ଓଡିଶା

odisha

ETV Bharat / city

ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ନେଇ କର୍ମଶାଳା - ଉଚ୍ଚଶିକ୍ଷାରେ ସଂସ୍କାର ନେଇ କର୍ମଶାଳା

ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍କାର ଆଣିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ଏକ କର୍ମଶାଳାରେ ସାରା ରାଜ୍ୟର 1200 ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକ ଏକତ୍ରିତ । ଅଧିକ ପଢ଼ନ୍ତୁ...

workshop organised by Higher Education department, reformation in higher education, ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର, ଉଚ୍ଚଶିକ୍ଷାରେ ସଂସ୍କାର ନେଇ କର୍ମଶାଳା, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍କାର ନେଇ କର୍ମଶାଳା

By

Published : Jan 5, 2020, 4:37 AM IST

ଭୁବନେଶ୍ବର: ଗୋଟିଏ ଛାତ ତଳେ ଏକାଠି ହେଲେ ସାରା ରାଜ୍ୟର ଜ୍ଞାନ ଭଣ୍ଡାର। ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍କାର ଆଣି ଭିତ୍ତିଭୂମିର ବିକାଶ କରି ଗୁଣାତ୍ମକ ମାନର ଶିକ୍ଷା ଯୋଗାଇଦେବା ନେଇ ଭୁବନେଶ୍ବରରେ ଆୟୋଜିତ କର୍ମଶାଳାରେ ଏକାଠି ହୋଇଥିଲେ ରାଜ୍ୟର ବିଭିନ୍ନ କଲେଜର 1200 ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକ। ମୁଖ୍ୟତଃ କଲେଜରେ 75 ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ, ବାୟୋମେଟ୍ରିକ ପ୍ରଚଳନ, ନାକ ଆକୃଡିସନ, ଛୁଟି ଆବେଦନ କଟକଣା, ବିଭାଗୀୟ କଲେଜ ଅଧ୍ୟକ୍ଷଙ୍କର ପ୍ରଶାସନିକ ଦକ୍ଷତା ବୃଦ୍ଧି ନେଇ କର୍ମଶାଳା ଏକ ସ୍ବାଗତଯୋଗ୍ୟ ।

ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍କାର ନେଇ କର୍ମଶାଳା

ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ବିଭିନ୍ନ କଲେଜର ଅଧ୍ୟକ୍ଷ ମାନଙ୍କ ଦକ୍ଷତା ବିକାଶ ସହ ଗୁଣାତ୍ମକ ଶିକ୍ଷା, କଲେଜ ଗୁଡିକରେ 75ପ୍ରତିଶତ ଉପସ୍ଥାନ, ୱେବସାଇଟରେ ସମସ୍ତ ତଥ୍ୟ ରହିବା, କଲେଜର ନିଜସ୍ବ ଜାଗା ନେଇ ଜିଲ୍ଲାପାଳ ମାନଙ୍କୁ ବିଭାଗୀୟ ଚିଠି, ଭରଚୁଆଲ ଟ୍ୟୁଟୋରିଆଲ କ୍ଲାସେସ ପ୍ରଚଳନକୁ ପାଇଲଟ ପ୍ରୋଜେକ୍ଟ ରୂପେ କାର୍ଯ୍ୟକାରିତା, ଗୋପବନ୍ଧୁ ସହାୟତା ଯୋଜନାରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀଙ୍କୁ ବାର୍ଷିକ 20 ହଜାର ସହାୟତା ରାଶି ପ୍ରଦାନ ଭଳି ସଂସ୍କାର ଅଣାଯିବା ନେଇ ଆଲୋଚନା ହୋଇଛି।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, 5T ଓ ମୋ ସରକାର ଉଚ୍ଚଶିକ୍ଷା ବିଭାଗରେ ଲାଗୁହେବା ପରେ ଶିକ୍ଷାନୁଷ୍ଠାନରେ ସମସ୍ତଙ୍କ ଭିତରେ କର୍ତ୍ତବ୍ୟପରାୟଣତା ବୃଦ୍ଧି ପାଇଛି। ସମାୟାନୁବର୍ତ୍ତିତା ଏବଂ ପ୍ରତିବଦ୍ଧତା ରହିବା ନିହାତି ଆବଶ୍ୟକ । କଲେଜ ଅଧ୍ୟକ୍ଷ ମାନେ ଦାଇତ୍ବ ସମ୍ପନ୍ନ ହୋଇ କଲେଜ ପ୍ରଶାସନକୁ କିପରି ସୁପରିଚାଳିତ କରିବେ ସେ ନେଇ ଗୁରୁତ୍ବ ଦିଆଯାଉଛି।

ସେପଟେ କଲେଜ ମାନଙ୍କରେ ଛୁଟି ଆବେଦନ ଶୈଳୀରେ ଦ୍ଵନ୍ଦ ଦେଖାଯାଉଛି ବୋଲି ଅଶାନ୍ତି ବ୍ୟକ୍ତ କରିଛନ୍ତି କଟକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ବନ୍ଦିତା ଦାସ। ଅନଲାଇନ ଛୁଟି ଆବେଦନକୁ ବିରୋଧ କରିଛନ୍ତି କଲେଜ ଅଧ୍ୟକ୍ଷା ।

ଏହି କର୍ମଶାଳାରେ କଲେଜ ଅଧ୍ୟକ୍ଷ ଅଧ୍ୟକ୍ଷା ମାନଙ୍କ ଦାଇତ୍ବ ଏବଂ ଅନୁଶାସନ ବିଷୟରେ ଆଲୋଚନା ହୋଇଛି । ନାକ ମାନ୍ୟତା ପାଇଁ କଲେଜ ମାନଙ୍କୁ କଣ କଣ କରିବାକୁ ପଡିବ ସେ ନେଇ ସବୁ ତଥ୍ୟ ଦିଆଯାଇଛି। ତେବେ ଆଗକୁ ଶିକ୍ଷା କ୍ଷେତ୍ରରେ ସଂସ୍କାର ଛାତ୍ରଛାତ୍ରୀଙ୍କ ପାଇଁ କେତେ ସହାୟକ ହେଉଛି ତାହା ସମୟ କହିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details