ଓଡିଶା

odisha

ETV Bharat / city

ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ଯକୁ ବିରୋଧ, ଯାତ୍ରା ପେଣ୍ଡାଲ ଆଗରେ ନାରୀନେତ୍ରୀଙ୍କ ଧମକ - ବିବାଦରେ ଖଣ୍ଡଗିରିର ଯାତ୍ରା

ପୁଣି ବିବାଦରେ ଖଣ୍ଡଗିରିର ଯାତ୍ରା ପେଣ୍ଡାଲ । ଯାତ୍ରା କଳାକାର ଲଭଲୀଙ୍କ ଅଶ୍ଲୀଳ ନୃତ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ । ଅଧିକ ପଢନ୍ତୁ...

Women social worker opposed Khandagiri jatra bold dance
ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ଯକୁ ବିରୋଧ

By

Published : Feb 8, 2020, 9:39 PM IST

ଭୁବନେଶ୍ବର: ପୁଣି ବିବାଦରେ ଖଣ୍ଡଗିରିର ଯାତ୍ରା ପେଣ୍ଡାଲ । ରାଣୀ ପଣ୍ଡାଙ୍କ ପରେ ଏବେ ଲଭଲୀଙ୍କ ଅଶ୍ଲୀଳ ନୃତ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ । ଶୁକ୍ରବାର ଏନେଇ କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ମାମଲା ଦାଏର ପରେ ଶନିବାର ରାଜରାସ୍ତାକୁ ଓହ୍ଲାଇଛି ନାରୀ ସଚେତନତା ମଞ୍ଚ ।

ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ଯକୁ ବିରୋଧ

ଯାତ୍ରା ପେଣ୍ଡାଲ ସମ୍ମୁଖରେ ନାରୀ ସୁରକ୍ଷା ମଞ୍ଚ ପକ୍ଷରୁ ହାଲ୍ଲାବୋଲ କରାଯାଇଥିବା ବେଳେ କୌଣସି ପରିସ୍ଥିତିରେ ଅଶ୍ଲୀଳତାକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ନାରା ଦିଆଯାଇଛି । ଏପରିକି ଯାତ୍ରା ପେଣ୍ଡାଲରେ ଏଭଳି ଅଶ୍ଲୀଳ ନୃତ୍ୟ ପରିବେଷଣ କରାଗଲେ ନାରୀ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବା ସହ ଆଇନକୁ ହାତକୁ ନେବାକୁ ଯାତ୍ରା ମାଲିକଙ୍କୁ ଧମକ ଦେଇଛନ୍ତି ।

ତେବେ ରାଣୀ ପଣ୍ଡାଙ୍କୁ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା କଡା ପ୍ରଦର୍ଶନ ପରେ ପୁଣି ଥରେ କଳିଙ୍ଗ ଗଣନାଟ୍ୟରେ ଲଭଲୀ କିଭଳି ବୋଲଡ ପରଫରମାନ୍ସ ଦେଲେ ଏବଂ ପ୍ରଶାସନ ଏହାକୁ ପ୍ରଶ୍ରୟ ଦେଇ କିପରି ଚୁପ୍‌ ବସିଛି ତାହା ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details