ଭୁବନେଶ୍ବର: ବିଜେଡି ମହିଳା କାର୍ଯ୍ୟକାରିଣୀରେ କର୍ମୀଙ୍କୁ ଦିଆଗଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ପ୍ରତିୱାର୍ଡରେ ୨୫ଟି କମିଟି ଗଠନ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଏଥିପାଇଁ ଆଗାମୀ ଦିନରେ ୮୦ ପ୍ରତିଶତ ମହିଳାଙ୍କୁ ଦଳରେ ସାମିଲ କରାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ଏହି କର୍ମୀଙ୍କୁ ସାଙ୍ଗଠିନିକସ୍ତରରେ କାର୍ଯ୍ୟ କରିବାକୁ ବିଜେଡି କର୍ମୀଙ୍କୁ କୁହାଯାଉଛି ।
BJD ମହିଳା କାର୍ଯ୍ୟକାରିଣୀରେ କର୍ମୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ - ବିଜେଡି ମହିଳା କାର୍ଯ୍ୟକାରିଣୀରେ କର୍ମୀଙ୍କୁ ଦିଆଗଲା ଦାୟିତ୍ବ
ବିଜେଡି ମହିଳା କାର୍ଯ୍ୟକାରିଣୀରେ କର୍ମୀଙ୍କୁ ଦିଆଗଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ପ୍ରତି ୱାର୍ଡରେ ୨୫ଟି କମିଟି ଗଠନ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଅଧିକ ପଢ଼ନ୍ତୁ
ବିଜେଡି ମହିଳା କାର୍ଯ୍ୟକାରିଣୀରେ କର୍ମୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ
ଆଜି(ବୁଧବାର) ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜୁ ମହିଳା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କର୍ମୀଙ୍କୁ ଟାର୍ଗେଟ ଦେଇଛି ବିଜେଡି । ଆଗାମୀ ପୌର ନିର୍ବାଚନରେ ବିରୋଧୀଙ୍କ ଅପପ୍ରଚାର ରୋକିବା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ଆଗଧାଡ଼ିର ନେତା । ଏହାସହ ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରିବାକୁ କାର୍ଯ୍ୟକାରିଣୀରେ ରୋଡ୍ମ୍ୟାପ ପ୍ରସ୍ତୁତ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ