ଭୁବନେଶ୍ବର: କଥା ଦେଇଥିଲେ କଥା ରଖିଲେ । ପୂର୍ବରୁ ଘୋଷଣା କରିଥିବା ପ୍ରତିଶ୍ରୁତି ପାଳନ କଲେ । ଆମେ କହୁଛୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା । ଆଗାମୀ ନିର୍ବାଚନରେ ଲୋକସଭା ଆସନର ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କ ପାଇଁ ଘୋଷଣା କରିଥିଲେ ନବୀନ । ଆଉ ଏବେ ପ୍ରାର୍ଥୀ ଘୋଷଣା କରି ଏହି କଥା ପୂରଣ କରିଛନ୍ତି ।
ଦେଶର ପ୍ରଥମ ରାଜ୍ୟ ଭାବେ ଏପରି ନିଷ୍ପତ୍ତି ନେଇଥିଲା ଓଡିଶା । ଏହାପରେ ଓଡିଶାକୁ ପଶ୍ଚିମବଙ୍ଗ ଅନୁସରଣ କରିଥିଲା । ପ୍ରାର୍ଥୀ ଘୋଷଣା ବେଳେ ନବୀନ 7ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ପ୍ରାର୍ଥୀ ବିଜେଡି ଘୋଷଣା କରିଥିବାବେଳେ ଏଥିରେ ୩ ଜଣ ମହିଳା ପ୍ରାର୍ଥୀ ଥିଲେ । ଏଥିରେ ଥିଲେ ଆସ୍କା ଲୋକସଭା ଆସନ ପାଇଁ ପ୍ରମିଳା ବିଶୋୟୀ, କୋରାପୁଟ ଆସନ ପାଇଁ କୌଶଲ୍ୟା ହିକ୍କା ଏବଂ ସୁନ୍ଦରଗଡ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ।