ଭୁବନେଶ୍ବର: ବିଗିଡିଗଲାଣି ଆଇନ ସୁରକ୍ଷା । ପୋଲିସ ଉପରେ ନାହିଁ ଭରଷା । ସର୍ବସାଧାରଣରେ ପୋଲିସ ଉପସ୍ଥିତିରେ ମହିଳା ରଚିଲେ ତାଣ୍ଡବ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ନୟାପଲ୍ଲୀ ଆଇଆରସି ଭିଲେଜରେ ।
ଆଇଆରସି ଭିଲେଜର ଏନ୍5 ରେ ଥିବା ତିନୋଟି ମେଡିସିନ ଷ୍ଟୋରରେ ଆତଙ୍କ ଖେଳାଇଛନ୍ତି 30ରୁ ଉର୍ଦ୍ଧ୍ବ ମହିଳା । ଉକ୍ତ ମେଡିସିନ ଷ୍ଟୋରଗୁଡିକ ହେଲେ, ମା' ଶାରଳା, ଡ୍ରଗ ହାଉସ, ମା' ତାରିଣୀ ମେଡିସିନି ଷ୍ଟୋର । ତିନୋଟି ମେଡିସିନି ଷ୍ଟୋରରେ ଏକା କାଳୀନ ପଶିଥିଲେ 30ରୁ ଉର୍ଦ୍ଧ ମହିଳା ଓବଂ ତାଙ୍କ ସହ ଆସିଥିବା 100 ଯୁବକ । ମହିଳା ଉକ୍ତ ମେଡିସିନ ଷ୍ଟୋରରେ ପଶି ମେଡିସିନ୍ ନଷ୍ଟ କରିବା ସହ ଏହାକୁ ବାହାରେ ଫିଙ୍ଗି ଦେଇଥିଲେ । ଏପରିକି ଦୋକାନୀଙ୍କୁ ମାଡ ମାରିବା ସହ ତାଙ୍କଠାରୁ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ।