ଭୁବନେଶ୍ବର:ଆସନ୍ତା ୧୯ ଓ ୨୦ର ତାରିଖରେ କଳିଙ୍ଗ ଷ୍ଟାଡିୟମରେ FIH ମହିଳା ହକି ପ୍ରୋ ଲିଗର ପ୍ରଥମ ଦୁଇଟି ମ୍ୟାଚ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ହେବାର ଥିଲା । ଏହାକୁ ସ୍ଥଗିତ ରଖାଯାଇଛି । କୋରୋନା ମହାମାରୀ ପାଇଁ ନେଦରଲାଣ୍ଡ ଦଳ ଭାରତ ଗସ୍ତରେ ଆସିବାକୁ ମନା କରିବାରୁ ମ୍ୟାଚକୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଇଥିବା ଘୋଷଣା କରିଛି ହକି ଇଣ୍ଡିଆ ।
ନେଦରଲାଣ୍ଡର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି ହକି ଇଣ୍ଡିଆ । ହକି ଇଣ୍ଡିଆର ସୂଚନା ଅନୁଯାୟୀ ରାୟଲ ଡଚ ହକି ସଂଘର ମେଡିକାଲ ଟିମର ପରାମର୍ଶକ୍ରମେ ନେଦରଲାଣ୍ଡ ଦଳ ଭାରତ ଗସ୍ତ ବାତିଲ କରିବାରୁ ନିଷ୍ପତ୍ତି ନେଇଛି । ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଗୋମ୍ବାମ କହିଛନ୍ତି ନେଦରଲାଣ୍ଡର ଏ ନିଷ୍ପତ୍ତିରେ ଆମେ ମର୍ମାହତ ।