ଭୁବନେଶ୍ବର: ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି । ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ କରିବାର ଅବଧି ବଢ଼େଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।
ଚଳିତବର୍ଷ ଲାଗି ଆବେଦନ କରିବାର ଶେଷ ତାରିଖ ଆଜି(ଶୁକ୍ରବାର) ଥିଲା । ଲକଡାଉନ ଓ ଅନେକ ସାମ୍ବାଦିକ କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାରୁ ସେମାନେ ଆବେଦନ କରିବା ଲାଗି ବଞ୍ଚିତ ହୋଇଥାନ୍ତେ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।
ସରକାର ସାମ୍ବାଦିକଙ୍କ ସମସ୍ୟାକୁ ନେଇ ସମ୍ବେଦନଶୀଳ ହୋଇ ଆବେଦନ ଅବଧି ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିପାଇଁ ସରକାର ଓ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ସାମ୍ବାଦିକ ଓ ସାମ୍ବାଦିକ ସଂଘ ପକ୍ଷରୁ ଧନ୍ୟବାଦ ଜଣାଯାଇଛି ।