ଓଡିଶା

odisha

ETV Bharat / city

ରାଜଧାନୀରେ ଲଜ୍ଜା, ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ - ଭୁବନେଶ୍ବରରେ ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ ଖବର

ଲଜ୍ଜାଜନକ ଘଟଣା । ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ । ଏଭଳି ଏକ ଘଟଣା ଘଟିଛି ରାଜଧାନୀର କ୍ୟାପିଟାଲ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

ରାଜଧାନୀରେ ପୂଜାରେ ଲଜ୍ଜା,ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ
ରାଜଧାନୀରେ ପୂଜାରେ ଲଜ୍ଜା,ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ

By

Published : Oct 25, 2020, 10:02 PM IST

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୂଜାର ମାହୋଲରେ ଘଟିଛି ଲଜ୍ଜାଜନକ ଘଟଣା । ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀର କ୍ୟାପିଟାଲ ଥାନା ଅଞ୍ଚଳରେ ।

ରାଜଧାନୀରେ ପୂଜାରେ ଲଜ୍ଜା,ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ

ଭୁବନେଶ୍ବର ରେଳଷ୍ଟେସନ ନିକଟ ବସଷ୍ଟାଣ୍ଡ କଡରେ ଥିବା ଏକ ହୋଟେଲରେ କାମ କରୁଥିଲେ ଏକ ଦମ୍ପତି । ରାତିରେ ଶୋଇଥିବା ସମୟରେ ସ୍ବାମୀ ଜଣଙ୍କ ବାଥରୁମ ଯାଇଥିଲେ । ଏହି ସୁଯୋଗ ନେଇ ସମ୍ପୃକ୍ତ ହୋଟେଲର ମ୍ୟାନେଜର ସୁକାନ୍ତ ନାୟକ ମହିଳାକୁ ଦୁଷ୍କର୍ମ କରିଥିଲେ। ଏପରିକି ମହିଳାଙ୍କ ସ୍ବାମୀ ଆସି ଦେଖିବା ପରେ ବିରୋଧ ସତ୍ବେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ସ୍ବାମୀ ସାମ୍ନାରେ ଦୁଷ୍କର୍ମ କରିଥିଲା ।

ଏନେଇ ମହିଳା ଜଣଙ୍କ କ୍ୟାପିଟାଲ ଥାନାରେ ଜଣାଇବା ପରେ ସମ୍ପୃକ୍ତ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁକାନ୍ତ ନାୟକକୁ ଗିରଫ କରିଛି । ଆଇପିସିର ଧାରା ୩୭୬ରେ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details