ଓଡିଶା

odisha

ETV Bharat / city

ସିଏମଙ୍କ ସଭାରେ ମହିଳାଙ୍କ ଉତ୍ପାତ, ଉଠାଇନେଲା ପୋଲିସ - woman fight in cm programmer's

ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଉତ୍ପାତ। ଅଭିଯୋଗ ଜଣାଇବାକୁ ସୁରକ୍ଷାକର୍ମୀ ଅଟକାଇବାରୁ ସଭାରେ ହଇଚଇ ସୃଷ୍ଟି କଲେ ମହିଳା । ଅଧିକ ଖବର ପଢନ୍ତୁ...

ସିଏମଙ୍କ ସଭାରେ ମହିଳାଙ୍କ ଉତ୍ପାତ, ଉଠେଇନେଲା ପୋଲିସ

By

Published : Oct 29, 2019, 7:24 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଉତ୍ପାତ। ମୁଖିଆଙ୍କ ସହ ଦେଖାକରିବାକୁ ଅଡି ବସିବା ସହ ଉପସ୍ଥିତ ସୁରକ୍ଷାକର୍ମୀଙ୍କୁ କାମୁଡି କ୍ଷତାକ୍ତ କରିଛନ୍ତି। ସଭାର ପ୍ରଥମ ଧାଡିରେ ବସି ଜଣେ ମହିଳା ଏପରି କିଛି ଉନ୍ମତକାଣ୍ଡ କରିଥିଲେ, ଯାହା ହଇଚଇ ସୃଷ୍ଟି କରିଛି। ଏହି ମହିଳା ଜଣକ କଳାପତକା ଧରି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ନିଜର ବ୍ୟକ୍ତିଗତ ସମସ୍ୟା ଜଣାଇବା ପାଇଁ ଆସିଥିବା ଜଣାଯାଇଛି।

ସିଏମଙ୍କ ସଭାରେ ମହିଳାଙ୍କ ଉତ୍ପାତ, ଉଠେଇନେଲା ପୋଲିସ


ଆଜି ମହାବାତ୍ୟାକୁ ପୁରିଲା 20 ବର୍ଷ, ଏହି ଅବସରରେ ରାଜ୍ୟ ସ୍ତରୀୟ ଓଡିଶା ବିପର୍ଯ୍ୟାୟ ପ୍ରସ୍ତୁତି ଦିବସ ପାଳନ କରାଯାଉଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସଭାରେ ଏକ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ନିଜର ବ୍ୟକ୍ତିଗତ ସମସ୍ୟାକୁ ଜଣାଇଥାନ୍ତେ। କିନ୍ତୁ ମଞ୍ଚ ଉପରକୁ ମହିଳା ଜଣଙ୍କ ଉଠିବା ପୂର୍ବରୁ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ମହିଳା ଜଣକ ବାରମ୍ବାର କହୁଥିବା ବେଳେ ସୁରକ୍ଷାକର୍ମୀ ଛାଡିନଥିଲେ। ଯାହା ଫଳରେ କି ସୁରକ୍ଷାକର୍ମୀଙ୍କୁ ଉକ୍ତ ମହିଳା କାମୁଡିଥିବା ନେଇ ସୂଚନା ମିଳିଛି। ଏହାପରେ ଭୁବନେଶ୍ବର ଡିସିପି ଅନୁପ ସାହୁ ଘଟଣାସ୍ଥଳକୁ ଆସି ଉକ୍ତ ମହିଳାଙ୍କୁ ବୁଝାଇଥିଲେ ବି ସେ ବୁଝିନଥିଲେ । ଉପାୟ ଶୂନ୍ୟ ହୋଇ ପୋଲିସ ଉକ୍ତ ମହିଳାଙ୍କୁ ଜବରଦସ୍ତି ଉଠାଇ ନେଇଥିଲେ। ସୂଚନା ମିଳୁଛି ଯେ, ଉକ୍ତ ମହିଳା ଜଣକ ମାନସିକ ରୋଗୀ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details