ଓଡିଶା

odisha

ETV Bharat / city

'ଏଡସ ରୋଗୀଙ୍କ ପାଇଁ ସହାନୁଭୂତି ଆବଶ୍ୟକ, ଘୃଣା ନୁହେଁ' - ଏଡସ ରୋଗୀଙ୍କ ପାଇଁ ସହାନୁଭୂତି ଆବଶ୍ୟକ

ଏଚଆଇଭିକୁ ମାରାତ୍ମକ କହି ଏଚଆଇଭି ଆକ୍ରାନ୍ତଙ୍କଠାରୁ ଦୁରେଇ ରଖିବା ଏକ ସାମାଜିକ ବ୍ୟାଧି । ସମାଜର ମୁଖ୍ୟ ସ୍ରୋତରେ ସବୁ ବର୍ଗଙ୍କ ସାମିଲ ଉପରେ ସରକାର ଗୁରୁତ୍ବ ଦେଉଥିବାବେଳେ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ କେତେ ଦୂର ନ୍ୟାୟ ମିଳିଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

World aids day
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 30, 2019, 8:56 PM IST

ଭୁବନେଶ୍ବର: 'ବିଶ୍ବ ଏଡସ୍ ଦିବସ' ପାଳନ ଅବ୍ୟବହିତ ପୂର୍ବରୁ ଭୁବନେଶ୍ବରରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ୨୭ଟି ଜିଲ୍ଲାର ପ୍ରାୟ ୫୦୦ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତି ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାଧାରଣ ମଣିଷ ଭଳି ବ୍ୟବହାର ଦେଖାଇବାରେ କେଉଁଠି ନା କେଉଁଠି ତ୍ରୁଟି ପରିଲକ୍ଷିତ ହେଉଛି । ତେବେ ଏହି ତ୍ରୁଟି ବ୍ୟବସ୍ତାଗତ ଏବଂ ବ୍ୟକ୍ତିଗତ, ଉଭୟ ସ୍ତରରେ ଦେଖାଯାଉଛି । ଏଡସ ଅଧିକାର ସାବ୍ୟସ୍ତ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସଂଗଠନ ଜିପା ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ୨୭ଟି ଜିଲ୍ଲାର ପ୍ରାୟ ୫୦୦ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତି ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ରିପୋର୍ଟ ମୁତାବକ ରାଜ୍ୟରେ ପ୍ରାୟ ୫୦ ହଜାର ଏଚଆଇଭି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫,୭୩୮ ଜଣ ଏବଂ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୭୮ ଜଣ ଏଚଆଇଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି । ରାଜ୍ୟ ସରକାର ସମସ୍ତ ଏଚଆଇଭି ବ୍ୟକ୍ତିମାନଙ୍କୁ ମାଗଣାରେ ଏଆରଟି କେନ୍ଦ୍ର ମାଧ୍ୟମରେ ମାଗଣା ଔଷଧ ଯୋଗାଇ ଦେଉଛନ୍ତି । ମଧୁବାବୁ ପେନସନ ଯୋଜନାରେ ମାସିକ ୫୦୦ ଟଙ୍କା, ଶିଶୁ କନ୍ୟା ମାନଙ୍କୁ ୧୦୦୦ ଟଙ୍କା ପ୍ରଦାନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏଚଆଇଭି ସଂକ୍ରମିତ କିଛି ବ୍ୟକ୍ତି କହିଛନ୍ତିଯେ, ସରକାରଙ୍କ ସହାୟତା କାମ ଦେଉନଥିବାବେଳେ ମାସିକ ୫୦୦ ଟଙ୍କାରେ ଗୁଜୁରାଣ ମେଣ୍ଟାଇବା ଅତି କଷ୍ଟକର । ସାମାଜିକ ଏବଂ ବ୍ୟବସ୍ତାଗତ ତ୍ରୁଟି ପାଇଁ ଏଚଆଇଭି ସଂକ୍ରମିତ ମାନେ ଅବହେଳାର ଶିକାର ହେଉଛନ୍ତି । ତେଣୁ ସରକାର ମାସିକ ୨୦୦୦ ଟଙ୍କା ଦେବା ପାଇଁ ଦାବି କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ଏଡସ ସେଲ ଓ ସାକ୍ସର ଉପ-ନିର୍ଦ୍ଦେଶକ ଅଜୟ ପାତ୍ରଙ୍କ ସୂଚନାନୁସାରେ, ୨୦୩୦ ସୁଦ୍ଧା ଏଚଆଇଭି ସମାଜରୁ କିଭଳି ଦୂର ହେବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗୋଷ୍ଠୀଗତ ଭାବେ ସମସ୍ତେ ଚାହିଁଲେ ଏ ସାମାଜିକ ବ୍ୟାଧିକୁ ଦୂର କରିପାରିବା । ଏନେଇ ସାମାଜିକ ସ୍ତରରେ ସଚେତନତା ଆବଶ୍ୟକ ରହିଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details