ଭୁବନେଶ୍ବର: ରାଜଧାନୀରେ ବେଶ୍ ଧୁମଧାମରେ ଚାଲିଛି 14ତମ ତୋଷାଳି ମେଳା । ଏହି ମେଳାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନିଜର କଳାକୃତିରେ ନିର୍ଜୀବ ପଥରକୁ ଜୀବନ୍ତ କରୁଥିବା କିଛି ମହିଳା । ପୁରୁଷ କାରିଗର ସହ ତାଳରେ ତାଳ ଦେଇ ପାଦରେ ପାଦ ମିଶାଇ ଏହି ମହିଳାମାନେ କରୁଛନ୍ତି ପଥର ଖୋଦେଇ କାମ ।
ଏହି ମହିଳାମାନେ ପଥରରୁ ଅନେକ ଦେବାଦେଵୀ ସହ ଘର ସଜା ଜିନିଷପତ୍ର ସବୁ ଗଢି ତୋଳି ଦେଉଛନ୍ତି। ପଥର ଖୋଦେଇ କରି ନାନା ପ୍ରକାର ମୂର୍ତ୍ତି ତିଆରୀ କରୁଛନ୍ତି । ଯାହାକୁ କିଣିବା ପାଇଁ ଏହି ମେଳାରେ ଲୋକଙ୍କ ଭିଡ ଜମୁଛି ।