ଓଡିଶା

odisha

ଅଧୁରା ରହିଲା ନାତି ପାଇବାର ଆଶା, ଛୁଆ ଚୋରି କରି‌ ଧରାପଡିଲେ ବୃଦ୍ଧା

ନାତି ସୁଖ ପାଇବାକୁ ୩ ବର୍ଷର ଶିଶୁକୁ ଚୋରି କଲେ ବୃଦ୍ଧା ମହିଳା । ବୃଦ୍ଧାଙ୍କ ସମେତ ତାଙ୍କ ସ୍ବାମୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

By

Published : Jun 29, 2022, 8:52 PM IST

Published : Jun 29, 2022, 8:52 PM IST

ଅଧୁରା ରହିଲା ନାତି ପାଇବାର ଆଶା, ଛୁଆ ଚୋରି କରି‌ ଧରାପଡିଲେ ବୃଦ୍ଧା
ଅଧୁରା ରହିଲା ନାତି ପାଇବାର ଆଶା, ଛୁଆ ଚୋରି କରି‌ ଧରାପଡିଲେ ବୃଦ୍ଧା

ଭୁବନେଶ୍ବର: ନାତି ସୁଖ ପାଇବାକୁ ବୃଦ୍ଧା ମହିଳାଙ୍କ ଅଜବ କାଣ୍ଡ । ୩ ବର୍ଷର ଛୁଆକୁ ଚୋରି କରିନେଲେ ବୃଦ୍ଧା । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସମ୍ପୃକ୍ତ ବୃଦ୍ଧାଙ୍କୁ ପୋଲିସ ଗିରଫ କରିଛି । ବୃଦ୍ଧା ଜଣକ ନିଜ ଝିଅର ପୁଅ କରିବାକୁ ପିଲାଟିକୁ ଅପହରଣ କରି ନେଇଯାଇଥିଲେ । ଦୁଇ ଦିନ ପରେ ପୋଲିସ ରାଇରଙ୍ଗପୁରରୁ ଶିଶୁକୁ ଉଦ୍ଧାର କରିବା ସହ ବୃଦ୍ଧା ଏବଂ ଏଥିରେ ସମ୍ପୃକ୍ତ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି । ଗିରଫ ସ୍ବାମୀ-ସ୍ତ୍ରୀ ହେଉଛନ୍ତି ପଦ୍ମାବତୀ ନାଗ ଓ ଶୁଭରାମ ନାଗ ।

ଅଧୁରା ରହିଲା ନାତି ପାଇବାର ଆଶା, ଛୁଆ ଚୋରି କରି‌ ଧରାପଡିଲେ ବୃଦ୍ଧା

ସୂଚନା ମୁତାବକ, ଗତ ଦୁଇ ଦିନ ତଳେ ଭୁବନେଶ୍ବର ନୟାପଲ୍ଲୀ ଅନ୍ତର୍ଗତ ସ୍ବାଧୀନ ନଗରରୁ ୩ ବର୍ଷର ପୁଅ ଚୋରି ହୋଇଯାଇଥିଲା । ଶିଶୁଟିର ବାପା କିଛି ଦିନ ତଳେ ଆରପାରିକୁ ଚାଲି ଯାଇଥିବା ବେଳେ ତା'ର ମାଆ ଜଣେ ମାନସିକ ବିକାରଗ୍ରସ୍ତ ଅଟନ୍ତି । ତେଣୁ ଶିଶୁଟି ନିଜ ପିଉସୀ ପାଖରେ ରହୁଥିଲା । ଗତ ସୋମବାର ଦିନ ଶିଶୁଟିକୁ କେହି ନେଇଯାଇଥିବା ସମ୍ପର୍କୀୟ ପିଉସୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏନେଇ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ତଦନ୍ତରୁ ଜଣା ପଡିଥିଲା ଯେ, ଜଣେ ଗତ ସୋମବାର ୧୨ଟା ସମୟରେ କେହି ଜଣେ ବିସ୍କୁଟ ଦେଇ ଛୁଆଟିକୁ ନେଇଛନ୍ତି । ବିସ୍କୁଟ ବ୍ୟବସାୟୀକୁ ପଚରାଉଚରାରୁ ବୃଦ୍ଧା ମହିଳାଙ୍କ ସମ୍ପର୍କରେ ଜଣାପଡିଥିଲା । ସେ ସେଠାକୁ କିଛି ଦିନ ହେବ ଆସୁଥିଲେ । ମହିଳାଙ୍କ ନିଜର ପୁଅ ନଥିଲା ଏବଂ ତାଙ୍କ ଝିଅର ମଧ୍ୟ କୌଣସି ପୁଅ ନଥିଲେ । ତେଣୁ ନାତି ପାଇବା ଆଶାରେ ସେ ପିଲାଟିକୁ ଏକ ଯୁବକ ଜରିଆରେ ଚୋରି କରିଥିଲେ । ବର୍ତ୍ତମାନ ପିଲାଟିକୁ ଉଦ୍ଧାର କରାଯାଇଥିବା ବେଳେ ତାକୁ ତା'ର ପିଉସୀକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ABOUT THE AUTHOR

...view details