ଓଡିଶା

odisha

ETV Bharat / city

ଗାଁ ଗହଳିରେ ମିଳିବ ଗୁଣାତ୍ମକ ଶିକ୍ଷା ! - ସିଏସଆର-ଏଚଆର କୋଲୋକ୍ବିମ-2019

ଶିକ୍ଷାର ମାନକୁ ଗୁରୁତ୍ବ ଦେବ ଗଣଶିକ୍ଷା ବିଭାଗ । ଏହାର ଦାୟିତ୍ବ ବହନ କରିବେ ଶିଳ୍ପ ସଂସ୍ଥା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 10, 2019, 2:05 PM IST

ଭୁବନେଶ୍ବର: ପିଲାଙ୍କୁ ଦିଆଯିବ ଗୁଣାତ୍ମକ ଶିକ୍ଷା । ଆଉ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ସେହି ଅଞ୍ଚଳର ଶିଳ୍ପ ସଂସ୍ଥା ବହନ କରିବ । ସିଏସ୍ଆର ଫୋରମ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ। ହୋଟେଲ କ୍ରାଉନରେ ‘ସିଏସଆର-ଏଚଆର କୋଲୋକ୍ବିମ-2019’ ଏହି ଘୋଷଣା କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ସମ୍ମିଳନୀକୁ ଉଦଘାଟିତ କରିଥିଲେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସିଏସଆରର ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ବାଚସ୍ପତି । ଓଡିଶାରେ ଗରୀବି ହଟାଇବା, ନିଯୁକ୍ତି ସୃଷ୍ଟି କରିବା ଓ କର୍ପୋରେଟ କ୍ଷେତ୍ରରେ ସମ୍ମାନ ଆଦି ଦାୟିତ୍ବ ବୋଲି କହିଛି ସିଏସଆର । ବିଶେଷକରି ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଶିକ୍ଷାର ମାନ ଉପରେ ଗୁରୁତ୍ବ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ 30ଜଣ ଶିଳ୍ପପତି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details