ଓଡିଶା

odisha

ETV Bharat / city

କାଗଜ ବ୍ୟାଗରେ କୋରୋନା ସଚେତନତା କରି ଚର୍ଚ୍ଚାରେ ଯୁବ ଚିତ୍ରଶିଳ୍ପୀ - ଭୁବନେଶ୍ବର

ଲୋକଙ୍କ ମଧ୍ୟରେ ଏହି ଇଚ୍ଛାଶକ୍ତିକୁ ବଢାଇବା ପାଇଁ ନିଆରା ପ୍ରୟାସ କରିଛନ୍ତି ଚିତ୍ରଶିଳ୍ପୀ । ‘ଆର୍ଟ ଅଫ୍ ଗିଭିଂ’ରୁ ପ୍ରେରଣା ପାଇ । ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାର ନୂଆ ଉଦ୍ୟମ କରିଛନ୍ତି ଚିତ୍ରଶିଳ୍ପୀ ରାଜକିଶୋର ମହାରଣା । ଅଧିକ ପଢନ୍ତୁ...

କାଗଜ ବ୍ୟାଗରେ କୋରୋନା ସଚେତନତା
କାଗଜ ବ୍ୟାଗରେ କୋରୋନା ସଚେତନତା

By

Published : May 22, 2021, 4:04 PM IST

Updated : May 24, 2021, 4:21 PM IST

ଭୁବନେଶ୍ବର: କୋରୋନା ଦ୍ବିତୀୟ ଲହର ବର୍ତ୍ତମାନ ରାଜ୍ୟବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ପ୍ରଥମ ଲହର ପରେ ଲୋକେ ଆଉ ଏଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିବନି ବୋଲି ଆଶା ରଖିଥିଲେ ମାତ୍ର ସମସ୍ତ ଆଶାକୁ ଧୂଳିସାତ୍ କରି ଦେଇଛି କୋରୋନାର ନୂତନ ରୂପ । କୋରୋନା ନିୟମକୁ ମାନିବାକୁ ଲୋକଙ୍କ ମନରେ ଇଚ୍ଛା ନାହିଁ ମାତ୍ର ସଂକ୍ରମଣ ହ୍ରାସ କରିବାକୁ ହେଲେ ନିୟମ ମାନିବା ଆବଶ୍ୟକ । ଖାସ୍ କରି ଲୋକଙ୍କ ମଧ୍ୟରେ ଏହି ଇଚ୍ଛାଶକ୍ତିକୁ ବଢାଇବା ପାଇଁ ନିଆରା ପ୍ରୟାସ କରିଛନ୍ତି ଚିତ୍ରଶିଳ୍ପୀ ରାଜକିଶୋର ମହାରଣା । ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାର ନୂଆ ଉଦ୍ୟମ କରିଛନ୍ତି ଚିତ୍ରଶିଳ୍ପୀ ରାଜକିଶୋର ମହାରଣା ।

କାଗଜ ବ୍ୟାଗରେ କୋରୋନା ସଚେତନତା କରି ଚର୍ଚ୍ଚାରେ ଯୁବ ଚିତ୍ରଶିଳ୍ପୀ
କେବଳ କୋରୋନା ସଚେତନତା ନୁହେଁ ବରଂ ପରିବେଶ ସୁରକ୍ଷାକୁ ନେଇ ମଧ୍ୟ ବାର୍ତ୍ତା ଦେଉଛନ୍ତି ସେ । ବିଭିନ୍ନ ମନ୍ଦିର କାନ୍ଥରେ ସାମାଜିକ ଦୂରତାର ବାର୍ତ୍ତା ଦେବା ସହ ଖାଲି ଥିବା କାଗଜ ବ୍ୟାଗର ସଠିକ ଉପଯୋଗ କରିପାରିଛନ୍ତି ରାଜ କିଶୋର । ଚିତ୍ରକଳା ମାଧ୍ୟମରେ ଟୀକାକରଣକୁ ଗୁରୁତ୍ବ, ମାସ୍କ ପରିଧାନର ଉପକାରିତା ଆଦି ନେଇ ସଚେତନ କରାଯାଉଛନ୍ତି । କୋରୋନା ସମୟରେ ଚିତ୍ର ପଦର୍ଶନୀର ସମସ୍ତ ବାଟ ବନ୍ଦ ହୋଇ ପଡିଥିବା ବେଳେ ରାଜ କିଶୋରଙ୍କ ଏଭଳି ଅଭିନବ ଉପାୟ ଚିତ୍ରକଳାକୁ ଜୀବନ୍ତ ରଖିଛି ।

ଗତ ବର୍ଷ ଶ୍ରାବଣ ମାସରେ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ କାନଭାସରେ ଏକ ଚିତ୍ର ଅଙ୍କନ କରିଥିଲେ ରାଜ କିଶୋର। ଯେଉଁଥିରେ ଭକ୍ତ, ଭଗବାନ ଓ ସାଧୁ ସନ୍ନ୍ୟାସୀଙ୍କୁ ଚିତ୍ରଣ କରିଥିଲେ। କରୋନା ଶୃଙ୍ଖଳରେ ସମସ୍ତେ ବନ୍ଧା ପଡ଼ିଥିବା ସେ ଦର୍ଶାଇବାକୁ ଚେଷ୍ଟା କରିଥିଲେ। ଆଉ କରୋନା କାଳରେ ଚିତ୍ରଶିଳ୍ପୀଙ୍କ ଏହି ଉଦ୍ୟମ ବେଶ ପ୍ରଶଂସିତ ହୋଇଥିଲା ।


କୋରୋନା ସମୟରେ ଲୋକଙ୍କୁ ସଚେତନ ଓ ସଜାଗ କରିବାରେ ଚିତ୍ରକର ରାଜକିଶୋର ମହାରଣାଙ୍କ ନିଆରା ପ୍ରୟାସ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 24, 2021, 4:21 PM IST

ABOUT THE AUTHOR

...view details