ଓଡିଶା

odisha

ETV Bharat / city

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ - ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ । ସୂଚନା ଦେଲେ ବୋର୍ଡ ସଭାପତି ରାମସିସ ହାଜେରା । ଅଧିକ ପଢନ୍ତୁ...

ପ୍ରତ୍ୟାହାର ହେବ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି
ପ୍ରତ୍ୟାହାର ହେବ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି

By

Published : Nov 7, 2020, 9:28 AM IST

Updated : Nov 7, 2020, 2:17 PM IST

ଭୁବନେଶ୍ବର: ସ୍ଥଗିତ ରହିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ରାମସିସ ହାଜେରା । ସକାଳୁ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ

କୋରୋନାର ଦ୍ବିତୀୟ ଲହରିକୁ ଆଶଙ୍କା କରି ଡିସେମ୍ବର 31 ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବୋର୍ଡ ଏପରି ନିଷ୍ପତ୍ତି ନେଇଥିବା ସୂଚନା । ପୂର୍ବରୁ ନଭେମ୍ବର 9ରୁ ଡିସେମ୍ବର 2 ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ ପ୍ରକ୍ରିୟା ଚାଲିବ ବୋଲି ବୋର୍ଡ ପକ୍ଷରୁ ଗତ 5 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଯାହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ସେପଟେ ସରକାରଙ୍କ ସହ ଆଲୋଚନା କରି ପରବର୍ତ୍ତୀ ସମୟରେ ଫର୍ମ ପୂରଣ ପାଇଁ ପୁନର୍ବାର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 7, 2020, 2:17 PM IST

ABOUT THE AUTHOR

...view details