ଓଡିଶା

odisha

ETV Bharat / city

Har ghar Tiranga Campaign, ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲା ମିଶନ ଶକ୍ତି

ହର ଘର ତ୍ରିରଙ୍ଗା ଅଭିଯାନରେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରିଥିବା ଜାତୀୟ ପତାକାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

women prepared lakhs of tricolour flag under mission shakti in odisha
ହର ଘର ତ୍ରିରଙ୍ଗା ଅଭିଯାନ, ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କଲା ମିଶନ ଶକ୍ତି

By

Published : Aug 14, 2022, 7:09 AM IST

ଭୁବନେଶ୍ବର:ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି । ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ସିଲାଇ କାର୍ଯ୍ୟରେ ସଂପୃକ୍ତ ମିଶନ ଶକ୍ତି ସ୍ବୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି ।

ହର ଘର ତ୍ରିରଙ୍ଗା ଅଭିଯାନ, ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କଲା ମିଶନ ଶକ୍ତି

୭୫ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଅନୁଷ୍ଠାନ, ସଂସ୍ଥା ଆଦିରେ ଜାତୀୟ ପତାକା ଉଡ଼ିବ । ମିଶନ ଶକ୍ତି ସଦସ୍ୟାମାନଙ୍କ ଦ୍ବାରା ପ୍ରସ୍ତୁତ ଜାତୀୟ ପତାକା ସମ୍ପୂର୍ଣ୍ଣ ସ୍ବତନ୍ତ୍ର । କାରଣ ଏଥିରେ ସେମାନଙ୍କ ନିଷ୍ଠା, ଆନ୍ତରିକତା ଏବଂ ପର୍ଯ୍ୟାପ୍ତ ଶ୍ରଦ୍ଧା ଭରିରହିଛି ବୋଲି ସଦସ୍ୟାମାନେ କହିଛନ୍ତି । ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବାକୁ ଦେଇଥିଲେ । ପତାକା ତିଆରିରେ ନିୟୋଜିତ ହୋଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପୂର୍ବରୁ ମିଶନ ଶକ୍ତି ବିଭାଗ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏବେ ବୃହତ ଟେଲରିଂ ୟୁନିଟ ସହ ନିଜସ୍ବ ୟୁନିଟ ପରିଚାଳନାରେ ମଧ୍ୟ ସେମାନଙ୍କର ଯଥେଷ୍ଟ ଦକ୍ଷତା ରହିଛି ।

ହର ଘର ତ୍ରିରଙ୍ଗା ଅଭିଯାନ, ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କଲା ମିଶନ ଶକ୍ତି

ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ବୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଉର୍ଦ୍ଧ୍ବ ମହିଳା ଏହି ପତାକା ସିଲାଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଦୈନିକ ହାରାହାରି ୩.୫ରୁ ୪ ଲକ୍ଷ ପର୍ଯ୍ୟନ୍ତ ସିଲାଇ କରି ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲା । ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହି ତ୍ରିରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ବାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଗ୍ରାମ ଏବଂ ସହରମାନଙ୍କରେ ୬ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ସଂଗଠିତ ହୋଇପାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details