ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର । ମଙ୍ଗଳବାର ରାଜ୍ୟରେ ସୁସ୍ଥ ହୋଇଛନ୍ତି 687 । ଏଥିସହ ରାଜ୍ୟରେ କୋରୋନାରୁ ମୋଟ ସୁସ୍ଥ ସଂଖ୍ୟା 18 ହଜାର ପାର କରିଥିବା ଜଣା ପଡିଛି । ତେବେ ରାଜ୍ୟର 22ଟି ଜିଲ୍ଲାରୁ ଏହି 687 ଜଣ ସୁସ୍ଥ ହୋଇଥିବା ସ୍ପଷ୍ଟ ହୋଇଛି ।
ରାଜ୍ୟରେ ସୁସ୍ଥ ହେଲେ 687, ମୋଟ ସୁସ୍ଥ ସଂଖ୍ୟା 18 ହଜାର ପାର - ରାଜ୍ୟରେ କୋରୋନା ସୁସ୍ଥତା ହାର
ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଖୁସିର ଖବର । ମଙ୍ଗଳବାର ରାଜ୍ୟରେ ସୁସ୍ଥ ହୋଇଛନ୍ତି 687 । ଏଥିସହ ରାଜ୍ୟରେ କୋରୋନାରୁ ମୋଟ ସୁସ୍ଥ ସଂଖ୍ୟା 18 ହଜାର ପାର କରିଥିବା ଜଣା ପଡିଛି ।
![ରାଜ୍ୟରେ ସୁସ୍ଥ ହେଲେ 687, ମୋଟ ସୁସ୍ଥ ସଂଖ୍ୟା 18 ହଜାର ପାର corona update in odisha, corona situation in odisha, corona recovery rate in odisha, coronavirus news, ରାଜ୍ୟରେ କୋରୋନା ଅପଡେଟ, ରାଜ୍ୟରେ କୋରୋନା ସ୍ଥିତି, ରାଜ୍ୟରେ କୋରୋନା ସୁସ୍ଥତା ହାର, କୋରୋନା ଭାଇରସ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-8208674-1086-8208674-1595946910439.jpg)
ରାଜ୍ୟରେ ସୁସ୍ଥ ହେଲେ 687, ମୋଟ ସୁସ୍ଥ ସଂଖ୍ୟା 18 ହଜାର ପାର
ଏମାନଙ୍କ ମଧ୍ୟରେ ଗଞ୍ଜାମରୁ 307, ଜଗତସିଂହପୁରରୁ 59, ଭଦ୍ରକରୁ 52, ନୟାଗଡରୁ 35, ଝାରସୁଗୁଡାରୁ 30, ଯାଜପୁରରୁ 25, କଟକରୁ 24, ଗଜପତିରୁ 23, ମାଲକାନଗିରିରୁ 18, କୋରାପୁଟରୁ 17, କନ୍ଧମାଳରୁ 16, କେନ୍ଦୁଝରରୁ 14, ବରଗଡରୁ 12, ବାଲେଶ୍ବର, କେନ୍ଦ୍ରାପଡା, ସମ୍ବଲପୁରରୁ 11, ରାୟଗଡାରୁ 10, ଅନୁଗୋଳରୁ 5, ନବରଙ୍ଗପୁରରୁ 3, କଳାହାଣ୍ଡିରୁ 2 ଜଣଙ୍କ ସମେତ ବଲାଙ୍ଗୀର ଓ ସୁନ୍ଦରଗଡର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 18,060 ବୃଦ୍ଧି ପାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ