ଓଡିଶା

odisha

ETV Bharat / city

ଅସଲି ପୋଲିସ ହାତରେ ନକଲି ଲେଡି ଆଇପିଏସ ଅଫିସର - ଲେଡି ଆଇପିଏସ ଅଫିସର

ଧରାପଡିଲେ ନକଲି ଲେଡି ଆଇପିଏସ ଅଫିସର । ଲକଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ତଳିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଉଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ଅସଲି ପୋଲିସ ହାତରେ ନକଲି ଲେଡି ଆଇପିଏସ ଅଫିସର
ଅସଲି ପୋଲିସ ହାତରେ ନକଲି ଲେଡି ଆଇପିଏସ ଅଫିସର

By

Published : Apr 24, 2020, 1:23 PM IST

Updated : Apr 24, 2020, 2:08 PM IST

ଭୁବନେଶ୍ବର: ଅସଲି ପୋଲିସ ହାତରେ ନକଲି ପୋଲିସ । ନିଜକୁ ଆଇପିଏସ ଅଫିସର କହି ପୋଲିସ କାର୍ଯ୍ୟାଳୟକୁ ଫୋନ କରି ମାଗୁଥିଲେ ସୁଇପର । 4ଦିନ ମଧ୍ୟରେ ହୋମଗାର୍ଡ କିମ୍ବା କନେଷ୍ଟବଳ ପଠାଇବାକୁ ସେ ଫୋନ୍ ଯୋଗେ ଚାପ ପକାଉଥିଲେ । ଏପରି ଢଙ୍ଗରେ ଫୋନ କରୁଥିବା ଜଣେ 30 ବର୍ଷୀୟ ମହିଳାଙ୍କୁ ଗିରଫ କରିଛି ପୋଲିସ ।

ଅସଲି ପୋଲିସ ହାତରେ ନକଲି ଲେଡି ଆଇପିଏସ ଅଫିସର

ମହିଳା ଜଣକ ହେଲେ ଭୁବନେଶ୍ବର ସ୍ଥିତ ଫରେଷ୍ଟ ପାର୍କର ଶ୍ରର୍ମିଷ୍ଠା ବେହେରା । ଗିରଫ ପରେ ପୋଲିସ 41 ସିଆରପିସି ଧାରାରେ ନୋଟିସ୍‌ ଦେଇ ଛାଡି ଦେଇଛି କ୍ୟାପିଟାଲ ପୋଲିସ । କାରଣ ଉକ୍ତ ମହିଳାଙ୍କ ସ୍ବାମୀ ଓ ଭାଇ ପୋଲିସ ବିଭାଗରେ କାମ କରନ୍ତି । ତେଣୁ ସେ ନିଜକୁ ଏଭଳି ଢଙ୍ଗରେ କହି କନଷ୍ଟେବଳ ଆସିବା ବୋଲି ଭାବୁଥିଲେ । ତେବେ ଫୋନର କଲକୁ ଭେରି ଫାଏ ପରେ ଜଣାପଡିଥିଲା ପ୍ରକୃତ ସତ୍ୟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 24, 2020, 2:08 PM IST

ABOUT THE AUTHOR

...view details