ଓଡିଶା

odisha

ETV Bharat / city

ମୁଣ୍ଡରେ ହେଲମେଟ ହାତରେ ଗାଡି, ରାଜଧାନୀରେ ମହିଳା ବାଇକ ରାଲି - ଭୁବନେଶ୍ବରରେ ମହିଳାଙ୍କ ବାଇକ ରାଲି

ରାଜଧୀନୀ ଭୁବନେଶ୍ବରରେ ଓଡିଶା ମହିଳା ଦୁଃସାହସିକ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବାଇକ ରାଲି । ହେଲେମେଟ ପିନ୍ଧିବା ନେଇ ସଚେତନତାର ବାର୍ତ୍ତା ପହଞ୍ଚାଇଲେ ମହିଳା ବାଇକ ଆରୋହୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 22, 2019, 4:28 PM IST

ଭୁବନେଶ୍ବର: ମହିଳା ବାଇକ ରାଲି ଜରିଆରେ ଟ୍ରାଫିକ ସଚେତନତା । ରାଜଧାନୀରେ ସଚେତନତା ପାଇଁ ବାଇକରେ ବୁଲିଲେ ଯୁବତୀ ଓ ମହିଳା । ନିଜେ ହେଲେମେଟ ପିନ୍ଧି ହାତରେ ଗାଡି ଧରି ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଟ୍ରାଫିକ ନିୟମ ମାନିବା ସହ ଜୀବନ ସୁରକ୍ଷିତ ରଖିବାକୁ ଅନୁରୋଧ କକିଛନ୍ତି ଏହି ବାଇକ ଆରୋହୀ ମହିଳା। ଘରେ ଘରେ ମହିଳା ରହିଥିବା ବେଳେ ଏଭଳି ସଚେତନତା ଦ୍ବାରା ପ୍ରତ୍ୟେକ ମହିଳାଙ୍କ ପାଖରେ ପହଞ୍ଚି ନିଜର ପରିବାରକୁ ସୁରକ୍ଷା ଦେବା ଏହି ରାଲିର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଯୋଗଦେଇଥିବା ମହିଳା ।


ଓଡିଶା ମହିଳା ଦୁଃସାହସିକ ଅନୁଷ୍ଠାନ ପକ୍ଷରୁ ହୋଇଛି ଏଭଳି ସଚେତନତା । ଏହି ରାଲିରେ ଭୁବନେଶ୍ବର ବିଧାୟକ ଓ ଟ୍ରାଫିକ ଡିସିପି ଯୋଗଦେଇ ବାଣ୍ଟିଛନ୍ତି ସଚେତନତାର ବାର୍ତ୍ତା ।


ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details