ଓଡିଶା

odisha

By

Published : Jul 3, 2022, 11:03 PM IST

ETV Bharat / city

ମୃତ ରୁଚିକା ମାଆଙ୍କୁ କୋଳାଇବା ସହ ଆଶ୍ବାସନା ଦେଲେ ମହିଳା କମିଶନ

ମୃତ ରୁଚିକାର ହଷ୍ଟେଲରୁ ତଦନ୍ତ ସାରି ଫେରୁଥିବା ସମୟରେ ରୁଚିକାର ମା’ଙ୍କୁ କୋଳେଇ ପକାଇଥିଲେ ମହିଳା କମିଶନ ଅଧ୍ୟକ୍ଷା । ଆଶ୍ୱାସନା ଦେବା ସହ କୋଳେଇ ନେଇ ସହ ଲୁହ ପୋଛି ଦେଇଥିଲେ । କହିଲେ ଭରସା ରଖନ୍ତୁ, ସଠିକ ଭାବରେ ତଦନ୍ତ ହେବ । ଦୋଷୀ ନିଶ୍ଚିନ୍ତ ରୂପେ ଦଣ୍ଡ ପାଇବ । ଅଧିକ ପଢନ୍ତୁ

ମୃତ ରୁଚିକା ମାମୃତ ରୁଚିକା ମାଆଙ୍କୁ କୋଳାଇବା ସହ ଆଶ୍ବାସନା ଦେଲେ ମହିଳା କମିଶନ
ମୃତ ରୁଚିକା ମାଆଙ୍କୁ କୋଳାଇବା ସହ ଆଶ୍ବାସନା ଦେଲେ ମହିଳା କମିଶନ

ଭୁବନେଶ୍ବର: ମୃତ ରୁଚିକାର ହଷ୍ଟେଲରୁ ତଦନ୍ତ ସାରି ଫେରୁଥିବା ସମୟରେ ରୁଚିକାର ମା’ଙ୍କୁ କୋଳେଇ ପକାଇଥିଲେ ମହିଳା କମିଶନ । ଲୁହ ଭିଜା ଆଖିରେ ନ୍ୟାୟକୁ ଅପେକ୍ଷା କରିଥିବା ମାଆଙ୍କୁ ଆଶ୍ୱାସନା ଦେବା ସହ ସଠିକ ତଦନ୍ତ କରାଯାଉଛି ଏବଂ ନ୍ୟାୟ ସୁନିଶ୍ଚିତ ବୋଲି କହିଲେ କମିଶନ ଅଧ୍ୟକ୍ଷା ।

ମୃତ ରୁଚିକା ମାଆଙ୍କୁ କୋଳାଇବା ସହ ଆଶ୍ବାସନା ଦେଲେ ମହିଳା କମିଶନ

ସେ କହିଛନ୍ତି, ‘‘ଆପଣଙ୍କ ଏହି ଅମୂଲ୍ୟ ରତ୍ନ ଆଉ ଫେରିବନି । ହେଲେ ଆପଣ ଭରସା ରଖନ୍ତୁ, ସଠିକ ଭାବରେ ତଦନ୍ତ କରାଯିବ ଏବଂ ଦୋଷୀ ନିଶ୍ଚିନ୍ତ ରୂପେ ଦଣ୍ଡ ପାଇବ । ଝିଅକୁ ହରାଇଥିବା ବାପା ମାଆଙ୍କ ଦୁଃଖ ଆଉ କେହି ଜାଣିପାରିବେ ନାହିଁ । ସେପଟେ ମୋତେ ନ୍ୟାୟ ଦରକାର । ନହେଲେ ଏଇଠି ଧାରଣାରେ ବସିବି ବୋଲି କହିଥିଲେ ରୁଚିକାର ମା’ । ଘଟଣାର ସଠିକ ତଦନ୍ତ କରାଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ମୃତ ରୁଚିକାଙ୍କ ମା’ଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଏହା ଥିଲା ଆଜି(ରବିବାର) ସନ୍ଧ୍ୟାରେ ବିଜେବି କଲେଜ ମୁଖ୍ୟ ଫାଟକ ନିକଟର ଦୃଶ୍ୟ । ଯେଉଁଠି ମହିଳା କମିଶନ ମୃତ ଝିଅ ରୁଚିକାର ହଷ୍ଟେଲକୁ ଯାଇ ତଦନ୍ତ ସାରି ଫେରୁଥିବା ସମୟରେ ମୃତ ରୁଚିକାର ବାପା ମା’ ସମେତ କିଛି ସଙ୍ଗଠନ ମହିଳା କମିଶନଙ୍କ ଗାଡିକୁ ଅଟକାଇଥିଲେ । ମହିଳା କମିଶନ ଗାଡିରୁ ଓହ୍ଲାଇ ମୃତ ରୁଚିକାର ମା’ଙ୍କୁ କୋଳେଇ ନେବା ସହ ଲୁହ ପୋଛି ଆଶ୍ୱାସନା ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details