ଓଡିଶା

odisha

ETV Bharat / city

ଗାନ୍ଧୀ ମାର୍ଗରେ ମଦ ବନ୍ଦ ପାଇଁ ଗର୍ଜନ କଲେ ଶତାଧିକ ମହିଳା - ଓଡ଼ିଶାର ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି

ଭୁବନେଶ୍ବରରେ ମିଳିତ ନିଶା ନିବାରଣ ସଂଘ ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ 118ତମ ଜୟନ୍ତୀରେ ମଦ ବନ୍ଦ ଅଭିଯାନରେ ଗର୍ଜନ କଲେ ଶତାଧିକ ମହିଳା ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

By

Published : Nov 24, 2019, 4:04 AM IST

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନରେ ମଦ ବନ୍ଦ ପାଇଁ ଆନ୍ଦୋଳନ । ନବକୃଷ୍ଣ ଚୌଧୁରୀଙ୍କ 118ତମ ଜୟନ୍ତୀ ଅବସରରରେ ମଦ ବନ୍ଦ ପାଇଁ ଶତାଧିକ ମହିଳା ଗର୍ଜନ କରିଛନ୍ତି ।

ରାଜ୍ୟରେ ସରକାର ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଥିବା ବେଳେ ଶତାଧିକ ମହିଳା ମିଶି ଓଡ଼ିଶାର ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗାଁ ଗହଳିର ଅନେକ ପରିବାରରେ ମଦ ପାଇଁ ସଂସାର ଉଜୁଡି ଯାଉଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଯେତେବେଳେ ବିହାର ଭଳି ରାଜ୍ୟ ମଦ ବିକ୍ରିକୁ ବନ୍ଦ କରି ଦିଆଗଲାଣି କିନ୍ତୁ ଓଡ଼ିଶା ସରକାର ମଦ ବିକ୍ରି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଯଦି ସରକାର ମଦକୁ ସମ୍ପୂର୍ଣ୍ଣ ବନ୍ଦ ନ କରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମିଳିତ ନିଶା ନିବାରଣ ସଂଘ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details