ଓଡିଶା

odisha

ETV Bharat / city

ଖସୁଛି ପାରଦ, ବଢ଼ିବ ଶୀତ

ରାଜ୍ୟରେ ବଢ଼ିବ ଶୀତ। ଆଗାମୀ ଦୁଇ ଦିନ ମଧ୍ୟରେ କମିବ ତାପାମାତ୍ରା । ଅଧିକ ପଢ଼ନ୍ତୁ...

By

Published : Nov 12, 2019, 11:46 PM IST

ଖସୁଛି ପାରଦ, ବଢ଼ିବ ଶୀତ

ଭୁବନେଶ୍ବର: ବର୍ଷା ପରେ ରାଜ୍ୟରେ ଶୀତର ଲହରୀ । ଦିନରେ ପାଗ ଶୁଖିଲା ରହିବା ସହ ରାତିରେ ପାରଦ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାତିରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ବର ଆକାଶ ସାମୟିକ ମେଘାଛନ୍ନ ରହିବ କିନ୍ତୁ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡିଉଟି ଅଫିସର ଅଜୟ ନାୟକ କହିଛନ୍ତି। ରାଜଧାନୀରେ ବର୍ତ୍ତମାନ ତାପମାତ୍ରା 19 ଡିଗ୍ରୀ ରହିଥିବା ବେଳେ ଆଗାମୀ ଦୁଇ ତିନି ଦିନରେ ତାପାମାତ୍ରା କମିବା ନେଇ ସୂଚନା ରହିଛି।

ଖସୁଛି ପାରଦ, ବଢ଼ିବ ଶୀତ

ଭୁବନେଶ୍ବରରୁ ସଞ୍ଚୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details