ଭୁବନେଶ୍ବର :ଡୁମଡୁମା ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ । ଧାରଣା ବସିଥିବା ବସ୍ତି ବାସିନ୍ଦାଙ୍କୁ ଭେଟିଲେ ମହିଳା କଂଗ୍ରେସ । ବସ୍ତିବାସିନ୍ଦାଙ୍କୁ ଭେଟିବା ସହ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳୀ ମହାନ୍ତି, ସ୍ଥାନୀୟ ବ୍ଲକ ସଭାପତି ସେକ ଆଫତାବ ଅଲ୍ଲୀଙ୍କ ସମେତ ବହୁ ନେତୃବୃନ୍ଦ ଧାରଣାରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବେଆଇନ ଉଚ୍ଛେଦକୁ ବିରୋଧ କରି ୧୩ ଦିନ ହେବ ବସ୍ତି ମଧ୍ୟରେ ବାସିନ୍ଦାମାନେ ବସିଛନ୍ତି ।
ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ: ଧାରଣାରେ ବସିଲା ମହିଳା କଂଗ୍ରେସ - ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ
ଡୁମଡୁମା ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ । ଧାରଣା ବସିଥିବା ବସ୍ତି ବାସିନ୍ଦାଙ୍କୁ ଭେଟିଲେ ମହିଳା କଂଗ୍ରେସ । ଅଧିକ ପଢନ୍ତୁ
କଂଗ୍ରେସ ନେତା ସେମାନଙ୍କୁ ଭେଟି ସେମାନଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଥଇଥାନ ନ ହେବା ପର୍ଯ୍ୟନ୍ତ ଉଚ୍ଛେଦ ବେଆଇନ ବୋଲି କହିଛି କଂଗ୍ରେସ। ତେବେ ଭୁବନେଶ୍ବରରେ ହୋଇବି ଏହି ବସ୍ତି ବାସିନ୍ଦାଙ୍କ ଦୁଃଖ ମୁଖ୍ୟମନ୍ତ୍ରୀ କାହିଁକି ଶୁଣୁ ନାହାଁନ୍ତି । ସେ ନେଇ କଂଗ୍ରେସ ପ୍ରଶ୍ନ କରିଛି । ଯେ ପର୍ଯ୍ୟନ୍ତ ତାଙ୍କୁ ଥଇଥାନ କରାନାହିଁ । ସେ ପର୍ଯ୍ୟନ୍ତ କଂଗ୍ରେସ ସେମାନଙ୍କୁ ସମର୍ଥନ କରିବ ବୋଲି କହିଛନ୍ତି ମହିଳା ସଭାପତି । ତେବେ ବସ୍ତିର ପ୍ରାୟ 18ଟି ଘର ଭାଙ୍ଗିବାକୁ ନୋଟିସ ଦେଇଥିଲା ବିଡିଏ। ଏହାକୁ ବିରୋଧ କରି ଧାରଣାରେ ବସିଛନ୍ତି ବସ୍ତି ବାସିନ୍ଦା। 2017 ରୁ ଏହି ବସ୍ତିକୁ ଉଚ୍ଛେଦ କରିବାକୁ ଚେଷ୍ଟା କରୁଛି ବିଏମସି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ