ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ପୋଷ୍ଟର ପୋଡିଲା ମହିଳା କଂଗ୍ରେସ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌

ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ପାଇଁ ଦାୟୀ କହି ମୁଖ୍ୟମନ୍ତ୍ରୀ ଏବଂ ମହିଳା-ଶିଶୁ ବିକାଶ ମନ୍ତ୍ରୀଙ୍କ ପୋଷ୍ଟର ପୋଡିଛି ମହିଳା କଂଗ୍ରେସ । ଅଧିକ ପଢନ୍ତୁ...

women congress burnt effigies, bhubaneswar latest news, congress protest for women safety in bhubaneswar, ମୁଖ୍ୟମନ୍ତ୍ରୀ ଓ ମହିଳା-ଶିଶୁ ବିକାଶ ମନ୍ତ୍ରୀଙ୍କୁ କୁଶପୁତ୍ତଳିକା ଦାହ , ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ମହିଳା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ମୁଖ୍ୟମନ୍ତ୍ରୀ ଓ ମହିଳା-ଶିଶୁ ବିକାଶ ମନ୍ତ୍ରୀଙ୍କୁ କୁଶପୁତ୍ତଳିକା ଦାହ

By

Published : Dec 5, 2019, 8:06 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ପାଇଁ ଦାୟୀ କହି ମୁଖ୍ୟମନ୍ତ୍ରୀ ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ପୋଷ୍ଟର ପୋଡିଛି ମହିଳା କଂଗ୍ରେସ । ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଏବଂ କ୍ରମାଗତ ଭାବେ ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଏବଂ ଦୁଷ୍କର୍ମକୁ ବିରୋଧ କରି ରାଜଧାନୀରେ ମହିଳା କଂଗ୍ରେସର ବିକ୍ଷୋଭ ଏବଂ ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏବଂ ମହିଳା-ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ପୋଷ୍ଟର ପୋଡିଛି ମହିଳା କଂଗ୍ରେସ।

ମୁଖ୍ୟମନ୍ତ୍ରୀ ଓ ମହିଳା-ଶିଶୁ ବିକାଶ ମନ୍ତ୍ରୀଙ୍କୁ କୁଶପୁତ୍ତଳିକା ଦାହ

ଗୁରୁବାର ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଭୁବନେଶ୍ବର ମହିଳା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ମହିଳା-ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ପୋଷ୍ଟର ପୋଡାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ଦୈନିକ 8 ଜଣ ମହିଳା ଅତ୍ୟାଚାର ଜନିତ ଘଟଣା ଘଟି ଚାଲିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ମହିଳା ଦୁଷ୍କର୍ମ ଭଳି ସଙ୍ଗୀନ ଘଟଣା ବଢି ଚାଲିଛି। ପୁରୀ ଗଣଦୁଷ୍କର୍ମ ହେଉ ବା ଯାଜପୁର ସ୍ମିତାରଣୀ ହତ୍ୟାକାଣ୍ଡ ମାମଲା, ରାଜ୍ୟ ସରକାର ଏନେଇ କୌଣସି କଡା ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ।

ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଏହାର ପ୍ରତିକାର ସ୍ବରୂପ କୌଣସି ପ୍ରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଲଗାତାର ଭାବେ ମହିଳାଙ୍କ ସ୍ବାଭିମାନ ଏବଂ ସମ୍ମାନ ଫେରାଇ ଆଣିବା ପାଇଁ କଂଗ୍ରେସ ଏଭଳି କାର୍ଯ୍ୟକ୍ରମ ଆପଣାଇଛି ବୋଲି ରଶ୍ମି ମହାପାତ୍ର କହିଛନ୍ତି। ନାରୀ ନିର୍ଯ୍ୟାତନାକୁ ଯେପର୍ଯ୍ୟନ୍ତ ରୋକା ନଯାଇଛି କଂଗ୍ରେସ ଏହି ଆନ୍ଦୋଳନ ଜାରି ରଖିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details