ଓଡିଶା

odisha

ETV Bharat / city

ସରକାରୀ ଅଫିସ୍‌ରେ ନିର୍ଯାତନା, ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ ବିଧବା ମହିଳା - working woman harassed at government office in bhubaneswar

ସରକାରୀ ଅଫିସ୍‌ରେ ନିର୍ଯାତନା । ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ କର୍ମଚାରୀ । କୌଣସି କର୍ପୋରେଟର ହାଉସ କିମ୍ବା ବେସରକାରୀ କାର୍ଯ୍ୟାଳୟ ନୁହେଁ । ରାଜ୍ୟ ସରକାରଙ୍କର ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ଆସିଛି ମହିଳା କର୍ମଚାରୀଙ୍କୁ ନିର୍ଯାତନାର ଅଭିଯୋଗ । ଅଧିକ ପଢନ୍ତୁ...

state womens commision
ସରକାରୀ ଅଫିସ୍‌ରେ ନିର୍ଯାତନା, ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ ବିଧବା ମହିଳା

By

Published : Mar 2, 2020, 3:18 PM IST

ଭୁବନେଶ୍ବର: ସରକାରୀ ଅଫିସ୍‌ରେ ନିର୍ଯାତନା । ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ କର୍ମଚାରୀ । କୌଣସି କର୍ପୋରେଟର ହାଉସ କିମ୍ବା ବେସରକାରୀ କାର୍ଯ୍ୟାଳୟ ନୁହେଁ । ରାଜ୍ୟ ସରକାରଙ୍କର ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ଆସିଛି ମହିଳା କର୍ମଚାରୀଙ୍କୁ ନିର୍ଯାତନାର ଅଭିଯୋଗ । କାର୍ଯ୍ୟରତ ଜଣେ ବିଧବା ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶକ ନିର୍ଯାତନା ଦେଉଛନ୍ତି ବୋଲି ରାଜ୍ୟ ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି।

ସରକାରୀ ଅଫିସ୍‌ରେ ନିର୍ଯାତନା, ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ ବିଧବା ମହିଳା

ଅଭିଯୋଗ ଅନୁସାରେ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଭୁବନେଶ୍ବରର ଉଚ୍ଚ ପଦବୀରେ କାର୍ଯ୍ୟରତ ମହିଳା ଜଣଙ୍କ ଅଫିସ କାର୍ଯ୍ୟ ସମ୍ପର୍କିତ କିଛି ବୁଝିବାକୁ ନିର୍ଦ୍ଦେଶକଙ୍କ ନିକଟକୁ ଯାଇଥିଲେ। କିନ୍ତୁ ନିର୍ଦ୍ଦେଶକ ଏହାକୁ ଅଣଦେଖା କରିବା ସହ ଅଫିସ କାର୍ଯ୍ୟକୁ ଏଡାଇ ଦେଇଥିଲେ। ପରେ କିନ୍ତୁ ଉକ୍ତ ମହିଳାଙ୍କ ସମେତ କିଛି କର୍ମଚାରୀ ଏହି ସମସ୍ୟାକୁ ନେଇ ଉନ୍ନୟନ କମିଶନଙ୍କୁ ଭେଟିବା ସହ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ।

ଉନ୍ନୟନ କମିଶନ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କୁ ସମସ୍ୟା ସମ୍ପର୍କରେ ଧ୍ୟାନ ଦେବା ପାଇଁ କହିଥିଲେ। ତେବେ ଏହାପରେ ଉନ୍ନୟନ କମିଶନଙ୍କ ନିକଟରେ ଅଭିଯୋଗ କରିଥିବାରୁ ବିଭିନ୍ନ ପ୍ରକାରର ନିର୍ଯାତନା ତାଙ୍କୁ ଦିଆଯାଉଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଉକ୍ତ ମହିଳାଙ୍କୁ ଚାକିରିରୁ ବାହାର କରିଦେବା, ସନ୍ଧ୍ୟା 5 ପରେ ଅଫିସରେ ରହିବାକୁ କହିବା ଓ ସମସ୍ତଙ୍କ ଠାରୁ ଦୂରେଇଦେବା ପରି ଅଫିସରେ ବିଭିନ୍ନ ପ୍ରକାରର ନିର୍ଯାତନା ଦିଆଯାଉଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ଏହାସହ କେବଳ ସେ ନୁହଁନ୍ତି ଏପରି ଅନେକ କର୍ମଚାରୀ ନିର୍ଯାତନାର ଶିକାର ହେଉଥିବା ସେ ଅଭିଯୋଗ କରିଛନ୍ତି । କିନ୍ତୁ ନିଜର ଚାକିରି ଚାଲିଯିବା ଭୟରେ କେହି ମୁହଁ ଖୋଲୁ ନାହାଁନ୍ତି ବୋଲି ସେ ଦର୍ଶାଇଛନ୍ତି । ସେହିପରି ଏନେଇ କୌଣସି ସ୍ଥାନରେ ନ୍ୟାୟ ନମିଳିବାରୁ ବାଧ୍ୟ ହୋଇ ସେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ସେପଟେ ଘଟଣାକୁ ନେଇ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details