ଓଡିଶା

odisha

ETV Bharat / city

କାର୍ଯ୍ଯକାରିଣୀ ବୈଠକ: ମହିଳା କଂଗ୍ରେସକୁ ସୁଦୃଢ କରିବାକୁ ମନ୍ତ୍ର ଫୁଙ୍କିଲେ ମହିଳା ସଭାନେତ୍ରୀ - Self help group

ମହିଳା ସଭାନେତ୍ରୀଙ୍କ ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ନୂଆ ରଣନୀତି ଆପଣାଇ କିଭଳି ମହିଳା କଂଗ୍ରେସକୁ ମଜଭୁତ କରିବା ସହ ବିଜେଡି ଓ ବିଜେପିକୁ କଡା ଟକ୍କର ଦେବାକୁ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ସଭାନେତ୍ରୀଙ୍କ ଲକ୍ଷ୍ୟ । ଅଧିକ ପଢନ୍ତୁ...

ମହିଳା କଂଗ୍ରେସକୁ ସୁଦୃଢ କରିବାକୁ ମହିଳା ସଭାନେତ୍ରୀଙ୍କ ଦାବି
ମହିଳା କଂଗ୍ରେସକୁ ସୁଦୃଢ କରିବାକୁ ମହିଳା ସଭାନେତ୍ରୀଙ୍କ ଦାବି

By

Published : Jul 17, 2021, 8:06 AM IST

ଭୁବନେଶ୍ବର: ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ, ଆଉ ଏଥିପାଇଁ ସଜବାଜ ଆରମ୍ଭ ହୋଇଯାଇଛି । ନିର୍ବାଚନ କମିଶନ ପ୍ରତି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଭୋଟ ବାକ୍ସର ତାଲିକା ଚଳିତ ମାସ ୨୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି । ସେପଟେ ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ସୁଦୃଢ କରିବା ପାଇଁ ବିଜେଡି ପକ୍ଷରୁ ମିଶନ ଶକ୍ତି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ନିଜର ବଳ ଗୋଟାଉଛି ।

ମହିଳା କଂଗ୍ରେସକୁ ସୁଦୃଢ କରିବାକୁ ମହିଳା ସଭାନେତ୍ରୀଙ୍କ ଦାବି

ମହିଳାଙ୍କୁ ନେଇ ଏକ ଲମ୍ବା ଖସଡ଼ା ପ୍ରସ୍ତୁତ କରିଛି ବିଜେଡି । ବିଜେପି ମଧ୍ୟ ପଛରେ ପଡିନି, ଯୁବଶକ୍ତିକୁ ମଜବୁତ କରିବା ପାଇଁ ଯୁବ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ମଧ୍ୟ ଓଡିଶାକୁ ଦେଇଛି । ମହିଳାଙ୍କ ଭୋଟ ବ୍ୟାଙ୍କ ହାତେଇବା ପାଇଁ ସାଙ୍ଗଠନିକ ସ୍ତରରେ ମଜବୁତ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ସେହି ସମୟରେ ମହିଳା କଂଗ୍ରେସ କେଉଁଠି ନା କେଉଁଠି ରେସରେ ନଥିଲା ଭଳି ମନେହେଉଛି ।


ମହିଳାଙ୍କୁ ଗୁରୁତ୍ୱ ଦେବାରେ କଂଗ୍ରେସ ପଛରେ ପଡି ଗଲା ଭଳି ଲାଗୁଛି । ଏହାର ନଜିର ହେଉଛି ପୂର୍ବତନ ମହିଳା ସଭାନେତ୍ରୀ କଂଗ୍ରେସ ଛାଡି ବିଜେଡି ଦଳକୁ ଭରସା କରିଛନ୍ତି । ସଙ୍ଗଠନ ଏକରକମ ସ୍ଥାଣୁ ପାଲଟିଯାଇଛି । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ମହିଳା ସଙ୍ଗଠନକୁ ଏବେ ମିଳିଛି ନୂଆ ନେତୃତ୍ୱ । ବନ୍ଦିତା ପରିଡାଙ୍କୁ ମହିଳା ସଭାନେତ୍ରୀ ଦାଇତ୍ୱ ମିଳିବା ପରେ ଶୁକ୍ରବାର ପ୍ରଥମ ଥର ପାଇଁ କାର୍ଯ୍ୟକାରିଣୀ ବୈଠକ ବସିଛି ।

ସେପଟେ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ନୂତନ କରି ଦାୟିତ୍ୱ ନେଇ ଥିବା କଂଗ୍ରେସ ସଭାନେତ୍ରୀ କଣ ରଣନୀତି ଆପଣାଉଛନ୍ତି, ବିଜେଡି ଓ ବିଜେପିକୁ କଡା ଟକ୍କର ଦେବାକୁ କେତେ ସକ୍ଷମ ହେଉଛି ମହିଳା କଂଗ୍ରେସ ତାହା ସମୟ କହିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details