ଭୁବନେଶ୍ବର:ପଶ୍ଚିମ ଓଡିଶା ବିକାଶ ପରିଷଦ(Western Odisha Development Council )ର ୫୯ତମ ବୈଠକ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ସାଂସଦ, ବିଧାୟକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ , ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଆରଡିସି ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶାର ୧୧ ଗୋଟି ଜିଲ୍ଲାରେ ନିଆଯାଇଥିବା ପ୍ରକଳ୍ପର ସମୀକ୍ଷା କରାଯାଇଛି ।
ପରିଷଦ ଏହାର କାର୍ଯ୍ୟ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରୁଥିବାରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟମାନେ ପ୍ରଶଂସା କରିଛନ୍ତି । ପରିଷଦ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକା ଏବଂ ପ୍ରତିସ୍ଥାପନ ପ୍ରସ୍ତାବ ପାଇଁ ପ୍ରସ୍ତୁତ ଏସଓପିକୁ ପ୍ରଶଂସା କରାଯାଇଛି । ଯାହାଫଳରେ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକ ଦ୍ବାରା ସମାନ ଢଙ୍ଗରେ କାର୍ଯ୍ୟର କାର୍ଯ୍ୟକାରିତାରେ ଏକ ପରିବର୍ତ୍ତନ ଆସିଛି ।
ପ୍ରଶାସନିକ ଅନୁମୋଦନ, ଆର୍ଥିକ ମଞ୍ଜୁରୀ ଏବଂ ସମୟାନୁସାରେ ପାଣ୍ଠି ଛାଡ଼ିବା ଦ୍ଵାରା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥିତ ହୋଇଛି । ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ତଥା ମୁଖ୍ୟ ସହର ଗୁଡିକରେ ଆଧୁନିକ ଅଡିଟୋରିୟମ ପରି ବଡ ଏବଂ ଆଇକନିକ୍ ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବା ହେତୁ ଡବ୍ଲୁଓଡିସିର ପ୍ରୟାସକୁ ପରିଷଦ ପ୍ରଶଂସା କରିଛି । ଜଟିଳ ପ୍ରକଳ୍ପ ଗୁଡିକୁ ପ୍ରାୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ଉତ୍ସାହିତ କରାଯାଇଛି ।
ଯାହାକି କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ଯୋଜନା ଅଧିନରେ ଆସୁନାହିଁ । ଡବ୍ଲୁଓଡିସି ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରାୟୋଜିତ ଅଣ ପାରମ୍ପରିକ ପ୍ରକଳ୍ପ ଗୁଡିକୁ ପ୍ରାୟୋଜିତ କରିବାରେ ସଫଳ ହୋଇଛି । ଶୀଘ୍ର ନିଷ୍ପତ୍ତି ନେବାକୁ ତଥା ସ୍ବଚ୍ଛତା ହାସଲ କରିବାକୁ ନଥି ଗୁଡିକର ପ୍ରକ୍ରିୟାକରଣ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (ଓସଓ୍ୱାସ) କାର୍ଯ୍ୟକାରୀ କରାଯାଇଛି ।