ଓଡିଶା

odisha

ETV Bharat / city

Justice For Mamita: ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଭେଟିଲା ମହିଳା ଅଧିକାର ଅଭିଯାନ - divya shankar mishra in mamita case

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ବିଭିନ୍ନ ରାଜନୈତିକ ଦଳ ସହ ସାମାଜିକ ସଂଗଠନମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛି ମହିଳା ଅଧିକାର ଅଭିଯାନ । ଅଧିକ ପଢ଼ନ୍ତୁ

Women's Rights Campaign Forum delegation met governor to get justice in mamita meher murder case
Justice For Mamita: ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଭେଟିଲା ମହିଳା ଅଧିକାର ଅଭିଯାନ

By

Published : Nov 17, 2021, 6:14 PM IST

ଭୁବନେଶ୍ବର:ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ବିଭିନ୍ନ ରାଜନୈତିକ ଦଳ ସହ ସାମାଜିକ ସଂଗଠନମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଭେଟିଛି ମହିଳା ଅଧିକାର ଅଭିଯାନ । ଏହି ମାମଲାରେ CBI ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ମହିଳା ଅଧିକାର ଅଭିଯାନ ମଞ୍ଚ ।

Justice For Mamita: ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଭେଟିଲା ମହିଳା ଅଧିକାର ଅଭିଯାନ

ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହେଉଛି । ତେଣୁ ପୋଲିସ ତଦନ୍ତ ପକ୍ଷଭୁକ୍ତ । ଏଥିପାଇଁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛି ମହିଳା ଅଧିକାର ଅଭିଯାନ ମଞ୍ଚ । ଏହି ଜଘନ୍ୟ ହତ୍ୟାକାଣ୍ଡରେ ପୋଲିସ ମଧ୍ୟ ସଂମ୍ପୃକ୍ତ ରହିଛି ଏବଂ ଚାପଗ୍ରସ୍ତ ରହିଥିବା ଅଭିଯୋଗ ଆଣିଛି ମହିଳା ଅଧିକାର ଅଭିଯାନ ମଞ୍ଚ ।

ଏତେ ପ୍ରତିବାଦ ପରେ ବି ମମିତାଙ୍କ ପରିବାରକୁ ନ୍ୟାୟ ଦେବା ବଦଳରେ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି ସଭାକୁ ନିନ୍ଦା କଲା ମହିଳା ଅଧିକାର ଅଭିଯାନ । କେବଳ ରାଜନୈତିକ ଦଳ ନୁହେଁ ବୁଦ୍ଧିଜୀବୀ ସାମ୍ନାକୁ ଆସିଲେ ମମିତାଙ୍କୁ ନ୍ୟାୟ ମିଳି ପାରିବ ବୋଲି କହିଛନ୍ତି ମହିଳା ଅଧିକାର ଅଭିଯାନ ମଞ୍ଚର ପ୍ରତିନିଧି ଦଳ। ଏହି ପ୍ରତିନିଧି ଦଳରେ ନମ୍ରତା ଚଡ଼୍ଡା, ଅଞ୍ଜନା ମିଶ୍ର, ପ୍ରୀତି ଧଳ ଏବଂ ମଧୁଲତା ପରିଡା ସାମିଲ ହୋଇ ଆଜି(ବୁଧବାର) ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details