ରାଉରକେଲା:ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର(WODC) ଅଧ୍ୟକ୍ଷ ଅସିତ ତ୍ରିପାଠୀ ରାଉରକେଲା ଗସ୍ତରେ ଯାଇ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ରାଉରକେଲାରେ ଚାଲିଥିବା କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କେତେକ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି । ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଉରକେଲାରେ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ WODC ଅଧ୍ୟକ୍ଷ
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ରାଉରକେଲା ଗସ୍ତରେ ଯାଇ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ
ଏଥିରେ WODC ଅଧ୍ୟକ୍ଷ ଉପସ୍ଥିତ ରହି କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉଦ୍ୟୋଗ ସହିତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଆଦି କ୍ଷେତ୍ରରେ କିପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକ ପରେ ଅସିତ କହିଛନ୍ତି ଯେ, ''ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଅର୍ଥକାରୀ ଫସଲ ଚାଷ କରାଯାଉଛି। ସେଥିମଧ୍ୟରେ ବିଭିନ୍ନ ଡାଲିଜାତୀୟ, ତୈଳବୀଜ ସହିତ ପନିପରିବା ଫସଲ କରାଯାଉଛି । ଚାଷୀମାନଙ୍କ ଉତ୍ପାଦର ସଠିକ ବଜାର ସଂଯୋଗୀକରଣ କରାଯାଇ ସେମାନଙ୍କୁ କିପରି ଉଚିତ ମୂଲ୍ୟ ପ୍ରଦାନ କରାଯିବ ତା’ ଉପରେ ବିଶେଷ ପଦକ୍ଷେପ ନିଆଯାଉଛି ।''
ସେହିପରି ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଲ ଲାକ୍ରା, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦ ମହାନ୍ତି, ଇଡକୋ ଡିଭିଜନଲ ହେଡ ବିଜୟ କୁମାର ମହାନ୍ତି, ଲାଠିକଟା ବିଡିଓ ମନସ୍ୱିନୀ ଦାସ, ରାଉରକେଲା ଡିଏସପି ଏସ ଏନ ସାମତ, ପୂର୍ତ୍ତ ବିଭାଗର ମନୋଜ ମହାନନ୍ଦ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।