ଭୁବନେଶ୍ବର : 'ମହିଳାମାନଙ୍କ ପ୍ରଜନନ ପସନ୍ଦ, ଏକ ମୌଳିକ ଅଧିକାର' ଶୀର୍ଷକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଜାତୀୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୨ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡା. ସାୟନ୍ତନି ବେହୁରାଙ୍କ ତତ୍ୱାବଧାନରେ ଏ କାର୍ଯ୍ୟକ୍ରମ ହୋଇଥିଲା । ଏହାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉଦଘାଟନ କରିଥିଲେ ।
ସିପିଜିସି ପ୍ରଫେସର ସସ୍ମିତା ମହାନ୍ତି, ହାଇଦ୍ରାବାଦ ସ୍ଥିତ ହେଲଥ ସାଇକୋଲୋଜି ସଂସ୍ଥାର ପ୍ରତିଷ୍ଠାତା ପ୍ରଫେସର ମୀନା ହରିହରନ, ୟୁନିସେଫର ସିପ୍ରା ସକ୍ସେନା ପ୍ରମୁଖ ଯୋଗ ଦେଇଥିଲେ। ଜେଣ୍ଡର ଷ୍ଟଡ଼ିଜ ବିଭାଗୀୟ ମୁଖ୍ୟ ଡଃ ଅଲିଭା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର ମୀନା ହରିହରନ ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା ବିନା ଶିକ୍ଷା ଅଧିକାର ନିରର୍ଥକ ବୋଲି ମତବ୍ୟକ୍ତ କରିଥିଲେ। ୟୁନିସେଫର ସିପ୍ରା ସକ୍ସେନା ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନାଚକ୍ରର ଦ୍ଵିତୀୟ ଦିନରେ ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।