ଓଡିଶା

odisha

ETV Bharat / city

ମେ’ ୪ରୁ ଜନତା ମଇଦାନରେ ମହିଳା ବିଜନେସ ମେଳା - ମହିଳା ବିଜନେସ ମେଳା 2022

ଆସନ୍ତା ମାସ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଜନେସ୍ ମେଳା ୨୦୨୨ । ମେଳାରେ ଯୋଗ ଦେବେ ବଲିଉଡ କଳାକାରଙ୍କ ସହ ମହିଳା ଉଦ୍ୟୋଗୀ । ଅଧିକ ପଢନ୍ତୁ

ମେ ୪ରୁ ଜନତା ମଇଦାନରେ ମହିଳା ବିଜନେସ ମେଳା
ମେ ୪ରୁ ଜନତା ମଇଦାନରେ ମହିଳା ବିଜନେସ ମେଳା

By

Published : Apr 28, 2022, 11:27 AM IST

Updated : Apr 28, 2022, 12:20 PM IST

ଭୁବନେଶ୍ବର:ଆସନ୍ତା ମାସ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଜନେସ୍ ମେଳା ୨୦୨୨ । ଜନତା ମଇଦାନରେ ମହିଳା ବିଜନେସ ମେଳାରେ ଯୋଗଦେବେ ବଲିଉଡ କଳାକାର ସହ ମହିଳା ଉଦ୍ୟୋଗୀ । ଭାରତରେ ପ୍ରଥମ ଥର ପାଇଁ ମହିଳାଙ୍କ ବ୍ୟବସାୟ ମେଳା ଭଳି ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।

ମେ ୪ ଠାରୁ ୮ ପର୍ଯ୍ୟନ୍ତ ଭୁବନେଶ୍ବର ଜନତା ମଇଦାନଠାରେ ଶତାଧିକ ମହିଳା ବ୍ୟବସାୟୀ ନିଜର ଷ୍ଟଲ ମାଧ୍ୟମରେ ନିଜ ବ୍ୟବସାୟକୁ ପ୍ରଚାର ପ୍ରସାର କରିବା ନିମନ୍ତେ ସୁଯୋଗ ପାଇବେ। ମହିଳା ଉଦ୍ୟୋଗୀଙ୍କ ୧୦୦ ଟି ଷ୍ଟଲ ଏଠାରେ ସ୍ଥାନ ପାଇବ । ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗତ ଜାନୁୟାରୀ ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ଇଣ୍ଡିଆନ ଚାମ୍ବର ଅଫ କମର୍ସର ଓ୍ବିମେନ୍ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍ ଏହାରି ମଧ୍ୟରେ ଶତାଧିକ ମହିଳା ସଦସ୍ୟ ସଂଖ୍ୟାର ମାଇଲଖୁଣ୍ଟ ଅତିକ୍ରମ କରିସାରିଛି ।

ମେ’ ୪ରୁ ଜନତା ମଇଦାନରେ ମହିଳା ବିଜନେସ ମେଳା

ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶା, ଭାରତର ଏକ ସକ୍ରିୟ ମହିଳା ଉଦ୍ୟୋଗୀ ସଂଗଠନ । ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶାର ଅଭୂତପୂର୍ବ ସଫଳତା ପରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଭାରତର ଅନ୍ୟାନ୍ୟ ରାଜ୍ୟ ଗୁଡିକ ମଧ୍ୟରେ ଏହାର ଶାଖା ଖୋଲିଛି । ଏହାସହ ଜାତୀୟ ସ୍ତରରେ ନ୍ୟାସନାଲ ଆଇ.ଡ଼ବ୍ଲୁ.ଇ.ସି ଏକ ପାଞ୍ଚ ଦିନିଆ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ କନ୍‌ଫରେନ୍ସ, ସେମିନାର ଓ୍ବାର୍କସପ୍‌, ଟକ୍ ସୋ, ନିବେଶକ କାର୍ଯ୍ୟକ୍ରମ, ଅତି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗୀୟ ଯୋଜନା ଆର୍ଥିକ ଶିକ୍ଷା ତଥା ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଯୋଜନା ରହିଛି।

ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା ସହ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ସାମିଲ ହେବେ । ସୁବ୍ରତ ବାଗଚୀ ଅଧ୍ୟକ୍ଷ, ଓଡ଼ିଶା ଦକ୍ଷତା ବୃଦ୍ଧି ଏବଂ ମାଇଣ୍ଡ ଟ୍ରିର ପ୍ରତିଷ୍ଠାତା, କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ , ଲୋକସଭା ସଦସ୍ୟ ସୁଜିତ୍ କୁମାର, ଅଭିନେତ୍ରୀ ଲାରା ଦତ୍ତ, ଅଭିନେତା ଅର୍ଜୁନ ରାମପାଲ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଇମତିଆଜ ଅଲି, ପ୍ରେରଣାଦାୟୀ କଥାକାର ଗୌରାଙ୍ଗ ଦାସ ପ୍ରଭୁ, ଲ୍ୟୁକ୍ କୌଟିଂହୋ ଏବଂ ସମୀର ପୁରୋହିତଙ୍କ ପରି ଜୀବନଶୈଳୀ ପ୍ରଶିକ୍ଷକ ଏବଂ ସେଲିବ୍ରିଟି ଫଟୋଗ୍ରାଫର ବିକ୍ରମ ବାୱା ଆଦି ଯୋଗ ଦେବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ଆଇ.ଡ଼ବ୍ଲୁ.ଇ.ସି ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 28, 2022, 12:20 PM IST

ABOUT THE AUTHOR

...view details