପହଁଞ୍ଚି ଗାଁ ଗାଁ ଓ ସାହି ସାହି ବୁଲି ସଚେତନତା ପାଇଁ ଯୋଜନା ରହିଛି । ତେବେ ଚଳିତ ବର୍ଷ ବିଶ୍ବ ଶିଶୁ ଦିବସ ଅବସରରେ ରାଜ୍ଯ ସ୍ତରିୟ କାର୍ଯକ୍ରମ ଜରିଆରେ ବିଭିନ୍ନ ସଂଗଠନ ଓ ରାଜନୈତିକ ବ୍ୟକ୍ତି ପ୍ରମୁଖ ଯୋଗଦେଇ କିଭଳି ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ସେନେଇ ସଂକଳ୍ପ ସହ ପ୍ରତ୍ସାହନ ଦେଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details